Latest Odisha News

ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ପରଭେଜ୍ ମୁସାରଫଙ୍କୁ ମିଳିଲା ମୃତ୍ୟୁ ଦଣ୍ଡାଦେଶ

ଇସଲାମାବାଦ: ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ତଥା ସେନାଧ୍ୟକ୍ଷ ପରବଜେ୍ ମୁସାରଫଙ୍କୁ ଦେଶଦ୍ରୋହ ମାମଲାରେ ସ୍ୱତନ୍ତ୍ର କୋର୍ଟ ମୃତ୍ୟୁ ଦଣ୍ଡାଦେଶ ଶୁଣାଇଛନ୍ତି ।

ଏନେଇ ଏକ ଜାତୀୟ ଗଣମାଧ୍ୟମ ରିପୋର୍ଟରୁ ଜଣାପଡିଛି ।

ଗତ ୨୦୦୭ ମସିହାରେ ଦେଶରେ ଜରୁରୀକାଳନୀ ପରିସ୍ଥିତି ଲାଗୁ କରିଥିବା ଯୋଗୁଁ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନବାଜ ଶରୀଫ୍ ତାଙ୍କ ବିରୋଧରେ ଦେଶଦ୍ରୋହ ମାମଲା ତଥା ଦେଶ ବିରୋଧରେ ଷଡଯନ୍ତ୍ର କରିବା ନେଇ ମାମଲା ରୁଜୁ ହୋଇଥିଲା । ଯାହା ପରବର୍ତ୍ତୀ ସମୟରେ ୨୦୧୩ ଯାଏଁ ଚାଲିଥିଲା ।

ଏହାବ୍ୟତିତ ଗତ ସପ୍ତାହରେ ୭୬ ବର୍ଷୀୟ ମୁଶାରଫଙ୍କ ବୟାନ ଡିସେମ୍ବର ୫ ସୁଦ୍ଧା ରେକର୍ଡ କରିବାକୁ ଲାହୋରର ଏକ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ବର୍ତ୍ତମାନ ସମୟରେ ଦୁବାଇରେ ରହୁଥିବା ମୁସାରଫ ଲାହୋର ହାଇକୋର୍ଟରେ ଏକ ଯାଚିକା ଦାୟର କରି ସ୍ୱତନ୍ତ୍ର ଅଦାଲତ ଉପରେ ରୋକ ଲଗାଇବାକୁ ଆବେଦନ ମଧ୍ୟ କରିଥିଲେ । ସେ ସୁସ୍ଥହୋଇ କୋର୍ଟରେ ହାଜିର ନହେବାଯାଏଁ ଏହି ରୋକ୍ ଲଗାଇବା ପାଇଁ ଅନୁରୋଧ କରିଥିଲେ ।

ତେବେ କୌଣସି ବ୍ୟକ୍ତିଙ୍କୁ ସ୍ୱତନ୍ତ୍ର କୋର୍ଟ ଏଭଳି ମୃତ୍ୟୁ ଦଣ୍ଡାଦେଶ ଦେବା ପାକିସ୍ତାନ ଇତିହାସରେ ପ୍ରଥମ ।

ସୂଚନାଯୋଗ୍ୟ, ପେଶୱାର ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ୍ ୱାକର ଅହମ୍ମଦ ସେଠଙ୍କ ନେତୃତ୍ୱରେ ଗଠିତ ଏକ ଖଣ୍ଡପୀଠ ମୁସାରଫଙ୍କୁ ଆଜି ମୃତ୍ୟୁଦଣ୍ଡରେ ଦଣ୍ଡିତ କରିଛନ୍ତି । ଉକ୍ତ ଖଣ୍ଡପୀଠରେ ସିନ୍ଧ ହାଇକୋର୍ଟର ବିଚାରପତି ନଜର ଆକବର ଓ ଲାହୋର ହାଇକୋର୍ଟର ବିଚାରପତି ଶାହିଦ କରିମ ପ୍ରମୁଖ ରହିଛନ୍ତି ।

Leave A Reply

Your email address will not be published.