ମୁମ୍ବାଇ: ଆରପାରିରେ ଜାକଲିନ ଫର୍ଣ୍ଣାଣ୍ଡିଜଙ୍କ ମାଆ । ଜାକଲିନଙ୍କ ମାଆ କିମ ଫର୍ଣ୍ଣାଣ୍ଡିଜଙ୍କ ଆଜି ହୃଦଘାତରେ ଦେହାନ୍ତ ହୋଇଛି । ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ଆଜି ତାଙ୍କର ପରଲୋକ ହୋଇଛି ।
ତେବେ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ବିଷୟରେ ଠୋସ୍ ସୂଚନା ନଥିଲେ ହେଁ, ରିପୋର୍ଟ ଅନୁଯାୟୀ, ଜାକଲିନଙ୍କ ମାଆ କିମ ଫର୍ଣ୍ଣାଣ୍ଡିଜଙ୍କୁ ଗତ ମାର୍ଚ୍ଚ ୨୪ ତାରିଖରେ ଆଇସିୟୁରେ ଭର୍ତ୍ତି କରାଯାଇଥିଲା । ଦୀର୍ଘ ସମୟ ଧରି ଅସୁସ୍ଥ ଥିଲେ । କୁହାଯାଉଛି ଗତ ସପ୍ତାହରେ ଅଭିନେତ୍ରୀଙ୍କ ମାଆଙ୍କ ହୃଦଘାତ ହୋଇଥିଲା । ପରେ ତାଙ୍କୁ ମୁମ୍ବାଇର ଲିଲାଭାଟୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଜାକଲିନ୍ କାମ ଯୋଗୁଁ ବାହାରେ ଥିବାରୁ, ଖବର ପାଇବା ପରେ ସେ ମୁମ୍ବାଇ ଅଭିମୁଖେ ଉଡାଣ ଭରିଥିଲେ । ତେବେ ଫଟୋରେ ଜାକଲିନ ଏକ ଧଳା ବସ୍ତ୍ର ପିନ୍ଧି ଡାକ୍ତରଖାନାରେ ନଜର ଆସିଥିବା ବେଳେ ସାଙ୍ଗରେ ତାଙ୍କ ବାପା ମଧ୍ୟ ରହିଥିଲେ । ଏହାପରେ ଚର୍ଚ୍ଚା ବଢିଥିବା ବେଳେ, ଏବେ ଏଭଳି ଦୁଃଖଦ ଖବର ସାମ୍ନାକୁ ଆସିଛି ।
ତେବେ ପୂର୍ବରୁ ମଧ୍ୟ, ବହାରେନର ମାନାମାରେ ରହୁଥିବା କିମ ୨୦୨୨ ମସିହାରେ ସମାନ ସ୍ୱାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହୋଇଥିଲେ ଏବଂ ସେତେବେଳେ ମଧ୍ୟ ବହାରେନରେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ ।
Comments are closed.