Latest Odisha News

BREAKING NEWS

ଫର୍ଚ୍ୟୁନ୍ ଗ୍ଲୋବାଲ୍ ୫୦୦ ଲିଷ୍ଟ୍; ଇଣ୍ଡିଆନ ଅଏଲକୁ ପଛରେ ପକାଇ ରିଲାଏନ୍ସ ଇଣ୍ଡଷ୍ଟ୍ରୀଜ୍ ଶୀର୍ଷରେ !

ଭୁବନେଶ୍ୱର: ରିଲାଏନ୍ସ ଇଂଣ୍ଡଷ୍ଟ୍ରୀଜ, ଇଣ୍ଡିଆନ ଅଏଲକୁ ପଛରେ ପକାଇ ଫରଚ୍ୟୁନ ଇଣ୍ଡିଆ ୫୦୦ ସୂଚୀରେ ଶୀର୍ଷ ସ୍ଥାନରେ ପହଂଚିଗଲା ।

ସୂଚନାଯୋଗ୍ୟ ଯେ ୧୦ ବର୍ଷଧରି ଭାରତୀୟ କମ୍ପାନୀ ହିସାବରେ ଇଣ୍ଡିଆନ ଅଏଲ ଏହି ଲିଷ୍ଟର ଶୀର୍ଷ ସ୍ଥାନ ଅଧିକାର କରିଥିଲା । ଫରଚ୍ୟୁନ ଇଣ୍ଡିଆ କହିଛି ଯେ, ୨୦୧୮-୧୯ ରେ ୫.୮୧ ଲକ୍ଷ କୋଟି ଟଙ୍କା ରାଜସ୍ୱ ସହିତ ମୁକେଶ ଅମ୍ବାନୀ ଦ୍ୱାରା ପରିଚାଳିତ କମ୍ପାନୀ ସମୂହ ଇଣ୍ଡିଆନ ଅଏଲ ସ୍ଥାନ ନେଇଛି।

ସରକାରଙ୍କ ଦ୍ୱାରା ପରିଚାଳିତ ତେଲ ଓ ପ୍ରାକୃତିକ ଗ୍ୟାସ ନିଗମ (ଓଏନଜିସି) ୨୦୧୮ ରେ ତୃତୀୟ ସ୍ଥାନରେ ଥିଲା । ଏହାପରେ ଭାରତୀୟ ଷ୍ଟେଟ ବ୍ୟାଙ୍କ, ଟାଟା ମୋଟର୍ସ ଓ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡ଼ ( ବିସିପିଏଲ) ମଧ୍ୟରେ ୨୦୧୮-୨୦୧୯ ରେ କୌଣସି ପରିବର୍ତ୍ତନ ହୋଇନାହିଁ । ରାଜେଶ ଏକ୍ସପୋର୍ଟ ୨୦୧୯ ର ସୂଚୀରେ ସପ୍ତମ ସ୍ଥାନରେ ରହିଛି, ସେହିପରି ଟାଟା ଷ୍ଟିଲ, କୋଲ ଇଣ୍ଡିଆ, ଟାଟା କଂସଲଟାନସି ଓ ଲାର୍ସନ ଆଣ୍ଡ ଟୁବ୍ରୋ ମଧ୍ୟ ଅଷ୍ଟମ, ନବମ, ଦଶମ, ଏକାଦଶ ସ୍ଥାନରେ ଅଛନ୍ତି । ଆଇସିଆଇସି ବ୍ୟାଙ୍କ ଦ୍ଵାଦଶ ଓ ପରେ ପରେ ହିଣ୍ଡାଲକୋ ଇଂଣ୍ଡଷ୍ଟ୍ରୀଜ ଓ ଏଚଡିଏଫସି ବ୍ୟାଙ୍କଙ୍କ ସ୍ଥାନ ଅଛି |

ବେଦନ୍ତ ଲିମିଟେଡ଼ ୨୦୧୯ ସୂଚୀରେ ନିଜର ତିନି ସ୍ଥାନ ଖସି ୧୮ତମ ସ୍ଥାନରେ ପହଂଚି ଯାଇଛି । ଫରଚ୍ୟୁନ ଇଣ୍ଡିଆ କହିଛି ଯେ ରିଲାଏନ୍ସ ଇଂଣ୍ଡଷ୍ଟ୍ରୀଜ ଲିମିଟେଡ଼ର ୨୦୧୮-୧୯ ର ରାଜସ୍ୱ ୫.୮୧ ଲକ୍ଷ କୋଟି ଟଙ୍କା ଅଛି, ଠିକ ସେହି ସମୟ ଭିତରେ ଇଣ୍ଡିଆନ ଅଏଲ ନିଜର ବିକ୍ରିରେ ୨୬.୬ ପ୍ରତିଶତ ବୃଦ୍ଧି ରେକର୍ଡ କରିଛି, ଯାହା ୫.୩୬ ଲକ୍ଷ କୋଟି ଟଙ୍କା ଅଟେ । ୨୦୧୮-୧୯ ପାଇଁ ରିଲାଏନ୍ସ ଇଂଣ୍ଡଷ୍ଟ୍ରୀଜ ଲିମିଟେଡ଼ ର ଲାଭ ମଧ୍ୟ ଇଣ୍ଡିଆନ ଅଏଲ କର୍ପୋରେସନ ର ଦୁଇଗୁଣା ରୁ ଅଧିକ ୩୯,୫୮୮ କୋଟି ଟଙ୍କା ଥିଲା ।

Leave A Reply

Your email address will not be published.