ମୁମ୍ବାଇ: ସୋସିଆଲ ମିଡିଆରେ ବିପାଶା ବସୁଙ୍କ ଏକ ଫଟୋ ଏବେ ଭାଇରାଲ ହେବାରେ ଲାଗିଛି । ଏହି ଫଟୋରେ ଏକଦା ଗ୍ଲାମର ଡଲ ଭାବେ ବିବେଚିତ ବିପାଶା ଆବଶ୍ୟକତାଠାରୁ ଅଧିକ ମୋଟୀ ଏବଂ ବୟସ୍କ ଲାଗୁଛନ୍ତି । ଯାହାକି ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟଚକିତ କରିଦେଇଛି । ବିପାଶା ୨ ଦିନ ତଳେ ତାଙ୍କର ଏକ ଫଟୋ ଇନଷ୍ଟାଗ୍ରାମରେ ଶେୟାର କରିଥିଲେ । ସେଥିରେ ସେ ଭାଇରାଲ ଫଟୋ ଭଳି ଆଦୌ ଦେଖାଯାଉ ନାହାନ୍ତି । ଏହି ଫଟୋର ସତ୍ୟତା ନେଇ ମଧ୍ୟ ବିପାଶାଙ୍କ ପକ୍ଷରୁ କିଛି ବୟାନ ଜାରୀ କରାଯାଇ ନାହିଁ । ଏବେ ଅଧିକାଂଶ ପ୍ରଶଂସକ ସତ୍ୟତା ଜାଣିବା ପାଇଁ ବିପାଶାଙ୍କ ଅଫିସିଆଲ ଆକାଂଉଟକୁ ଭିଜିଟ କରୁଛନ୍ତି ।
ବିପାଶା ନିଜେ ମୁହଁ ନ ଖୋଲିବା ପର୍ଯ୍ୟନ୍ତ ଏହାର ସତ୍ୟତା ଉଜାଗର ହୋଇପାରିବ ନାହିଁ । ୨୦୧୮ରେ ବିପାଶା ଶେଷ ଥର ପାଇଁ ୱେଲକମ ଟୁ ନ୍ୟୁୟର୍କରେ ଅଭିନୟ କରିଥିଲେ । ଏଥିରେ ସେ ଅତିଥି କଳାକାର ଭାବେ ଅଭିନୟ କରିଥିଲେ । ବିବାହ ପରେ ବିପାଶା ଫିଲ୍ମ ଜଗତରୁ ଦୂରେଇ ଯାଇଥିଲେ । ରାଜ ଓ ଜିସ୍ମ ଫିଲ୍ମ ପରେ ତାଙ୍କର ଅନେକ ପ୍ରଶଂସକ ସୃଷ୍ଟି ହୋଇଥିଲେ । ସେ ସମୟରେ ଜଣେ ଭଲ ମଡେଲ ଓ ସୁସ୍ଥ ଶରୀର ନେଇ ବିପାଶାଙ୍କ ଉଦାହରଣ ଦିଆ ଯାଉଥିଲା ।
Comments are closed.