Latest Odisha News

BREAKING NEWS

ଭାରତର ଗୋଟିଏ ଝଟକାରେ ପାକିସ୍ତାନ ଧୂଳିସାତ୍ , ମାସେ ପରେ ଜଣାପଡ଼ିଲା ସତ

ଭାରତର ଗୋଟିଏ ଝଟକାରେ ସ୍ଥିତି ଏମିତି ହୋଇଛି ଯେ ଏବେ ବି ବିଳିବିଳେଉଛି ପାକିସ୍ତାନର। ପାକିସ୍ତାନକୁ ଧୂଳିସାତ କଲା ଅପରେସନ ସିନ୍ଦୂର। ଭାରତ ଯେ ଏମିତି ପ୍ରହାର କରିବ ସ୍ୱପ୍ନରେ ଭାବିନଥିଲା ଏହି ଆତଙ୍କୀ ଦେଶ । ଆଟାକର ମାସେ ପରେ ସାମ୍ନାକୁ ଆସିଛି ପାକିସ୍ତାନର କ୍ଷୟକ୍ଷତିର ହିସାବ । ପାକିସ୍ତାନର ୬ଟି ଲଢୁଆ ଯୁଦ୍ଧ ବିମାନ ସହିତ ୨ଟି ଅତ୍ୟାଧୁନିକ ବିମାନ, ୧୦ଟି ସଶସ୍ତ୍ର ଡ୍ରୋନ୍ ଏବଂ C-130 ହର୍କୁଲେସ୍ ପରିବହନ ବିମାନ ଧ୍ବଂସ କରିଛି ଭାରତୀୟ ସେନା । ଦୁଇ ଦେଶର ସେନା ପକ୍ଷରୁ ଯେଉଁ ଆକ୍ରମଣ-ପ୍ରତିଆକ୍ରମଣ ହୋଇଥିଲା, ସେଥିରେ କ୍ଷୟକ୍ଷତିର ଆକଳନ ପରେ ଏହି ତଥ୍ୟ ସାମ୍ନାକୁ ଆସିଛି ।

ଅପରେସନ ସିନ୍ଦୂରରେ ଭାରତୀୟ ସେନା ପାକ୍‌ର ସାମରିକ ଭିତ୍ତିଭୂମିକୁ ବେହାଲ କରିଛି । ଆକାଶ ମାର୍ଗରେ ପାକିସ୍ତାନ ବାୟୁସେନାର ୬ଟି ଫାଇଟର ଜେଟ୍‌କୁ ମାରି ଖସାଇ ଦେଇଛି ଭାରତ । ଭାରତର ଏୟାର ଡିଫେନ୍ସ ସିଷ୍ଟମ ଦ୍ବାରା ସେସବୁ ଲଢୁଆ ବିମାନଗୁ଼ଡ଼ିକୁ ଆକାଶ ମାର୍ଗରେ ହିଁ ଧ୍ବଂସ କରିଦିଆଯାଇଛି । ପାକିସ୍ତାନର ପଞ୍ଜାବ ପ୍ରଦେଶ ଏବଂ ପାକ୍ ଅଧିକୃତ କାଶ୍ମୀରରୁ ଭାରତ ଉପରକୁ ଆକ୍ରମଣ କରିବା ବେଳେ ସେସବୁ ଲଢୁଆ ବିମାନକୁ ଆକାଶରେ ହିଁ ନଷ୍ଟ କରିଦେଇଥିଲା ଭାରତୀୟ ବାୟୁସେନାର ଏୟାର ଡିଫେନ୍ସ ସିଷ୍ଟମ ।

ଭାରତୀୟ ସ୍ଥଳସେନାର ଗ୍ରାଉଣ୍ଡ ବେସଡ୍‌ ମିସାଇଲ ସିଷ୍ଟମ ଏବଂ ରାଡାର ଟ୍ରାକିଂ ଜରିଆରେ ପାକିସ୍ତାନ ବାୟୁସେନାର ଏସବୁ ଫାଇଟର ଜେଟଗୁଡ଼ିକୁ ଠାବ କରାଯାଇ ଆକାଶରେ ହିଁ ଧ୍ବଂସ କରାଯାଇଥିଲା.. କାରଣ ଆକାଶରେ ଧ୍ବଂସ ହେବା ପରେ ଟ୍ରାକିଂ ଗ୍ରୀଡରୁ ଫାଇଟର ଜେଟ୍ ଗାଏବ ହୋଇଯାଇଥିବା ଜଣାପଡ଼ିଥିଲା.. ୪ ଦିନ ଧରି ଭାରତୀୟ ସେନା ଯେଉଁ ଅପରେସନ ସିନ୍ଦୂର ଚଳାଇଥିଲା, ସେଥିରେ ପାକିସ୍ତାନର ଏକ ଅତ୍ୟାଧୁନିକ ଏୟାରବର୍ନ ସର୍ଭେଲାନ୍ସ ସିଷ୍ଟମ ଧ୍ବଂସ ହୋଇଯାଇଥିଲା । ଭାରତୀୟ ବାୟୁସେନା ତାର ଦୂରଗାମୀ ଟ୍ରାକିଂ ଏବଂ ଡିଫେନ୍ସ ସିଷ୍ଟମ ସୁଦର୍ଶନ ଜରିଆରେ ୩୦୦ କିଲୋମିଟର ଦୂରରେ ଥିବା ଶତ୍ରୁପକ୍ଷର ବିମାନ ଓ ଡ୍ରୋନକୁ ଖସାଇବାରେ ସଫଳ ହୋଇଥିଲା ।

ସେହିପରି ଆକାଶରୁ ଭୂପୃଷ୍ଠକୁ ନିକ୍ଷେପ କରାଯାଉଥିବା ମିସାଇଲ ଜରିଆରେ ପାକିସ୍ତାନ ଭୋଲାରୀ ଏୟାରବେସରେ ଥିବା ପାକ୍ ସ୍ବଦେଶୀ ବିମାନକୁ ସଂପୂର୍ଣ୍ଣ ଭାବେ ଧ୍ବଂସ କରାଯାଇପାରିଥିଲା … ସାଟେଲାଇଟ୍ ଚିତ୍ରରୁ ବିମାନ ଧ୍ବଂସର ସ୍ପଷ୍ଟ ପ୍ରମାଣ ମିଳିଛି.. ସେହିପରି ମୁଲତାନ ଏୟାରବେସରେ ରଖାଯାଇଥିବା ପାକିସ୍ତାନ ବାୟୁସେନାର C-130 ହର୍କୁଲେସ୍ ବିମାନକୁ ଭାରତର ଡ୍ରୋନ୍ ଧ୍ବଂସ କରିଥିବା ସୂଚନା ମିଳିଛି । ରାଫେଲ ଏବଂ ଏସୟୁ-୩୦ ଜେଟ୍‌ ବ୍ୟବହାର କରି ପାକିସ୍ତାନର ୧୦ଟି ମଧ୍ୟମ ଦୂରଗାମୀ ଡ୍ରୋନକୁ ଧ୍ବସ୍ତ କରିବାରେ ସଫଳ ହୋଇଥିଲା ଭାରତୀୟ ବାୟୁସେନା.. ସେହିପରି ଜାମ୍ମୁ-କାଶ୍ମୀର ଓ ରାଜସ୍ଥାନ ଆକାଶରେ ପାକିସ୍ତାନର ଶତାଧିକ ଡ୍ରୋନକୁ ସଫଳତାର ସହ ନଷ୍ଟ କରିଥିଲା ଭାରତୀୟ ଏୟାର ଡିଫେନ୍ସ ୟୁନିଟ୍…

Comments are closed.