ଭୁବନେଶ୍ବର: ଧରାପଡିଲା ଅସଲି ପୋଲିସ ପତ୍ନୀଙ୍କ ନକଲି କାରନାମା । ଫେସବୁକରେ ନକଲି ପୋଲିସ୍ ସାଜି, ଲୋକଙ୍କୁ ଲଗାଉଥିଲେ ଚୂନ । ଠକେଇ ଅଭିଯୋଗ ହେବା ପରେ ପୋଲିସ୍ ପତ୍ନୀଙ୍କୁ ବାନ୍ଧିଲା ପୋଲିସ୍ ।
ତେବେ ଏଭଳି ଏକ ଘଟଣାରେ ସାଇବର ଥାନା ପୋଲିସ, ଅସଲି ପୋଲିସଙ୍କ ନକଲି ପୋଲିସ୍ ପତ୍ନୀ ସଂଯୁକ୍ତା ଭୂୟାଁକୁ ବାନ୍ଧିଛି । ସଂଯୁକ୍ତାଙ୍କ ସ୍ବାମୀ ଏସଓଜିରେ ଜଣେ କାର୍ଯ୍ୟରତ କନଷ୍ଟେବଲ । ହେଲେ ତାଙ୍କ ପତ୍ନୀ ଚଳାଇଥିଲେ ଠକେଇ କାରନାମା । ସ୍ବାମୀଙ୍କ ପୋଲିସ ପୋଷାକ ପିନ୍ଧି ସୋସିଆଲ ମିଡିଆରେ ଡିପି ରଖିଥିଲେ । ଡିପି ଦେଖାଇ ସୋସିଆଲ ମିଡିଆରେ ବନ୍ଧୁତା କରି ଲୁଟି ନେଇଥିଲେ ୮ ଲକ୍ଷ ଟଙ୍କା ।
ଫେସବୁକରେ ଚନ୍ଦକା ଅନ୍ଧାରୁଆର ଦାସପୁରର ବିଷ୍ଣୁ ପ୍ରସାଦ ମୁଦୁଲି ଏବଂ ତାଙ୍କ ପତ୍ନୀଙ୍କୁ ଚୂନ ଲଗାଇ, ତାଙ୍କ ଠାରୁ ୮ ଲକ୍ଷ ୭୫ ହଜାର ଠକେଇ କରିଥିଲେ । ଯାହାକୁ ନେଇ ସାଇବର ଥାନାରେ ଅଭିଯୋଗ ପରେ ମଧ୍ୟ ପୋଲିସ ନଶୁଣିବାରୁ ଗତ ଶୁକ୍ରବାର ପୋଲିସ କମିଶନରଙ୍କ ଦ୍ୱାରସ୍ଥ ହୋଇଥିଲେ ଠକେଇରେ ଶିକାର ପରିବାର । ଠକ ମହିଳା ଜଣଙ୍କ ପ୍ରୋଫାଇଲରେ ପୋଲିସ ଆଇଆଇସିଙ୍କ ଫଟୋ ରଖି ଠକେଇ କରୁଥିବା ଜାଣିବାକୁ ପାଇଛି ପୋଲିସ । ପରେ ଏନେଇ ସାଇବର ଥାନା ପୋଲିସ୍ ଖୋଳତାଡ କରିବା ପରେ ମହିଳା ଜଣଙ୍କ ପ୍ରୋଫାଇଲରେ ପୋଲିସ ଆଇଆଇସିଙ୍କ ଫଟୋ ରଖି ଠକେଇ କରୁଥିବା ଜାଣିବାକୁ ମିଳିଛି । ଏହାପରେ ସାଇବର ଥାନାରେ ପୋଲିସ୍ କନଷ୍ଟେବଲଙ୍କ ପତ୍ନୀଙ୍କୁ ଗିରଫ କରିଛି ।
Comments are closed.