Latest Odisha News

ଖୋର୍ଦ୍ଧା କ୍ଲିନିକର ଗୁଳିକାଣ୍ଡ ପଛରେ ସୁପାରି କିଲରର ହାତ: ପୋଲିସ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାର ଏକ ଘରୋଇ କ୍ଲିନିକ୍ ଉପରେ ହୋଇଥିବା ଗୁଳିମାଡ ଘଟଣା ପଛରେ ସୁପାରି କିଲରର ହାତଥିବା ନେଇ ମଙ୍ଗଳବାର ଦିନ ପୋଲିସ ପକ୍ଷରୁ ଦାବି କରାଯାଇଛି ।

ପ୍ରାପ୍ତ ସୂଚନାନୁଯାୟୀ ଦୁଇ ଦିନ ତଳେ ଖୋର୍ଦ୍ଧାରେ ଥିବା ଏହି କ୍ଲିନିକରେ ଜଣେ ଡାକ୍ତର ଓ ଔଷଧ ଦୋକାନୀ ବସିଥିବାବେଳେ ଅଚାନକ କିଛି ଦୁବୃର୍ତ୍ତ ଆସି ତାଙ୍କ ଉପରକୁ ଗୁଳିମାଡ କରିଥିଲେ । ଏହି ଗୁଳିମାଡରେ ଚିକିତ୍ସାଧୀନ ଅବସ୍ଥାରେ ଔଷଧ ଦୋକାନୀ କୃଷ୍ଣଚନ୍ଦ୍ରଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟଜଣେ ଡାକ୍ତର ଆହତ ହୋଇଥିଲେ ।

ଏହି ଘଟଣାକୁ ନେଇ ତଦନ୍ତ ଜାରି ରହିଥିବା ବେଳେ ଖୋର୍ଦ୍ଧା ଏସପି ଅଜୟ ପ୍ରତାପ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, “ଏହି ଗୁଳିକାଣ୍ଡ ପଛରେ ସୁପାରି କିଲର ହାତ ଥିବାନେଇ ଠୋସ୍ ପ୍ରମାଣ ମିଳିଛି । ବତ୍ତର୍ମାନ ସମୟରେ ମୁଖ୍ୟ ଅଭିଯୁକ୍ତଙ୍କୁ ଧରିବା ପାଇଁ ଖୋଳତାଡ ଜାରି ରଖିଛୁ” ।

ଆହୁରି ମଧ୍ୟ ଏନେଇ ବିସ୍ତୁତ ବିବରଣୀ ପ୍ରକାଶ କଲେ, ତଦନ୍ତରେ ବାଧା ଉପୁଜିବ ବୋଲି ଏସପି କହିନ୍ତି ।

ଏହାବ୍ୟତିତ ଗତ ସୋମବାର ଦିନ ଏସପି କହିଥିଲେ ଯେ ଅଭିଯୁକ୍ତଙ୍କୁ ଧରିବା ପାଇଁ ନୟାଗଡ, ଭୁବନେଶ୍ୱର, ବ୍ରହ୍ମପୁର ଓ ଖୋର୍ଦ୍ଧାରେ ୪ଟି ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଛି । ଏଥିସହିତ ଖୋର୍ଦ୍ଧାର ଉକ୍ତ ଅଞ୍ଚଳ ଓ ଏହାର ଆଖପାଖ ସ୍ଥାନରେ ଥିବା ସିସିଟିଭିକୁ ମଧ୍ୟ ଯାଞ୍ଚ କରାଯାଉଛି ।

Leave A Reply

Your email address will not be published.