ଭୁବନେଶ୍ବର: ବେଳେବେଳେ, ବସିଥିବା ବେଳେ କିମ୍ବା ବିଶ୍ରାମ ନେବାବେଳେ, ହଠାତ୍ ଅନୁଭବ ହୁଏ ଯେ ହାର୍ଟ ବହୁତ ଜୋରରେ ସ୍ପନ୍ଦନ କରୁଛି । ଲାଗେ ଯେପରି ହାର୍ଟ ଛାତିରୁ ବାହାରି ଯିବ । ତେବେ ଜାଣିଛନ୍ତି କି କାହିଁକି ଏପରି ହୁଏ..
ଯେତେବେଳେ ଆମେ ଅତ୍ୟଧିକ ଟେନସନରେ ଥାଉ କିମ୍ବା ଅଧିକ ଚିନ୍ତା କରିଥାଉ, ଶରୀରରେ ଏକ ହରମୋନ୍ ନିର୍ଗତ ହୁଏ ଯାହା ହୃଦୟର ସ୍ପନ୍ଦନକୁ ତୀବ୍ର କରିଥାଏ । ସେହିଭଳି, ଯେତେବେଳେ ଆମେ ଅଧିକ ଚା-କଫି ପିଇଥାଉ, ଏନର୍ଜି ଡ୍ରିଙ୍କ ପିଉ କିମ୍ବା ଅଧିକ କ୍ଳାନ୍ତ ଅନୁଭବ କରୁ , ସେତେବେଳେ ହାର୍ଟ ବିଟ୍ ବହୁତ ଫାଷ୍ଟ ହୋଇଯାଏ । ଅନେକ ଥର କିଛି ଔଷଧ ଖାଇବା ପରେ ମଧ୍ୟ ଏହି ଅନୁଭବ ହୁଏ । କିଛି ଲୋକଙ୍କର ଥାଇରଏଡ୍ ସମସ୍ୟାରେ ବି ବିନା କାରଣରେ ହୃଦୟର ସ୍ପନ୍ଦନ ତୀବ୍ର ହୋଇଯାଇଥାଏ । ସେହିପରି ଶରୀରରେ ରକ୍ତହୀନତା ଥିଲେ ହୃଦୟକୁ ଅଧିକ ପରିଶ୍ରମ କରିବାକୁ ପଡିଥାଏ, ଯେଉଁ କାରଣରୁ ହାର୍ଟ ବିଟ୍ ବହୁତ ଫାଷ୍ଟ ହୋଇଯାଏ ।
ଯଦି ଏହି ସମସ୍ୟା ବେଳେବେଳେ ଘଟୁଛି ଏବଂ କିଛି ସମୟ ପରେ ଠିକ୍ ହୋଇଯାଉଛୁ, ତେବେ ଚିନ୍ତା କରିବାର କିଛି ନାହିଁ। କିନ୍ତୁ ଏହି ସମସ୍ୟା ବାରମ୍ବାର ଘଟୁଛି ଏବଂ ଦୀର୍ଘ ସମୟ ପର୍ଯ୍ୟନ୍ତ ଏହି ଲକ୍ଷଣ ରହୁଛି ; ଏଥିସହ ମୁଣ୍ଡ ବୁଲାଉଛି, ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ହେଉଛି କିମ୍ବା ଛାତିରେ ଯନ୍ତ୍ରଣା ଅନୁଭବ କରୁଛନ୍ତି, ତେବେ ତୁରନ୍ତ ଡାକ୍ତରଙ୍କ ସହିତ ପରାମର୍ଶ କରିବା ଉଚିତ୍ । ଏହା ହୃଦୟ ସମ୍ବନ୍ଧୀୟ କିଛି ସମସ୍ୟାର ସଙ୍କେତ ହୋଇପାରେ ।
ସେହିପରି ହଠାତ୍ ହାର୍ଟ ବହୁତ ଜୋରରେ ସ୍ପନ୍ଦନ କରୁଛି, ତେବେ ସର୍ବପ୍ରଥମେ ଚୁପଚାପ୍ ବସି ଏକ ଦୀର୍ଘ ନିଶ୍ୱାସ ନିଅନ୍ତୁ । ଥଣ୍ଡା ପାଣି ପିଅନ୍ତୁ କିମ୍ବା ଫେସ୍ ରେ ଥଣ୍ଡା ପାଣି ଢାଳନ୍ତୁ । ଏହା ଆରାମ ଦେବ । କିଛି ସମୟ ପାଇଁ ମୋବାଇଲ୍ / କାମକୁ ଛାଡି ନିଜକୁ ଶାନ୍ତ କରନ୍ତୁ । ଯଦି ଏହା ବାରମ୍ବାର ଘଟୁଛି, ତେବେ ଚା’କଫି ପାଇବା ହ୍ରାସ କରନ୍ତୁ, ସୁନିଦ୍ରା ନିଅନ୍ତୁ ଏବଂ ଯୋଗ କିମ୍ବା ଧ୍ୟାନ କରିବା ଆରମ୍ଭ କରନ୍ତୁ ।
ଏହି ସମସ୍ୟା ଯାଞ୍ଚ କରିବା ପାଇଁ ଡାକ୍ତର ECG କିମ୍ବା ରକ୍ତ ପରୀକ୍ଷା କରି ପାରନ୍ତି। ଯଦି ହୃଦୟ କିମ୍ବା ଥାଇରଏଡରେ କୌଣସି ସମସ୍ୟା ଦେଖାଯାଏ, ତେବେ ସେହି ଅନୁସାରେ ଔଷଧ ଦିଆଯାଏ । କେତେକ କ୍ଷେତ୍ରରେ ଔଷଧ ସହିତ ଜୀବନଶୈଳୀରେ ଉନ୍ନତି ଆଣିବାର ଆବଶ୍ୟକତା ମଧ୍ୟ ଥାଏ ।
Comments are closed.