Latest Odisha News

BREAKING NEWS

ଓଡ଼ିଶା ସ୍ୱାସ୍ଥ୍ୟ ସେବା ନିର୍ଦ୍ଦେଶକ ଭାବେ ଅମରେନ୍ଦ୍ର ନାଥ ମହାନ୍ତି ନିଯୁକ୍ତ

ଭୁବନେଶ୍ୱର: ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ପ୍ରତିଷ୍ଠାନର ନିର୍ଦ୍ଦେଶକ ଭାବରେ କାର୍ଯ୍ୟରତ ଥିବା ଡାକ୍ତର ଅମରେନ୍ଦ୍ର ନାଥ ମହାନ୍ତିଙ୍କୁ ମେ ୩୦ରେ ତୁରନ୍ତ ପ୍ରଭାବରେ ସ୍ୱାସ୍ଥ୍ୟ ସେବା ନିର୍ଦ୍ଦେଶକ ଭାବରେ ଓଡ଼ିଶା ସରକାର ନିଯୁକ୍ତି ଦେଇଛନ୍ତି।

ତେବେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ପ୍ରତିଷ୍ଠାନର ନିର୍ଦ୍ଦେଶକ ଭାବରେ ତାଙ୍କ ସ୍ଥାନ ନେବେ ଭୁବନେଶ୍ୱରର କ୍ୟାପିଟାଲ ହସ୍ପିଟାଲର ଅଧୀକ୍ଷକ ଡାକ୍ତର ଦିଲ୍ଲୀପ କୁମାର ପଣ୍ଡା।

ଓଡ଼ିଶା ଚିକିତ୍ସା ଓ ସ୍ୱାସ୍ଥ୍ୟ ସେବା କ୍ୟାଡରରେ ବରିଷ୍ଠ ପ୍ରଶାସନିକ ଗ୍ରେଡରୁ ସୁପର ଟାଇମ୍ ପେ ଗ୍ରେଡକୁ ପଦୋନ୍ନତି ଦିଆଯାଇଥିବା ମେଡିକାଲ ଅଧିକାରୀଙ୍କ ମଧ୍ୟରେ ସେ ଅନ୍ୟତମ।

ତେବେ ଅନ୍ୟ ତିନି ଜଣ ହେଉଛନ୍ତି ଡାକ୍ତର ଶଶି ଭୂଷଣ ପଟେଲ, ଡାକ୍ତର ରାଜଶ୍ରୀ ପଟ୍ଟନାୟକ ଏବଂ ଡାକ୍ତର ରୂପାଭାନୁ ମିଶ୍ର।

ସେହିପରି ରାଉରକେଲା ସରକାରୀ ଡାକ୍ତରଖାନାର ପୂର୍ବତନ ଅଧୀକ୍ଷକ ଡାକ୍ତର ପଟେଲଙ୍କୁ ସ୍ୱାସ୍ଥ୍ୟ ବିଭାଗର ନିର୍ଦ୍ଦେଶକ-କମ୍-ଏକ୍ସ-ଅଫିସିଓ ସ୍ୱତନ୍ତ୍ର ସଚିବ (ବୈଷୟିକ) ଭାବରେ ନିଯୁକ୍ତି ଦିଆଯାଇଥିବା ସୂତ୍ରରୁ ଜଣା ଡ଼ିଛି। ଅପରପକ୍ଷରେ ଖୋର୍ଦ୍ଧା ସିଡିଏମ୍ ଆଣ୍ଡ ପିଏଚଓର ଡାକ୍ତର ପଟ୍ଟନାୟକଙ୍କୁ ନର୍ସିଂ ନିର୍ଦ୍ଦେଶକ ଭାବରେ ଏବଂ ପୁରୀ ସିଡିଏମ୍ ଆଣ୍ଡ ପିଏଚଓର ଡାକ୍ତର ମିଶ୍ରଙ୍କୁ ଭୁବନେଶ୍ୱରର କ୍ୟାପିଟାଲ ହସ୍ପିଟାଲର ନିର୍ଦ୍ଦେଶକ ଭାବରେ ନିଯୁକ୍ତି ଦିଆଯାଇଛି । ଏଥିସହିତ ସମ୍ବଲପୁରର ବରିଷ୍ଠ ପ୍ରଶାସନିକ ଗ୍ରେଡ୍ ସିଡିଏମ୍ ଆଣ୍ଡ ପିଏଚଓ ଡାକ୍ତର ସୁଜାତା ରାଣୀ ମିଶ୍ରଙ୍କୁ ସୁପର ଟାଇମ୍ ପେ ଗ୍ରେଡକୁ ପଦୋନ୍ନତି ଦିଆଯିବା ସହ ସ୍ୱାସ୍ଥ୍ୟ ବୁଦ୍ଧିମତ୍ତା ଏବଂ ଭାଇଟାଲ୍ ଷ୍ଟାଟିଷ୍ଟିକ୍ସର ନିର୍ଦ୍ଦେଶକ ଭାବରେ ନିଯୁକ୍ତ କରାଯାଇଛି।

Comments are closed.