Latest Odisha News

BREAKING NEWS

ସରିଲା ମିଟିଙ୍ଗ ମିଟିଙ୍ଗ ..ଏହି ଦିନ ରିଲିଜ ହେବ ପଞ୍ଚାୟତ ସିଜିନ-୪

ମୁମ୍ବାଇ: ପୁଣି ଫୁଲେରା ଗାଁରେ ଦେଖିବାକୁ ମିଳିବ ହାଇଡ୍ରାମା । ଗ୍ରାମୀଣ ଜୀବନ ଏବଂ ଗାଁ ସମସ୍ୟାକୁ ନେଇ ଅତି ଚମତ୍କାର ଭାବେ ନିର୍ମାଣ ହୋଇଥିବା ପଞ୍ଚାୟତ ୱେବ-ସିରିଜ ଏବେ ପଞ୍ଚାୟତ-୪କୁ ରିଲିଜ କରିବ। ତେବେ ଜୁଲାଇ ୨, ୨୦୨୫ରେ ପଞ୍ଚାୟତ-୪ ରିଲିଜ ହେବ ବୋଲି ଘୋଷଣା କରିଛନ୍ତି ନିର୍ମାତା ।

ପଞ୍ଚାୟତ ୱେବ ସିରିଜ କୋଟି କୋଟି ଦର୍ଶକଙ୍କ ପ୍ରିୟ ପାଲଟି ଯାଇଛି ।  ଆଉ ପଞ୍ଚାୟତର କଳାକାରଙ୍କୁ  ବି ଦର୍ଶକମାନେ ବହୁତ ଭଲ ପାଇବା ଦେଇଛନ୍ତି   । ପଞ୍ଚାୟତ-୪କୁ ଅପେକ୍ଷା କରି ବସିଛନ୍ତି ଦର୍ଶକ, କାରଣ ପ୍ରଧାନଜୀଙ୍କୁ କିଏ ମାରିଲା ଗୁଳି ? ସଚିବ ଜୀ କଣ ରିଙ୍କିକୁ ଏଥର ବାହାହେବେ ,  ସେମାନଙ୍କ ପ୍ରେମ କାହାଣୀ  ? ଏସବୁ ଦେଖିବାକୁ ଦର୍ଶକ ଅପେକ୍ଷାରେ ଅଛନ୍ତି ।

ପଞ୍ଚାୟତ ସିରିଜକୁ ଚଳିତ ଥର ୫ ବର୍ଷ ପୂରଣ ହୋଇଛି । ୨୦୨୦ ମସିହାରେ ଆରମ୍ଭ ହୋଇଥିଲା ଏହି ସିରିଜ । ଯାହାର ଗୋଟେ ପରେ ଗୋଟେ ସିରିଜ ଦର୍ଶକଙ୍କ ମନ ଛୁଇଁଛି । ଏବେ ୪ର୍ଥ ସିଜିନ ଆସିବାକୁ ଯାଉଛି । ପଞ୍ଚାୟତ- ୪ ଜୁଲାଇ ୨, ୨୦୨୫ରେ ଆମାଜନ ପ୍ରାଇମ ଭିଡିଓରେ ଷ୍ଟ୍ରିମ୍ ହେବ । ନିର୍ମାତାମାନେ ସୋସିଆଲ ମିଡିଆ ମାଧ୍ୟମରେ ଏକ ଭିଡିଓ ରିଲିଜ୍ କରି ରିଲିଜ ଘୋଷଣା କରିଥିଲେ।

Comments are closed.