Latest Odisha News

BREAKING NEWS

ଏହି ୪ ଜିଲ୍ଲାରେ କାଳବୈଶାଖୀ….ଆଗାମୀ ୩ ଘଣ୍ଟା ପାଇଁ ଜାରି ହେଲା ଆଲର୍ଟ

ଭୁବନେଶ୍ବର: ଆଗାମୀ ୩ ଘଣ୍ଟା ଭିତରେ ବର୍ଷିବ କାଳବୈଶାଖୀ ବର୍ଷା । ଏନେଇ ୪ ଜିଲ୍ଲାକୁ ୩ ଘଣ୍ଟା ପାଇଁ କାଳବୈଶାଖୀ ବର୍ଷା ସମ୍ଭାବନା ନେଇ ସତର୍କତା ଜାରି କରିଛି ପାଣିପାଗ ବିଭାଗ । ନୂଆପଡ଼ା, ନବରଙ୍ଗପୁର, ରାୟଗଡ଼ା ଓ କୋରାପୁଟ ଜିଲ୍ଲାକୁ ସତର୍କତା ଜାରି କରାଯାଇଛି । ବିଜୁଳି ଘଡଘଡି ସାଙ୍ଗକୁ ଘଣ୍ଟାକୁ ୪୦ରୁ ୫୦ କିମି ବେଗରେ ଝଡ଼ତୋଫାନ ସହ ବଜ୍ରପାତ ସମ୍ଭାବନା ନେଇ ସତର୍କତା ମିଳିଚି । ଏଥିସହିତ ଏହି ଜିଲ୍ଲା ଗୁଡିକର କିଛି ଅଞ୍ଚଳରେ କୁଆପଥର ବର୍ଷା ହେବା ନେଇ ଆକଳନ କରିଛି ପାଣିପାଗ ବିଭାଗ ।

ସେପଟେ ଏବେ ରାଜ୍ୟରେ ତରତିରୁ ଟିକିଏ ଆଶ୍ବସ୍ତି ଦେଇଛି କାଳବୈଶାଖୀ ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ ଦିନ ତାପମାତ୍ରା ହ୍ରାସ ପାଇଛି । ଆସନ୍ତା ୧୭ ତାରିଖ ଯାଏଁ ଏହି କାଳବୈଶାଖୀ ବର୍ଷା ବର୍ଷିବ ।  ରାଜ୍ୟର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ନେଇ ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।

ଏଥିସହିତ ବର୍ଷା ପ୍ରଭାବରେ ରାଜ୍ୟର ଅଧିକାଂଶ ସ୍ଥାନରେ ତାପମାତ୍ରା ୩ରୁ ୫ ଡିଗ୍ରୀ କମିଛି । ଆଜି ରାଜ୍ୟର ଅଧିକାଂଶ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । ଏନେଇ ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଭଦ୍ରକ, ବାଲେଶ୍ବର, କେନ୍ଦୁଝର, ମୟୂରଭଞ୍ଜ, ଯାଜପୁର, କଟକ, କେନ୍ଦ୍ରାପଡା ଓ ଜଗତସିଂହପୁରକୁ ଆଲର୍ଟ ଜାରି ହୋଇଛି । ବର୍ଷା ସାଙ୍ଗକୁ ବିଜୁଳି ଘଡଘଡି ହୋଇପାରେ । ସେହିପରି ଆସନ୍ତାକାଲି ପାଇଁ ମଧ୍ୟ ୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଆସନ୍ତା ୧୭ ତାରିଖ ଯାଏଁ ଏଭଳି ସ୍ଥିତି ଲାଗି ରହିବ । ଫଳରେ ତାପମାତ୍ରା ୨ରୁ ୩ ଡିଗ୍ରୀ କମିବା ନେଇ ପୂର୍ବାନୁମାନ କରିଛି ଭୁବନେଶ୍ବର ପାଣିପାଗ କେନ୍ଦ୍ର ।

Comments are closed.