Latest Odisha News

BREAKING NEWS

ଧନୁ ସଂକ୍ରାନ୍ତିରେ ଶ୍ରୀଲିଙ୍ଗରାଜ ମନ୍ଦିରରେ ମିଳିନପାରେ ଅବଢ଼ା !

ଭୁବନେଶ୍ୱର: ସୋମବାର(ଆସନ୍ତାକାଲି) ଧନୁ ସଂକ୍ରାନ୍ତି ହୋଇଥିବା କାରଣରୁ ଶ୍ରୀଲିଙ୍ଗରାଜ ମନ୍ଦିରରେ ସବୁବର୍ଷ ପରି ଏହିବର୍ଷ ମଧ୍ୟ ସକାଳୁ ଅବଢ଼ା ମିଳିବା ପାଇଁ ବିଧି ରହିଛି । ଏଥିପାଇଁ ମନ୍ଦିର ପ୍ରଶାସନ ମଧ୍ୟ ପ୍ରସ୍ତୁତି ଚଳାଇଛି।

ମିଳିଥିବା ସୂଚନା ଅନୁଯାୟୀ , ଏହାର ପୂର୍ବପ୍ରସ୍ତୁତି ନିମନ୍ତେ ଶ୍ରୀଲିଙ୍ଗରାଜ ମନ୍ଦିର ପ୍ରଶାସନ ଏକ ବୈଠକ ଡକାଇଥିଲେ ।

ତେବେ ‘ନିଯୋଗ ମୁଖ୍ୟ’ ଟ୍ରଷ୍ଟବୋର୍ଡର ସଭ୍ୟ ନଥିବାରୁ ବୈଠକରେ ସାମିଲ ହୋଇ ନଥିବା ସୂଚନା ମିଳିଛି । ବୈଠକରେ ସାମିଲ ନହେବା କାରଣରୁ ସେମାନେ ଏଥିପାଇଁ କୌଣସି ଦାୟିତ୍ବ ନେଇ ପାରିବେ ନାହିଁ ବୋଲି ମଧ୍ୟ କହିଥିବା ସୂଚନା ମିଳିଛି । ଯାହା ଫଳରେ ସକାଳୁ ଅବଢ଼ା ମିଳିବା ନେଇ ଅନିଶ୍ଚିତତା ପ୍ରକାଶ ପାଇଛି ।

ମହାଦେବଙ୍କ ସଅଳ ଧୂପ ପାଇଁ ସବୁ ସେବାୟତଙ୍କ ସହଯୋଗ ଆବଶ୍ୟକ। ଏଥିପାଇଁ ମନ୍ଦିର ପ୍ରଶାସନ ସବୁ ନିଯୋଗ ପ୍ରମୁଖଙ୍କ ସହ ଆଲୋଚନା କରିବା ପାଇଁ ଚିଠି ପଠାଇଥିଲା।

ତେବେ ତିନି ନିଯୋଗ ଯଥା ବ୍ରାହ୍ମଣ ନିଯୋଗ, ବିଡୁ ନିଯୋଗ ଓ ପୂଜାପଣ୍ଡା ନିଯୋଗ ସମ୍ପାଦକ ଏହି ଚିଠିକୁ ଗ୍ରହଣ କରି ନଥିଲେ କିମ୍ବା ବୈଠକକୁ ଆସିନଥିଲେ।

ଏନେଇ ବ୍ରାହ୍ମଣ ନିଯୋଗ ସମ୍ପାଦକ ବିରଞ୍ଚି ନାରାୟଣ ପତି, ବଡ଼ୁ ନିଯୋଗ ସମ୍ପାଦକ କମଳାକାନ୍ତ ବଡ଼ୁ ଓ ପୂଜାପଣ୍ଡା ନିଯୋଗ ସମ୍ପାଦକ ସଚ୍ଚିକାନ୍ତ ପୂଜାପଣ୍ଡା କହିଛନ୍ତି ଯେ, ଯେହେତୁ ନିଯୋଗ ପ୍ରତିନିଧି ଟ୍ରଷ୍ଟ ବୋର୍ଡରେ ସଦସ୍ୟ ନୁହନ୍ତି ମନ୍ଦିର ପ୍ରଶାସନ ବୈଠକ ଡାକିଲେ ସେମାନେ କେଉଁ ଅଧିକାରରେ ସେଥିରେ ଭାଗ ନେବେ ବୋଲି ସେମାନେ ପ୍ରଶ୍ନ କରିଛନ୍ତି।

ଆହୁରି ମଧ୍ୟ ସେ କହିଛନ୍ତି ଯେ, ସେମାନେ କୌଣସି ଦାୟିତ୍ବ ନେଇ ପାରିବେ ନାହିଁ କି ନୀତି ବିଶୃଙ୍ଖଳା ହେଲେ ସେମାନେ ଦାୟୀ ରହିବେ ନାହିଁ।

ମଳିଥିବା ସୂଚନା ଅନୁଯାୟୀ ଧନୁ ସଂକ୍ରାନ୍ତି ପାଇଁ ରବିବାର ଦିନ ମନ୍ଦିର ପ୍ରଶାସନ ପକ୍ଷରୁ ନୀତି ନିର୍ଘଣ୍ଟ କରାଯାଇଛି। ଭୋର ୫ଟାରୁ ମଙ୍ଗଳ ଆଳତି କରାଯାଇ ହୋମ, ୬ଟା ମହାସ୍ନାନ, ୭ଟା ମଧ୍ୟରେ ସକାଳ ଧୂପ ସମାପନ କରାଯିବ।

ସକାଳ ୯ଟାରେ ଭୋଗ ମଣ୍ଡପ ସମାପନ କରାଯାଇ ଅପରାହ୍ନ ୨ଟା ପର୍ଯ୍ୟନ୍ତ ସାହାଣମେଲା କରାଯିବ।

Leave A Reply

Your email address will not be published.