Latest Odisha News

BREAKING NEWS

ପୁଣି ଶ୍ରୀମନ୍ଦିର ଉପରେ ଉଡିଲା ଡ୍ରୋନ୍‌, ପତାକା ପରିବର୍ତ୍ତନ ସମୟର ଫଟୋ ଆସିଲା ସାମ୍ନାକୁ

ପୁରୀ: ବାରମ୍ବାର ବାରଣ ସତ୍ତ୍ବେ ବୋଲ ମାନୁନାହାନ୍ତି ଅମାନିଆ । ପୁଣି ଭାଇରାଲ୍ ହେଲା ଶ୍ରୀମନ୍ଦିରର ଡ୍ରୋନ୍‌ ଭିଡିଓ । ମୁଖ୍ୟ ବାନା ଲଗାଯାଉଥିବା ଦୃଶ୍ୟ ଭିଡିଓରେ ଆସିଥିବାବେଳେ, ଜଣେ ଚୁନେରା ସେବାୟତ ନମସ୍କାର କରୁଥିବା ଭିଡିଓରେ ଦେଖିବାକୁ ମିଳିଛି । ଯାହାକୁ ନେଇ ଶ୍ରୀମନ୍ଦିର ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ତେବେ ଭାଇରାଲ ଭିଡିଓରେ ବାରମ୍ବାର ଏହି ଚୁନେରା ସେବାୟତ ଜଣକ ଆସୁଥିବା ଦେଖିବାକୁ ମିଳିଛି । ଭିଡିଓ ସୁଟ୍ ବେଳେ ସେବାୟତ ଜଣଙ୍କ ଜାଣିଥିବା ଭଳି ଜଣାପଡ଼ୁଛି ।ମେ’ ୩୦ ତାରିଖରେ ଫେସବୁକ୍‌ରେ ଭିଡିଓ ଅପଲୋଡ୍‌ ହୋଇଛି । ଉତ୍ତରପ୍ରଦେଶର ହିମାଂଶୁ ନାମକ ଜଣେ ଯୁବକଙ୍କ ଆକାଉଣ୍ଟରୁ ଶ୍ରୀମନ୍ଦିରର ଡ୍ରୋନ୍ ଭିଡିଓ ଭାଇରାଲ ହୋଇଥିଲା । ହେଲେ ଏବେ ସେ ନିଜ ଆକାଉଣ୍ଟରୁ ଡିଲିଟ୍ କରିଦେଇଥିବା ଜଣାପଡିଛି ।

ପୁରୀ ଶ୍ରୀମନ୍ଦିର ଉପରେ ନୋ ଫ୍ଲାଇଙ୍ଗ ଜୋନ ଘୋଷଣା କରାଯାଇଥିବାବେଳେ ମଧ୍ୟ କିପରି ଉଡ଼ୁଛି ଏହି ଡ୍ରୋନ କ୍ୟାମେରା ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏବେ ସମ୍ପୃକ୍ତ ଚୁନରା ସେବାୟତଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବ କି ନାହିଁ ଶ୍ରୀମନ୍ଦିର ପ୍ରଶାସନ ତାହା ଉପରେ ଏବେ ସମସ୍ତଙ୍କ ନଜର ।

Comments are closed.