Latest Odisha News

BREAKING NEWS

ଏହି ଯୁବକ ସଚିନଙ୍କୁ ଶିଖାଇଥିଲେ ଟେକନିକ୍; ୧୯ ବର୍ଷ ପରେ ଭେଟି କ’ଣ କହିଲେ ତେନ୍ଦୁଲକର୍ ଜାଣନ୍ତୁ…

ମୁମ୍ବାଇ: କ୍ରିକେଟ ଭଗବାନ ଭାବେ ବିବେଚିତ ଭାରତର ମହାନ ଖେଳାଳି ସଚିନ ତେନ୍ଦୁଲକର ଦୀର୍ଘ ୧୯ ବର୍ଷ ପରେ ତାଙ୍କୁ ଗୁରୁତ୍ୱପୂର୍ଣ୍ଣ ଟେକନିକ୍ ଟିପ୍ସ ଦେଇଥିବା ଯୁବକଙ୍କୁ ଭେଟିଲେ । ରବିବାର ସଚିନ ଏ ସମ୍ପର୍କରେ ସୋସିଆଲ ନେଟୱର୍କିଂ ସାଇଟରେ ଏକ ଭିଡିଓ ମେସେଜ ଶେୟାର କରିଛନ୍ତି ।

ମାଷ୍ଟର୍ ବ୍ଲାଷ୍ଟର୍ ସଚିନ୍ କହିଛନ୍ତି ଯେ, ଏକ ଟେଷ୍ଟ ସିରିଜ ଅବସରରେ ମୁଁ ତାଜ ହୋଟେଲରେ ରହିଥିଲି । ମୋତେ ଚା’ ଦେବା ପାଇଁ ଜଣେ ଷ୍ଟାଫ ଆସିଥିଲେ । ମୋ ସହିତ କ୍ରିକେଟ ବିଷୟରେ କଥା ହେବା ପାଇଁ ଅନୁମତି ମାଗିଥିଲେ । ଏଥିରେ ସମ୍ମତି ହେବାରୁ ସମ୍ପୃକ୍ତ ଯୁବକଜଣକ ମୋତେ କହିଥିଲେ ଆପଣ ଆର୍ମ ଗାର୍ଡ ବ୍ୟବହାର କଲେ ଶଟରେ ବ୍ୟତିକ୍ରମ ହେଉଛି ।ମୁଁ ଆଶ୍ଚର୍ଯ୍ୟ ହୋଇଗଲି କାରଣ ଏ ଭଳି ଗୁରୁତ୍ୱପୂର୍ଣ୍ଣ କଥା ମୋତେ କେହି କହି ନ’ଥିଲେ । ମୁଁ ମଧ୍ୟ ଏ’ନେଇ ଚିନ୍ତା କରୁଥିଲି ।

ସଚିନ ଭିଡିଓ ଶେୟାର କଲା ବେଳେ ଉପରୋକ୍ତ ଯୁବକଙ୍କୁ ଭେଟିବା ନେଇ ଆଶାବ୍ୟକ୍ତ କରିଥିଲେ । ତାଜ ହୋଟେଲ ଏହାର ଅନୁଧ୍ୟାନ କରିବା ପରେ ସେହି ଷ୍ଟାଫଙ୍କୁ ଖୋଜି ବାହାର କରିଥିଲେ । ତାଙ୍କ ନାମ ଗୁରୁପ୍ରସାଦ ଓ ଚେନ୍ନାଇର ବାସିନ୍ଦା । ଗୁରୁପ୍ରସାଦ ସଚିନଙ୍କୁ ଭେଟିବା ତାଙ୍କ ଜୀବନର ଗୁରୁତ୍ୱପୂର୍ଣ୍ଣ ଘଟଣା ହୋଇ ରହିବ ବୋଲି କହିଛନ୍ତି । ମାଷ୍ଟର ବ୍ଲାଷ୍ଟର ମୋ ସହିତ ଭେଟିବା ପାଇଁ ଚାହୁଁଛନ୍ତି ବୋଲି ବିଦେଶରେ ରହୁଥିବା ପୁତୁରା କହିଥିଲେ । ସଚିନ ୧୯ ବର୍ଷ ପରେ ସେହି ଷ୍ଟାଫଙ୍କୁ ଭେଟିବା ସହ ତାଙ୍କ ସହ ଫଟୋ ଉଠାଇ ଶେୟାର କରିଥିଲେ ।

Leave A Reply

Your email address will not be published.