Latest Odisha News

ରକ୍ତ ଭଣ୍ଡାରର ପରିଭାଷା ବଦଳାଇଛି ଟ୍ରାନ୍ସଫ୍ୟୁଜନ୍ ମେଡିସିନ୍: ବିଶେଷଜ୍ଞ

ଭୁବନେଶ୍ୱର: ବିଗତ ତିନି ଦଶନ୍ଧିରୁ ଊଦ୍ଧ୍ୱର୍ ସମୟ ହେବ ରକ୍ତ ଭଣ୍ଡାରର ପରିଭାଷା ବଦଳିବା ସହ ଏହି କ୍ଷେତ୍ରରେ ଅନେକ ପରିବର୍ତନ ଆସିପାରିଛି । ରକ୍ତ ସମ୍ପର୍କିତ ରୋଗର ଚିକିତ୍ସା ପାଇଁ ଟ୍ରାନ୍ସଫ୍ୟୁଜନ୍ ମେଡିସିନ୍ ଏହାର ସ୍ଥାନ ନେଇସାରିଛି ବୋଲି ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ ପକ୍ଷରୁ ଆୟୋଜିତ କର୍ମଶାଳାରେ ବଶେଷଜ୍ଞମାନେ ମତ ଦେଇଛନ୍ତି ।

ବର୍ତମାନ ଇମ୍ୟୁନୋ ହେମାଟୋଲୋଜି ଏବଂ ଟ୍ରାନ୍ସଫ୍ୟୁଜନ୍ ସର୍ଭିସେସ୍ ଏକାଙ୍ଗୀ ଭାବେ ଜଡ଼ିତ ହୋଇଥିବା ବେଳେ ବ୍ଲଡ୍ ଟ୍ରାନ୍ସଫ୍ୟୁଜନ୍ ଏବଂ ବ୍ଲଡ କମ୍ପୋନେଂଟ କ୍ଷେତ୍ରରେ ଟ୍ରାନ୍ସଫ୍ୟୁଜନ୍ ମେଡିସିନ୍ ପ୍ରମୁଖ ଭୂମିକା ଗ୍ରହଣ କରିଥିବା କହିଛନ୍ତି ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ଅନ୍ତର୍ଗତ ମେଡିକାଲ୍ ଏଜୁକେସନ୍ ଆଣ୍ଡ ଟ୍ରେନିଂର ନିର୍ଦ୍ଦେଶକ ପ୍ରଫେସର ସି.ବି.କେ. ମହାନ୍ତି ।

ପ୍ରଫେସର ମହାନ୍ତି କହିଛନ୍ତି ବ୍ଲଡ ଟ୍ରାନ୍ସଫ୍ୟୁଜନ୍ ବୈଜ୍ଞାନିକ ପଦ୍ଧତି ପରିବ୍ୟାପ୍ତ ହୋଇଥିବା ବେଳେ ଏହାର ରକ୍ଷଣାବେକ୍ଷଣ ଏବଂ ଅବଲୋକନ ଗରୁତ୍ୱପୂର୍ଣ୍ଣ ।

ଟ୍ରାନ୍ସଫ୍ୟୁଜର ମେଡିସିନ୍କୁ ଟ୍ରାନ୍ସଫୁଜିଓଲୋଜି କୁହାଯାଉଥିବା ଟ୍ରାନ୍ସଫ୍ୟୁଜନ୍ ମେଡିସିନ୍ ଆମେରିକାରେ ୧୯୮୭ ମସିହାରେ ଆରମ୍ଭ ହୋଇଥିଲା । ଚିକିତ୍ସାର ଏହି ଶାଖା ରୋଗୀ ସେବା କ୍ଷେତ୍ରରେ ବର୍ତମାନ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିବା ପ୍ରଫେସର ମହାନ୍ତି କହିଛନ୍ତି ।

ପ୍ରଫେସର ମହାନ୍ତି ‘ଏକ୍ସପାଣ୍ଡିଂ ଫ୍ରନ୍ଟିୟରସ୍ ଅଫ୍ ଇମ୍ୟୁନୋ ହେମାଟୋଲୋଜି’ ଶୀର୍ଷକ କର୍ମଶାଳା ଏବଂ ସିଏମ୍ଇରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହା କହିଥିଲେ ।

ଏହି କର୍ମଶାଳାରେ ଷ୍ଟେଟ୍ ବ୍ଲଡ୍ ଟ୍ରାନ୍ସଫ୍ୟୁଜନ୍ କାଉନ୍ସିଲ୍ର ନିର୍ଦ୍ଦେଶିକା ଡଃ ବିମଳା ପ୍ରଭା ସାହୁ, ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ର ଡିନ୍ ପ୍ରଫେସର ଗଙ୍ଗାଧର ସାହୁ, ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର ପୁଷ୍ପରାଜ ସାମନ୍ତସିଂହାର, ପ୍ରଫେସର ବିଭୁଦେନ୍ଦୁ ପତି ଏବଂ ଡଃ ଗିରିଜା ନନ୍ଦିନୀ କାନୁନ୍ଗୋ ସମ୍ ହସ୍ପିଟାଲ୍ର ଟ୍ରାନ୍ସଫ୍ୟୁଜନ୍ ମେଡିସିନ୍ ବିଭାଗର ଯଥାକ୍ରମେ ମୁଖ୍ୟ ଏବଂ ଆସୋସିଏଟ୍ ପ୍ରଫେସର ବକ୍ତବ୍ୟ ରଖିଥିଲେ ।

Leave A Reply

Your email address will not be published.