ଭୁବନେଶ୍ବର: ସୁନା ଦରରେ ରହୁନି ସ୍ଥିରତା । ୨୪ କ୍ୟାରେଟ୍ ସୁନା ମୂଲ୍ୟ ରାଜଧାନୀ ଭୁବନେଶ୍ବରରେ ୧୦ ଗ୍ରାମ ପିଛା ୯୫ ହଜାର ୬୭୦ ଟଙ୍କା ହେଲାଣି । ସେହିପରି ଆଜି ୨୨ କ୍ୟାରେଟ୍ ସୁନା ମୂଲ୍ୟ ଭୁବନେଶ୍ବରରେ ୮୭,୭୦୦ଟଙ୍କା ରହିଛି ।
ରୂପାର ମୂଲ୍ୟ ରାଜଧାନୀ ରେ ୧୦ ଗ୍ରାମ ପିଛା ୧୧୦୦ଟଙ୍କା ରହିଛି ।
ସେହିପରି ଦିଲ୍ଲୀରେ ୨୪ କ୍ୟାରେଟ୍ ସୁନାର ଦର ୯୫,୮୨୦ଟଙ୍କା ରହିଛି । ୮୭,୮୫୦ଟଙ୍କା ୨୨ କ୍ୟାରେଟ୍ ର ମୂଲ୍ୟ ରହିଛି । ମୁମ୍ବାଇରେ ମଧ୍ୟ ଆଜି ୨୪ କ୍ୟାରେଟ୍ ସୁନା ମୂଲ୍ୟ ୯୫ ହଜାର ୬୭୦ ଟଙ୍କା ଓ ୨୨ କ୍ୟାରେଟ୍ ସୁନା ମୂଲ୍ୟ ୮୭,୭୦୦ଟଙ୍କା ରହିଛି ।
ଆପଣ ଜାଣିଛନ୍ତି କି, ୯୯୯ ସୁନା କାହାକୁ କୁହାଯାଏ ? ୯୯୯ ସୁନା ହେଲା ଯାହାକୁ ୨୪ କ୍ୟାରେଟ୍ କିମ୍ବା ଶୁଦ୍ଧ ସୁନା ମଧ୍ୟ କୁହାଯାଏ । ଏହାର ଶୁଦ୍ଧତା ୯୯.୯%। ଏହାର ଗୁଣବତ୍ତା ଏବଂ ଚମତ୍କାର ଆକର୍ଷଣ ପାଇଁ ଏହା ଅତ୍ୟନ୍ତ ମୂଲ୍ୟବାନ। ଏହାର ମୁଖ୍ୟ ବ୍ୟବହାର ନିବେଶରେ କରାଯାଏ ।
Comments are closed.