ନୂଆଦିଲ୍ଲୀ: ଅପରେସନ୍ ସିଲ୍ଡ ଅଧୀନରେ ଆଜି ଭାରତ-ପାକିସ୍ତାନ ସୀମାରେ ଅବସ୍ଥିତ ୪ଟି ରାଜ୍ୟରେ ମକଡ୍ରିଲ ହୋଇଥାନ୍ତା । କିନ୍ତୁ ପ୍ରଶାସନିକ କାରଣରୁ ଏହାକୁ ଆଜି ସ୍ଥଗିତ ରଖାଯାଇ ଏହାକୁ ଘୁଞ୍ଚାଇ ଦିଆଯାଇଛି । ଆସନ୍ତା ୩୧ ତାରିଖରେ ସୁରକ୍ଷା ସମ୍ପର୍କିତ ଏହି ମକଡ୍ରିଲ କରାଯିବ ।
ସୀମାପାର ବିପଦକୁ ନଜରେ ରଖି ଭାରତ-ପାକିସ୍ତାନ ସୀମାରେ ଅବସ୍ଥିତ ଅଞ୍ଚଳଗୁଡ଼ିକରେ ପ୍ରସ୍ତୁତି ବୃଦ୍ଧି ଏବଂ ସଚେତନତା ସୁନିଶ୍ଚିତ କରିବା ଲକ୍ଷ୍ୟରେ ଏହି ମକଡ୍ରିଲ ଗୁଜୁରାଟ, ପଞ୍ଜାବ, ରାଜସ୍ଥାନ ଏବଂ ଜମ୍ମୁ ଓ କାଶ୍ମୀରରେ କରାଯିବ।
ସୂତ୍ର ଅନୁଯାୟୀ, ପାକିସ୍ତାନ ସୀମା ସଂଲଗ୍ନ ଜିଲ୍ଲାଗୁଡ଼ିକରେ ଏବେ ପ୍ରତି ମାସରେ ଏପରି ଅଭ୍ୟାସ ଅନୁଷ୍ଠିତ ହେବ। ଏହି ଅଭ୍ୟାସ ସମୟରେ, ବାସିନ୍ଦାମାନଙ୍କୁ ସତର୍କ ରହିବାକୁ ଏବଂ କର୍ତ୍ତୃପକ୍ଷଙ୍କ ଦ୍ୱାରା ଜାରି ସମସ୍ତ ନିର୍ଦ୍ଦେଶ ପାଳନ କରିବାକୁ ପରାମର୍ଶ ଦିଆଯିବ।
ଭାରତବାସୀ ଅପରେସନ୍ ସିନ୍ଦୂର ପରେ କ୍ରମାଗତ ତିନି ରାତି ସୀମାବର୍ତ୍ତୀ ରାଜ୍ୟରେ ପାକିସ୍ତାନ ପଟୁ ଆକ୍ରମଣ ଦେଖିଛନ୍ତି । ତେଣୁ ଲୋକଙ୍କୁ ଏହି ଆକ୍ରମଣ ଏବଂ ଏହାକୁ ନେଇ କେମିତି ସତର୍କ ରହିହେବ ସେନେଇ ସଚେତନ କରାଯିବ ।
ଏହି ମକଡ୍ରିଲ ପ୍ରାଥମିକ ଉଦ୍ଦେଶ୍ୟ ହେଉଛି ନିୟନ୍ତ୍ରଣ କକ୍ଷ ଏବଂ ବିମାନ ଆକ୍ରମଣ ଚେତାବନୀ ପ୍ରଣାଳୀର କ୍ଷମତା ପରୀକ୍ଷା କରିବା। ଏହା ୱାର୍ଡେନ ସେବା, ଅଗ୍ନି ନିର୍ବାପନ, ଉଦ୍ଧାର କାର୍ଯ୍ୟ, ଡିପୋ ପରିଚାଳନା ଏବଂ ସ୍ଥାନାନ୍ତର ଯୋଜନା ପ୍ରସ୍ତୁତି ଭଳି ନାଗରିକ ପ୍ରତିରକ୍ଷା ସେବାର ପ୍ରଭାବଶାଳୀତା ମୂଲ୍ୟାଙ୍କନ କରିବା ମଧ୍ୟ ଲକ୍ଷ୍ୟ ରଖିଛି।
Comments are closed.