Latest Odisha News

BREAKING NEWS

ଦୀଘା ଜଗନ୍ନାଥ ମନ୍ଦିର ବିବାଦ ପ୍ରସଙ୍ଗ: ମମତାଙ୍କୁ ଉପମୁଖ୍ୟମନ୍ତ୍ରୀଙ୍କ ଟାର୍ଗେଟ୍

ଭୁବନେଶ୍ୱର: ଦୀଘା ଜଗନ୍ନାଥ ମନ୍ଦିର ବିବାଦ ପ୍ରସଙ୍ଗରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ବୟାନ। ନାଁ ନ ନେଇ ମମତାଙ୍କୁ ଟାର୍ଗେଟ୍ କଲେ ପ୍ରଭାତୀ। କହିଲେ ‘ଯେ ହିନ୍ଦୁ ସଂସ୍କୃତି, ପରମ୍ପରା ସହ ଖେଳିବ, ସେ ଫଳ ଭୋଗିବ।’ କେଉଁଠି ଧାମ ତିଆରି କରିବା, କି କେଉଁଠି ଶଙ୍କରାଚାର୍ଯ୍ୟଙ୍କୁ ରଖିବା, କି କେଉଁ ସମୁଦ୍ରକୁ ନାମକରଣ କରିବା କୌଣସି ମୁଖ୍ୟମନ୍ତ୍ରୀଙ୍କର ଦାୟିତ୍ଵ ନୁହେଁ। ଆମେ ସମସ୍ତେ ଜାଣିଛେ ପ୍ରଭୁ ଜଗନ୍ନାଥଙ୍କ ଧାମ କେଉଁଠି ଅଛି।

ପ୍ରକାଶ ଥାଉକି, ମହାପ୍ରଭୁ ଜଗନ୍ନାଥଙ୍କ ପାଇଁ ଉଦ୍ଦିଷ୍ଟ ଦାରୁରେ ଦିଅଁ ଗଢ଼ି ପଶ୍ଚିମବଙ୍ଗ ଦୀଘାରେ ନିର୍ମିତ ନୂଆ ଜଗନ୍ନାଥ ମନ୍ଦିରରେ ପ୍ରାଣ ପ୍ରତିଷ୍ଠା କରାଯାଇଛି। ଆଉ କେହି ନୁହଁନ୍ତି ମହାପ୍ରଭୁଙ୍କ ଶ୍ରୀଅଙ୍ଗ ରକ୍ଷକ ଦଇତାପତି ନିଜେ ମୂର୍ତ୍ତି ତିଆରି କରାଇ ଦୀଘା ନେଇ ପ୍ରତିଷ୍ଠା କରାଇଛନ୍ତି। ମହାପ୍ରଭୁଙ୍କ ଏହି ଦାରୁ ମହାବିଭ୍ରାଟ ଜଣାପଡ଼ିବା ପରେ ହଇଚଇ ସୃଷ୍ଟି ହୋଇଛି। ୧୨ ବର୍ଷରେ ଥରେ ସ୍ୱପ୍ନାଦେଶରେ ପ୍ରାପ୍ତ ଏହି ଦୁର୍ଲ୍ଲଭ ଦାରୁର ବଳକା ଅଂଶ ଶ୍ରୀମନ୍ଦିର ମେଘନାଦ ପାଚେରୀ ଡେଇଁ କେମିତି ଦୀଘାରେ ପହଞ୍ଚିଲା ତାକୁ ନେଇ ଖୋଳତାଡ଼ ଆରମ୍ଭ ହୋଇଛି।

ନିଜେ ଆଇନ ତଥା ଦେବୋତ୍ତର ବିଭାଗ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଏହାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଦୀଘାରେ ପ୍ରତିଷ୍ଠା ହୋଇଥିବା ଜଗନ୍ନାଥ ମନ୍ଦିରରେ ପୁରୋଧା ସାଜିଥିବା ଦଇତାପତି ନିଯୋଗର ସଂପାଦକ ରାମକୃଷ୍ଣ ଦାସମହାପାତ୍ରଙ୍କ ବୟାନବାଜିରୁ ହିଁ ଏହି ମହାବିଭ୍ରାଟ ଲୋକଲୋଚନକୁ ଆସିଛି। ରାମକୃଷ୍ଣ ପ୍ରଥମେ କହିଲେ, ନବକଳେବର ସମୟରେ ବଳକା ଦାରୁରୁ ମୁଁ ନିଜେ ଗଢ଼ି ଆଣିଥିବା ମୂର୍ତ୍ତି ଦୀଘା ମନ୍ଦିରରେ ପ୍ରତିଷ୍ଠା ହୋଇଛି। ଏହି ଦାରୁ ବିଗ୍ରହରେ ବ୍ରହ୍ମ ପ୍ରତିଷ୍ଠା କରାଯିବ। ହେଲେ ଏନେଇ ଦୀଘା ଠାରୁ ପୁରୀ ହୁଲସ୍ତୁଲ ହେବା ପରେ ସେ ସ୍ପଷ୍ଟୀକରଣ ଦେଇଥିଲେ। ସେ କହିଥିଲେ ଯେ, ଜଗନ୍ନାଥ ହେଉଛନ୍ତି ଜଗତର ଠାକୁର। ସାରା ବିଶ୍ଵରେ ତାଙ୍କ ମନ୍ଦିର ନିର୍ମାଣ ହୋଇପାରିବ। କିନ୍ତୁ ବ୍ରହ୍ମ ଏକ, ଅନ୍ୟ ସବୁ ନାସ୍ତି। ବ୍ରହ୍ମ ପ୍ରତିଷ୍ଠା କଥା କହିବା ମିଛ।

Comments are closed.