ନୂଆଦିଲ୍ଲୀ: ଗାଦିରେ ବସିବା ପରେ ଏବେ ଟ୍ରମ୍ପଙ୍କ ବଡ ଅସ୍ତ୍ର ସାଜିଛି ଟାରିଫ୍ । କଥା ପଥାରେ ଟାରିଫ୍ ଭୟ ଦେଖାଉଛି ଆମେରିକା । ପୂର୍ବରୁ ଟାରିଫ୍ ଧମକ ଆପଲକୁ ଦେଇଥିବା ବେଳେ, ଏବେ ସମାନ ଧମକ ସାମସଙ୍ଗକୁ ମଧ୍ୟ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଟ୍ରମ୍ପ ଆପଲ୍ର ପ୍ରତିଦ୍ୱନ୍ଦ୍ୱୀ ସାମସଙ୍ଗକୁ ମଧ୍ୟ ଟାର୍ଗେଟ କରି ଚେତାବନୀ ଦେଇଛନ୍ତି ଯେ ଯଦି ଏହାର ଫୋନ୍ ଆମେରିକାରେ ତିଆରି ନହୁଏ ତେବେ ଦକ୍ଷିଣ କୋରିଆ କମ୍ପାନୀକୁ ମଧ୍ୟ ୨୫ ପ୍ରତିଶତ ଆମଦାନୀ କର ଦେବାକୁ ପଡିବ ।
ହ୍ୱାଇଟ୍ ହାଉସ୍ରେ ସାମ୍ବାଦିକ ସମ୍ମିଳନୀରେ କିଛି ଏପରି ଚେତାବନୀ ଜାରି କରିଛନ୍ତି ଟ୍ରମ୍ପ । କହିଛନ୍ତି, ଆମେରିକାରେ ଡିଭାଇସ୍ ବିକ୍ରି କରୁଥିବା ଯେକୌଣସି ଫୋନ୍ ନିର୍ମାତାଙ୍କ ଉପରେ ଶୁଳ୍କ ଲାଗୁ ହେବ । ଆଉ ଜୁନ୍ ଶେଷ ସୁଦ୍ଧା ଏହା ଆୟୁରି ବୃଦ୍ଧି କରାଯିବ । ଏହା ସାମସଙ୍ଗ ଏବଂ ସେହି ଉତ୍ପାଦ ପ୍ରସ୍ତୁତ କରୁଥିବା ଯେକୌଣସି ବ୍ୟକ୍ତିଙ୍କ ଉପରେ ମଧ୍ୟ ହେବ। ନଚେତ୍, ଏହା ନ୍ୟାୟପୂର୍ଣ୍ଣ ହେବ ନାହିଁ । କେବଳ ସେତେବେଳେ ଶୁଳ୍କ ଛାଡ ହେବ, ଯେତେବେଳେ ସେମାନେ ଆମେରିକାରେ ସେମାନଙ୍କର କାରଖାନା ନିର୍ମାଣ କରିବେ, ଆଉ ସେଠି ପ୍ରସ୍ତୁତ ସମଗ୍ରୀକୁ ବିକ୍ରୟ କରିବେ । ନଚେତ୍ ବାହାର ଦେଶରେ ପ୍ରସ୍ତୁତ ସାମଗ୍ରୀ ଉପରେ ଆମଦାନୀ କର ଲାଗୁ ହେବ ।
