ନୂଆଦିଲ୍ଲୀ: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଦୀର୍ଘ ସମୟ ଧରି ଉତ୍ତେଜନା ଏବଂ ସଂଘର୍ଷ ପରେ, ମେ ୧୦ ସନ୍ଧ୍ୟା ୫ଟାରେ ଯୁଦ୍ଧବିରତି ଘୋଷଣା କରାଯାଇଛି । ଏହି ଅସ୍ତ୍ରବିରତି ନେଇ କିନ୍ତୁ ଏବେ ଖପ୍ପା ରହିଛି କଂଗ୍ରେସ । କଂଗ୍ରେସର ଅନେକ ନେତା ଅସ୍ତ୍ରବିରତିରେ ଆମେରକା ଅସ୍ତକ୍ଷେପକୁ ନେଇ ଅସନ୍ତୋଷ ବ୍ୟକ୍ତି କରିଛନ୍ତି । ଏମିତିକି ସୋମବାର ମୋଦିଙ୍କ ସମ୍ବୋଧନରେ କାହିଁକି, ସେ ଏନେଇ କିଛି କହିଲେନି, ସେଥିପାଇଁ ମୋଦିଙ୍କୁ ମଧ୍ୟ ପ୍ରଶ୍ନ କରିଛନ୍ତି ।
ହେଲେ ଏବେ ସେହି କଂଗ୍ରେସର ଆଉ ଜଣେ ସାଂସଦ ଟ୍ରମ୍ପଙ୍କ ମଧ୍ୟସ୍ଥତାରେ ହୋଇଥିବା ଏହି ଅସ୍ତ୍ରବିରତିକୁ ସଠିକ୍ ବୋଲି ଦର୍ଶାଇଛନ୍ତି । ଏହି ପ୍ରସଙ୍ଗରେ ଅନ୍ୟ କଂଗ୍ରେସ ନେତାଙ୍କ ମତ ଠାରୁ ଭିନ୍ନ ମତ ରଖିଛନ୍ତି, କଂଗ୍ରେସ ସାଂସଦ ମନୀଷ ତିୱାରୀ । ସେ ପାକିସ୍ତାନ ଏବଂ ଭାରତ ଆମେରିକାର ହସ୍ତକ୍ଷେପକୁ ସଠିକ୍ ବୋଲି କହିଛନ୍ତି।
ଏନେଇ କଂଗ୍ରେସ ସାଂସଦ କହିଛନ୍ତି, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଠାରୁ ଆସିଥିବା ବିବୃତ୍ତି, ଆପଣଙ୍କୁ ପସନ୍ଦ ଆସୁ କି ନ ଆସୁ, ଏକ ତଥ୍ୟପୂର୍ଣ୍ଣ ବିବୃତ୍ତି । ଯଦି ଆପଣ ୧୯୪୭ ରୁ ୧୯୭୨ ପର୍ଯ୍ୟନ୍ତ ଭାରତ-ପାକିସ୍ତାନ ମତାମତକୁ ଏକ ଦୃଷ୍ଟିକୋଣରୁ ଦେଖନ୍ତି, ଯେତେବେଳେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଥିଲା ଏବଂ ସେମାନେ ମୁଖ୍ୟତଃ ଜମ୍ମୁ ଏବଂ କଶ୍ମୀର ରାଜ୍ୟକୁ ନେଇ ଥିଲା । ତେବେ ଏହା ହେଉଛି ମିଳିତ ଜାତିସଂଘ ସୁରକ୍ଷା ପରିଷଦର ପ୍ରସ୍ତାବ ଯାହା ଦୁଇ ଦେଶ ମଧ୍ୟରେ ଯେକୌଣସି ଆଲୋଚନାର ଏକ ଝଲକ ଥିଲା, କିନ୍ତୁ ଶେଷରେ ମୂଳ କଥା ହେଉଛି ଯେ ଯେତେବେଳେ ଦୁଇଟି ବାସ୍ତବିକ ପରମାଣୁ ଅସ୍ତ୍ର ରାଷ୍ଟ୍ର ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଏ, ସେତେବେଳେ ବିଶ୍ୱର ଅନ୍ୟ ଦେଶମାନେ ଠିଆ ହୋଇ ଚାହିଁ ରହିବେ ନାହିଁ । ଯେତେବେଳେ ସେମାନେ ପରସ୍ପର ସହିତ କଥା ହେଉନାହାଁନ୍ତି , ସେତେବେଳେ ବିଶ୍ୱର ଅନ୍ୟ ଦେଶଗୁଡ଼ିକ ସ୍ପଷ୍ଟ ଭାବରେ ଉଭୟ ଦେଶ ସହିତ କଥାବାର୍ତ୍ତା କରିବେ ବୋଲି ସେ ମତ ରଖିଛନ୍ତି ।
ଏଥିସହିତ ସେ ଏହା ବି କହିଛନ୍ତି, ପହଲଗାମ ହତ୍ୟାକାଣ୍ଡ ପରେ ଭାରତୀୟ ସଶସ୍ତ୍ର ବାହିନୀ ଅପରେସନ ସିନ୍ଦୂର ମାଧ୍ୟମରେ ପ୍ରତିଶୋଧ ନେଇଥିଲେ। ଏବେ ମୁଁ ଭାବୁଛି ଯେ ପାକିସ୍ତାନ ଏବଂ ଏହାର ଶାସକମାନେ ବୁଝିପାରିଥିବେ ଯେ ଏହା ସବୁଦିନ ପାଇଁ ଚାଲିପାରିବ ନାହିଁ। ସେମାନେ ସବୁବେଳେ ପରମାଣୁ ବ୍ଲାକମେଲ୍ କିମ୍ବା ଆତଙ୍କବାଦୀମାନଙ୍କୁ ବ୍ୟବହାର କରିପାରିବେ ନାହିଁ। ଭାରତର କାର୍ଯ୍ୟାନୁଷ୍ଠାନ ପରେ, ପାକିସ୍ତାନୀମାନେ ଏବେ ସ୍ପଷ୍ଟ ହୋଇଯାଇଥିବେ ।
Comments are closed.