Latest Odisha News

BREAKING NEWS

ରକ୍ତହୀନତା ରୋଗରେ ପୀଡ଼ିତ ଥିଲେ ଆପଣାନ୍ତୁ ଏହି ଦିବ୍ୟ ମହୋଷଧି !

ଭୁବନେଶ୍ୱର: ବ୍ୟସ୍ତବହୁଳ ଜୀବନରେ ଖାଦ୍ୟରେ ଅନିୟମିତତା ତଥା ନିଜର ଯତ୍ନ ନେବାରେ ଯୁବପିଢୀ ଖୁବ କମ ସମୟ ଦେଉଛନ୍ତି । ଯାହାର ଫଳ ସ୍ୱରୂପ ନିହାତି ଛୋଟ ବୟସରୁ ଶରୀରରେ ରକ୍ତହୀନତା ସମସ୍ୟା ପରିଲିକ୍ଷିତ ହେଉଛି ।

ଏଥିରୁ ମୁକ୍ତି ପାଇବା ନିମନ୍ତେ ଆଜି ଆମେ ଆପଣଙ୍କୁ ଏକ ସରଳ ଉପଚାର ସମ୍ପର୍କରେ କହିବୁ ।

ବାଡିବଗିଚାରେ ସଜନା ଶାଗ ଅତି ସହଜରେ ମିଳିଯାଏ। ସଜନା ଶାଗ ହେଉ କି ଛୁଇଁ ସମେସ୍ତ ଏହା ଖାଇବାକୁ ଭଲ ପାଆନ୍ତି।
ଏଥିରେ ପ୍ରଚୁର ଖଣିଜତତ୍ତ୍ୱ ଥିବାରୁ ଏହାକୁ ଶକ୍ତିର ଗନ୍ତାଘର ମଧ୍ୟ କୁହାଯାଏ। ସଜନାରେ ପ୍ରାୟ ୪୬ ପ୍ରକାରର ଆଣ୍ଟି ଅକ୍ସିଡେଣ୍ଟ ଓ ଆମିନୋ ଏସିଡ ରହିଥାଏ। ଯାହା ଶରୀରକୁ ଶକ୍ତି ଯୋଗାଇଥାଏ।

ଏହାର ଔଷଧୀୟ ଗୁଣଗୁଡିକ ମଧ୍ୟରେ ରକ୍ତହୀନତା, ଚର୍ମରୋଗ, କୃମି ସଂକ୍ରମଣ, ରକ୍ତ ଅପରିଷ୍କାର, ଆଜମା, ଖାଦ୍ୟ ହଜମ ସମସ୍ୟା, ପରିସ୍ରାଜନିତ ସମସ୍ୟା, ଅମ୍ଳଦୋଷ ନିରାକରଣରେ ଏହା ବହୁଳ ମାତ୍ରାରେ ସହାୟକ ହୋଇଥାଏ।

ସଜନା ପତ୍ରର ରସ ନିୟମିତ ପାନ କଲେ ଉଚ୍ଚରକ୍ତଚାପ ସମସ୍ୟା ଦୂର ହୋଇଥାଏ। ସଜନା ପତ୍ର ଲିଭରକୁ ସଂକ୍ରମଣରୁ ରକ୍ଷା କରିଥାଏ।

Leave A Reply

Your email address will not be published.