Latest Odisha News

BREAKING NEWS

ଖଣି ଚୋରି ମାମଲାରେ ୪ ମାଫିଆ ଗିରଫ

ସୁନ୍ଦରଗଡ: ଏମସିଏଲ କ୍ଷେତ୍ର ଅଧୀନରେ ଥିବା ଗୋପାଳପୁର ନିକଟ ତେଲେନଡିହି, ରତନସରା, ଭୋଗ୍ରାକଚ୍ଛାର ଜଙ୍ଗଲରେ ଚାଲିଥିବା ଖଣି ଚୋରି ମାମଲାରେ ଆରମ୍ଭ ହେଲା ପୋଲିସ କାର୍ଯ୍ୟାନୁଷ୍ଠାନ । ହେମଗିର ପୋଲିସ ଖଣି ଚୋରି ଅଭିଯୋଗରେ ୪ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ରତନସରା ଗାଁର ସମୀର ଡନସେନା , ରତନପୁର ଗାଁ ଗେଲାନନ୍ଦ ମାଝୀ , ଝୁପୁରଙ୍ଗା ଗାଁର ହେମାନନ୍ଦ ସେଠ ଓ ଗୋପାଳପୁର ଗାଁର ଆଲୋକ ସେଠ।

ସୂଚନାଥାଉକି, ଖଣିଜ ଚୋରି ଘଟଣା ସାମ୍ନାକୁ ଆସିଲା ପରେ ରାଉରକେଲା କନିଷ୍ଠ ଖଣି ଅଧିକାରୀ ମଙ୍ଗଳଚରଣ ହେମ୍ରମ ହେମଗିର ଥାନାରେ ଏତଲା ଦେଇଥିଲେ । ଏହାପରେ ପୋଲିସ ତଦନ୍ତ କରି ଗତକାଲି ରାତିରେ ୪ ଜଣଙ୍କୁ ଗିରଫ କରିଛି ଓ ସେମାନଙ୍କଠାରୁ ୨ଟି ଟ୍ରାକ୍ଟର, ବାଇକ୍ ଜବତ କରିଛି ।

ତେବେ ଆଜି ଉକ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଉପଖଣ୍ଡ ଆରକ୍ଷୀ ଅଧିକାରୀ ନିର୍ମଳ ମହାପାତ୍ର ସୂଚନା ଦେଇଛନ୍ତି।

Comments are closed.