Latest Odisha News

BREAKING NEWS

ପଣା ସଂକ୍ରାନ୍ତି ପାଇଁ କଟକରେ କଟକଣା: ମୁତୟନ ହେବେ ୧୦ ପ୍ଲାଟୁନ ଫୋର୍ସ, ଜାରି ହେଲା ଗାଇଡଲାଇନ

କଟକ: ପଣା ସଂକ୍ରାନ୍ତି ପାଇଁ କଟକରେ ଜାରି ହେବ କଟକଣା। ପଣା ସଂକ୍ରାନ୍ତି ଏବଂ ହନୁମାନ ଜୟନ୍ତୀ ପାଇଁ କମିଶନରେଟ ପୋଲିସ ପକ୍ଷରୁ ଗାଇଡଲାଇନ ଜାରି କରାଯାଇଛି। ଜାରି ହେବ ୧୦ ପ୍ଲାଟୁନ ଫୋର୍ସ। ସେହିଦିନ ହନୁମାନ ମନ୍ଦିର ଥିବା ସ୍ଥାନରେ ଅଧିକ ଫୋର୍ସ ଜଗିବେ।

ସେହିପରି ନିଶା ଦ୍ରବ୍ୟ ସେବନ କରି ରାସ୍ତା ଘଟଣାରେ ଗଣ୍ଡଗୋଳ ନକରିବାକୁ ଅପିଲ କରିଛନ୍ତି କଟକ ଡିସିପି। ସମସ୍ତ ଥାନାକୁ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଶୋଭାଯାତ୍ରା ରୁଟରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ। ସହରରେ ମୁତୟନ ହେବେ ୧୦ ପ୍ଲାଟୁନ ଫୋର୍ସ ବୋଲି କମିଶନରେଟ ପୋଲିସ ପକ୍ଷରୁ କୁହାଯାଇଛି।

ଘରର ବରିଷ୍ଠ ସଦସ୍ୟ ବା ମୁରବିମାନେ ନିଜ ପିଲାମାନଙ୍କୁ ଶୃଙ୍ଖଳିତ ଆଚରଣ କରି ସଂଯମତା ର ସହିତ ପର୍ବ ପାଳନ ପାଇଁ ପରାମର୍ଶ ଦେବାକୁ ଅପିଲ କରିଛନ୍ତି ଡିସିପି । ଏହି ଦିନ କୌଣସି ବିଶୃଙ୍ଖଳା ବରଦାସ୍ତ୍ କରାଯିବ ନାହିଁ ବୋଲି ଏନେଇ ସୂଚନା ଦେଇଛନ୍ତି କଟକ ଡିସିପି। ମଦ୍ୟପାନ କରି ନିୟମ ନମାନିଲେ ହେବ କାର୍ଯ୍ୟାନୁଷ୍ଠାନ। ଏନେଇ ସୂଚନା ଦେଇଛନ୍ତି କଟକ ଡିସିପି।

 

Comments are closed.