Latest Odisha News

BREAKING NEWS

ସୋସିଆଲ ମିଡିଆରେ ଓଡ଼ିଶାବାସୀଙ୍କୁ ନବୀନ ପଚାରିଲେ ଏହି ପ୍ରଶ୍ନ !

ଭୁବନେଶ୍ୱର: ଜଗନ୍ନାଥ ଧାମ ପୁରୀକୁ ବିଶ୍ୱ ଐତିହରେ ସାମିଲ କରିବାରେ ଗୋଟିଏ ପରେ ଗୋଟିଏ ଯୋଜନା କାର୍ଯ୍ୟକାରୀ କରୁଛନ୍ତି ମୁଖ୍ୟମନ୍ତ୍ରୀ । ତେବେ ଏହି ଯୋଜନା ଖାଲି ପୁରୀ ସହରରେ ସୀମିତ ରହି ଯାଇଛି ତାହା ନୁହେଁ ବରଂ ସମ୍ପୂର୍ଣ୍ଣ ପୁରୀକୁ ବିଶ୍ୱ ପର୍ଯ୍ୟଟନର କେନ୍ଦ୍ରବିନ୍ଦୁ କରିବାରେ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭୂମିକା ନିଶ୍ଚିତଭାବେ ସ୍ୱାଗତଯୋଗ୍ୟ ।

ନିକଟରେ କୋଣାର୍କ ବେଳାଭୂମିରେ ଆୟୋଜନ ହୋଇଛି ‘ଇକୋ ରିଟ୍ରେଟ’ ।

ଆଗାମୀ ଜାନୁଆରୀ ୨୦ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ‘ଇକୋ ରିଟ୍ରେଟ’ରେ ପର୍ଯ୍ୟଟକଙ୍କ ମନୋରଞ୍ଜନ ପାଇଁ ରହିଛି ସବୁ ପ୍ରକାର ସୁବିଧା ସୁଯୋଗ ।

ତେବେ ଏହାକୁ ପର୍ଯ୍ୟଟକଙ୍କ ଆହୁରି ନିକଟତର କରାଇବା ନିମନ୍ତେ ମୁଖ୍ୟମନ୍ତ୍ରୀ ନିଜ ଟ୍ୱିଟର ହ୍ୟାଣ୍ଡେଲରେ ଏହା ସମ୍ବନ୍ଧିତ ଏକ କୁଇଜ ଟ୍ୱିଟ କରିଛନ୍ତି ।

ମୁଖ୍ୟମନ୍ତ୍ରୀ ଟ୍ୱିଟ କରି ଲେଖିଛନ୍ତି ଯେ, “ନୀଳ ପାରାବାର ଗାଏ ଅମର ଗୀତ, ଅମର ତରଙ୍ଗ ନର୍ତ୍ତନେ ବେଳା ହୁଏ ଧ୍ୱନିତ”

ଐତିହକ ସହର କୋଣାର୍କର ବେଳାଭୂମିରେ ଗୋଟିଏ ପାଖରେ ସମୁଦ୍ର ସହ ନୀଳଗଗନର ତାରା ସାଙ୍ଗକୁ ଏହି ‘ଇକୋ ରିଟ୍ରିଟ୍’ ର ଅନୁଭବ ସ୍ବର୍ଗୀୟ ଅଟେ ।

ତେବେ “ଉପରୋକ୍ତ ପଂକ୍ତିଟି କେଉଁ ପ୍ରତିଷ୍ଠିତ କବି ଲେଖିଛନ୍ତି ତାହା ଆପଣ ମାନେ କହିପାରିବେ” ବୋଲି ନବୀନ ଟ୍ୱିଟ କରି ଓଡିଶାବାସୀଙ୍କୁ ପ୍ରଶ୍ନ ପଚାରିଛନ୍ତି ।

ଏହାପରେ ସନ୍ଧ୍ୟା ୬ ଟାରେ ଅନ୍ୟ ଏକ ଟ୍ୱିଟ ଯୋଗେ ନବୀନ କହିଛନ୍ତି ” କବିବର ରାଧାନାଥ ରାୟଙ୍କ ଉଚ୍ଚକୋଟିର ସୃଜନ ସୃଷ୍ଟି ଓଡ଼ିଆ ସାହିତ୍ୟରେ ଆରମ୍ଭ କରିଥିଲା ଆଧୁନିକ ଯୁଗ। ଓଡ଼ିଶାର ପ୍ରାକୃତିକ ଦୃଶ୍ୟରାଜିକୁ ସେ ନିଜ ରଚନାରେ ଖୁବ ସୁନ୍ଦର ଭାବେ ଦର୍ଶାଉ ଥିଲେ” ବୋଲି ନବୀନ ଟ୍ୱିଟ କରିବା ସହ ଅନେକ ଲୋକ ତାଙ୍କ ପ୍ରଶ୍ନର ସଠିକ ଉତ୍ତର ଦେଇଥିବାରୁ ସେମାନଙ୍କୁ ମୁଖ୍ୟମନ୍ତ୍ରୀ କୃତଜ୍ଞତା ଜଣାଇଛନ୍ତି ।

Leave A Reply

Your email address will not be published.