ଏଥିସହିତ ଆପଲ୍ ପକ୍ମପାନୀକୁ ପୂର୍ବରୁ ଦେଇଥିବା ସତର୍କତାକୁ ପୁଣି ଦୋହରାଇ କହିଛନ୍ତି, ମୁଁ ବହୁ ପୂର୍ବରୁ ଆପଲ୍ ସିଇଓ ଟିମ୍ କୁକ୍ଙ୍କୁ ଜଣାଇସାରିଛି ଯେ ମୁଁ ଆଶା କରୁଛି ଯେ ଆମେରିକାରେ ବିକ୍ରି ହେବାକୁ ଥିବା ଆଇଫୋନ୍ଗୁଡ଼ିକ ଆମେରିକାରେ ହିଁ ନିର୍ମିତ ହେବ । ଭାରତ କିମ୍ବା ଅନ୍ୟ କୌଣସି ସ୍ଥାନରେ ନୁହେଁ । ଯଦି ତାହା ହୁଏ ନାହିଁ, ତେବେ ଆପଲ୍ ଦ୍ୱାରା ଆମେରିକାକୁ ଅତି କମରେ ୨୫ ପ୍ରତିଶତ ଶୁଳ୍କ ଦେବାକୁ ପଡିବ ।
ତେବେ ଟ୍ରମ୍ପଙ୍କ ଏହି ପୋଷ୍ଟ ପରେ ଆପଲ୍ର ସେୟାର ୨.୬ ପ୍ରତିଶତକୁ ହ୍ରାସ ପାଇଥିଲା । ଯାହା ପ୍ରାୟ ୭୦ ବିଲିୟନ ଆମେରିକୀୟ ଡଲାର କ୍ଷତି ସହିଥିଲା । ଗତ ସପ୍ତାହରେ, ଭାରତରେ ଥିବା ଆପଲ୍ ପ୍ଲାଣ୍ଟରେ ପ୍ରସ୍ତୁତ ଆଇଫୋନ୍ଗୁଡ଼ିକ ଆମେରିକାରେ ବିକ୍ରୟ କରାଯିବା ପାଇଁ କମ୍ପାନୀର ପଦକ୍ଷେପ ଉପରେ ଟ୍ରମ୍ପ୍ ନିଜର ଏହି ଅସନ୍ତୋଷ ପ୍ରକାଶ କରିଥିଲେ। ତେବେ ରିପୋର୍ଟ ଅନୁଯାୟୀ, ଆପଲ୍ର ପ୍ରାୟ ୯୦ ପ୍ରତିଶତ ସ୍ମାର୍ଟଫୋନ୍ ଚୀନ୍ରେ ସଂଗୃହିତ ହୁଏ। ତଥାପି, ଚୀନ୍ ସହିତ ଆମେରିକାର ବାଣିଜ୍ୟ ଯୁଦ୍ଧ ମଧ୍ୟରେ, କୁକ୍ ଏହି ମାସର ଆରମ୍ଭରେ ଏକ କହିଥିଲେ ଯେ ଜୁନ୍ ତ୍ରୟମାସିକ ପାଇଁ ଆମେରିକାରେ ବିକ୍ରି ହେଉଥିବା ଅଧିକାଂଶ ଆଇଫୋନ୍ଗୁଡ଼ିକ, ଭାରତକୁ ସେମାନଙ୍କର ମୂଳ ଦେଶ ଭାବରେ ଗ୍ରହଣ କରିବ ।
ହେଲେ ସାମସଙ୍ଗ ସ୍ମାର୍ଟଫୋନ୍ ନିର୍ମାଣ ପାଇଁ ଚୀନ ଉପରେ ନିର୍ଭର କରେ ନାହିଁ । ଏହାର ଅଧିକାଂଶ ଉତ୍ପାଦ ଭାରତ, ଦକ୍ଷିଣ କୋରିଆ, ଭିଏତନାମା ଏବଂ ବ୍ରାଜିଲରେ ହୋଇଥାଏ । ଶେଷ ଥର ପାଇଁ ୨୦୧୯ରେ ଦକ୍ଷିଣ କୋରିଆର ଏହି ଟେକ୍ ଜାଏଣ୍ଟ ସାମସଙ୍ଗ, ଚୀନରେ ଏହାର ଶେଷ ଫୋନ୍ ନିର୍ମାଣ କରିଥିଲା । ଆଉ ଏହାପରେ କାରଖାନା ବନ୍ଦ କରିଦେଇଛି ସାମସଙ୍ଗ ।
Comments are closed.