ନୂଆଦିଲ୍ଲୀ:ଯେଉଁମାନଙ୍କୁ କଥା କହିବାରେ ଅସୁବିଧା ହୁଏ ସେମାନଙ୍କ ପାଇଁ ସାଙ୍କେତିକ ଭାଷା ବହୁତ ଗୁରୁତ୍ୱପୂର୍ଣ୍ଣ । ସେମାନେ ଏହା ସାହାଯ୍ୟରେ ଅନ୍ୟ ଲୋକଙ୍କ ସହିତ ଯୋଗାଯୋଗ କରିବା ପାଇଁ ବ୍ୟବହାର କରନ୍ତି, କିନ୍ତୁ ପ୍ରାୟ ସାଧାରଣ ଲୋକ ଏହାକୁ ବୁଝିପାରନ୍ତି ନାହିଁ। କିନ୍ତୁ ଏବେ AI ଏଥିରେ ସାହାଯ୍ୟ କରିବାକୁ ଯାଉଛି।
Google ସାଇନଜେମା (SignGemma) ନାମକ ଏକ AI ମଡେଲ୍ ଉପରେ କାମ କରୁଛି ଯାହା ସାଙ୍କେତିକ ଭାଷାକୁ ଲେଖାରେ ଅନୁବାଦ କରିବ। ଏହା କମ୍ପାନୀର ଏଯାବତ ସବୁଠୁ ଶକ୍ତିଶାଳୀ ଟୁଲ୍ ବୋଲି ଗୁଗଲ୍ କହିଛି । ଯାହା ସାଙ୍କେତିକ ଭାଷାକୁ ଲେଖାରେ ଅନୁବାଦ କରିବା ପାଇଁ ଡିଜାଇନ୍ କରାଯାଇଛି।
ଏହି ନୂତନ AI ମଡେଲ୍ ବର୍ତ୍ତମାନ ପରୀକ୍ଷଣ ପର୍ଯ୍ୟାୟରେ ଅଛି ଏବଂ ଚଳିତ ବର୍ଷ ଶେଷ ସୁଦ୍ଧା ଏହାକୁ ସାର୍ବଜନୀନ ଭାବରେ ଲଞ୍ଚ କରାଯିବାର ଯୋଜନା ରହିଛି।
ଗୁଗଲ୍ର ବାର୍ଷିକ ଡେଭଲପର ଇଭେଣ୍ଟ Google I/Oରେ ପ୍ରଥମ ଥର କରି କମ୍ପାନୀ ଏହି ଏଆଇ ମଡେଲ୍ ସମ୍ପର୍କରେ ଘୋଷଣା କରିଛି । ଯେଉଁଠାରେ Gemmaର ପ୍ରଡକ୍ଟ ପରିଚାଳକ ଗସ୍ ମାର୍ଟିନ୍ସ ଏହାକୁ କମ୍ପାନୀର “ସର୍ବକାଳୀନ ସବୁଠାରୁ ସକ୍ଷମ ସାଙ୍କେତିକ ଭାଷା ବୁଝିବା ପାରୁଥିବା ମଡେଲ୍” ଭାବରେ ବର୍ଣ୍ଣନା କରିଥିଲେ।
We're thrilled to announce SignGemma, our most capable model for translating sign language into spoken text. 🧏
This open model is coming to the Gemma model family later this year, opening up new possibilities for inclusive tech.
Share your feedback and interest in early… pic.twitter.com/NhL9G5Y8tA
— Google DeepMind (@GoogleDeepMind) May 27, 2025
ସାଇନଜେମା ବ୍ୟବହାରକାରୀମାନଙ୍କୁ ସଠିକ,ରିଅଲ ଟାଇମ୍ ଟ୍ରାନ୍ସେଲସନ ପ୍ରଦାନ କରିବା ଉପରେ ଫୋକସ କରିଛି । ଏହି ଟୁଲ୍ କୁ ବିଭିନ୍ନ ସାଙ୍କେତିକ ଭାଷା ପରିଚାଳନା କରିବା ପାଇଁ ତାଲିମ ଦିଆଯାଇଛି । ଏହି ମଡେଲ୍ ବର୍ତ୍ତମାନ ଆମେରିକୀୟ ସାଙ୍କେତିକ ଭାଷା (ASL) ଏବଂ ଇଂରାଜୀ ସହିତ ସର୍ବୋତ୍ତମ ପ୍ରଦର୍ଶନ କରୁଛି।
ଗୁଗୁଲ୍ ଉଲ୍ଲେଖ କରିଛି ଯେ ଏହି ଉପକରଣ ସହିତ,କମ୍ପାନୀ ବିଶ୍ୱର ଲକ୍ଷ ଲକ୍ଷ ବଧିର ଏବଂ ଶ୍ରୁତିବାଧିତ ବ୍ୟକ୍ତିଙ୍କ ପାଇଁ ଯୋଗାଯୋଗ ବ୍ୟବଧାନକୁ ପୂରଣ କରିବାକୁ ଲକ୍ଷ୍ୟ ରଖିଛି।
କମ୍ପାନୀ ଡେଭଲପର,ଗବେଷକ, ବଧିର ଏବଂ କମ୍ ଶୁଣାଯାଉଥିବା ସଦସ୍ୟମାନଙ୍କୁ ପ୍ରାରମ୍ଭିକ ପରୀକ୍ଷଣରେ ଅଂଶଗ୍ରହଣ କରିବା ଏବଂ ମତାମତ ପ୍ରଦାନ କରିବା ପାଇଁ ଖୋଲା ନିମନ୍ତ୍ରଣ କରିଛି।
ଗୁଗଲ୍ ଡିପ୍ ମାଇଣ୍ଡର ଅଫିସିଆଲ୍ ଏକ୍ସ ଆକାଉଣ୍ଟରେ ଏ ବିଷୟରେ ଏକ ପୋଷ୍ଟ କରାଯାଇଛି । ପୋଷ୍ଟରେ, ଏହି AI ମଡେଲର ଏକ ଡେମୋ ଦେଖାଯାଇଛି ଏବଂ ଏହାର ଲଞ୍ଚ ତାରିଖ ବିଷୟରେ ମଧ୍ୟ ସୂଚନା ସେୟାର କରାଯାଇଛି ।
Comments are closed.