Latest Odisha News

BREAKING NEWS

ବାଣ କାରଖାନାରେ ବିସ୍ଫୋରଣ; ଚାଲିଗଲା ୮ଜୀବନ, ଏକାଧିକ ଆହତ

ଅମରାବତୀ: ରବିବାରରେ ଘଟିଛି ବଡ ଅଘଟଣ । ଆନ୍ଧ୍ରପ୍ରଦେଶର ଅନକାପାଲି ଜିଲ୍ଲାରେ ଏକ ବାଣ କାରଖାନାରେ ବିସ୍ଫୋରଣ ହୋଇଛି । ଏହି ଘଟଣାଟି କୈଳାସପଟ୍ଟିନମ୍ ଗାଁରେ ହୋଇଛି । ଏହି ଦୁର୍ଘଟଣାରେ ୮ ଜଣଙ୍କ ଜୀବନ ଚାଲିଯାଇଛି । ଏଥିସହ ସାତ ଜଣ ଆହତ ମଧ୍ୟ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ଦୁଇ ମହିଳା ରହିଥିବା ସୂଚନା ରହିଛି । ଆହତଙ୍କୁ ସଙ୍ଗେ ସଙ୍ଗେ ନରସିପାଟନମ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଖବରମୁତାବକ, ବାଣ ତିଆରି କାରଖାନାରେ ଆଜି ବିସ୍ଫୋରଣ ଘଟିଛି । ନିଆଁର ପ୍ରକୋପ ଏତେ ଭୟଙ୍କର ଥିଲା ଯେ ଘଟଣାସ୍ଥଳରେ ଛଅ ଜଣଙ୍କ ମୃତ୍ୟୁ ଘଟିଛି । ପରେ ହସ୍ପିଟାଲରେ ଆଉ ଦୁଇ ଗୁରୁତରଙ୍କ ମୃତ୍ୟୁ ଘଟିଛି ।
ଦୁର୍ଘଟଣା ସମୟରେ କାରଖାନାରେ କାମ ଚାଲିଥିବା କୁହାଯାଉଛି। ଏହି ସମୟରେ, କାରଖାନାରେ ରଖାଯାଇଥିବା ବାରୁଦ ଗଦାରେ ନିଆଁ ଲାଗିଗଲା ଏବଂ ବିସ୍ଫୋରଣ ଘଟିଲା । ବିସ୍ଫୋରଣରେ କାରଖାନାର ଛାତ ଭୁଶୁଡ଼ି ପଡ଼ିଥିଲା। ଭଗ୍ନାବଶେଷ ପବନରେ ଉଡ଼ି ଅଧ କିଲୋମିଟର ଦୂରରେ ପଡ଼ିଥିଲା ।

 

ତେବେ ଏହି ଦୁଃଖଦ ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ । ଏଥିସହ ଆହତଙ୍କୁ ଭଲ ଚିକିତ୍ସା ଯୋଗାଇ ଦେବାକୁ ଗୃହମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏହାସହ ଏସପି ଓ ଜିଲ୍ଲାପାଳଙ୍କ ସହ ଏବାବଦରେ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ । ଏଥିସହ ବାଚସ୍ପତି ଆୟନ୍ନାପତ୍ରୁଡୁ ମଧ୍ୟ ଏହି ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି । ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି । ଏହା ସହ ଆହତଙ୍କୁ ଭଲ ଚିକିତ୍ସା ଯୋଗାଇ ଦେବାକୁ ନରସିମପାଟନମ ଆରଡିଓଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

 

Comments are closed.