ଝାରସୁଗୁଡ଼ା: ଝାରସୁଗୁଡ଼ାରେ ଡବଲ ଏନକାଉଣ୍ଟର। ୨ ଅଭିଯୁକ୍ତଙ୍କୁ ଏନକାଉଣ୍ଟର କରିଛି ବେଲପାହାଡ଼ ପୋଲିସ।
ସୂଚନା ଅନୁଯାୟୀ, ସେମାନଙ୍କୁ ଧରିବା ପାଇଁ ଯାଇଥିବା ବେଳେ ପୋଲିସ ଉପରକୁ ଏମାନେ ଆକ୍ରମଣ କରିଥିଲେ। ପୋଲିସର ପାଲଟା ଗୁଳିରେ ଦୁଇ ଅଭିଯୁକ୍ତ ଆହତ ହୋଇଛନ୍ତି। ବେଲପାହାଡ ବ୍ରଜରାଜନଗର ମଧ୍ୟରେ ଥିବା ଚୁଁଆକାନି ଜଙ୍ଗଲରେ ପୋଲିସ ଏନକାଉଣ୍ଟର କରିଥିବା ଜଣାପଡିଛି। ଦୁଷ୍କର୍ମ ମାମଲାରେ ଫେରାର୍ ଥିଲେ ଏହି ୨ ଅଭିଯୁକ୍ତ। ଏନକାଉଣ୍ଟରରେ ଦୁଇ ଜଣ ଆହତ ହୋଇଛନ୍ତି।
ତେବେ ଦୁଇ ଅଭିଯୁକ୍ତ ମାନେ ହେଲେ ସେକ ଆଶିଫ ଓ ଅଭିଷେକ ବାରିକ। ବେଲପାହାଡ ଥାନା ଅଞ୍ଚଳରେ ଜଣେ ନାବାଳିକାକୁ ଦୁଷ୍କର୍ମ ମାମଲାରେ ଗିରଫ ହୋଇଥିଲେ ଦୁଇ ଅଭିଯୁକ୍ତ ଶେଖ୍ ଆସିଫ୍ ଓ ଅଭିଷେକ ବାରିକ। ଉଭୟଙ୍କୁ ଝାରସୁଗୁଡା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି।
Comments are closed.