Latest Odisha News

BREAKING NEWS

ଚିକିତ୍ସାଧିନ ଅବସ୍ଥାରେ ଅର୍ଦ୍ଧଦଗ୍ଧ ଯୁବତୀଙ୍କ ମୃତ୍ୟୁ, ପୂର୍ବତନ ପ୍ରେମିକ ଗିରଫ

ଭୁବନେଶ୍ବର: ଭୁବନେଶ୍ୱରର ପଥରଗାଡ଼ିଆ ଅଞ୍ଚଳରେ ଥିବା ଏକ କାଫେ ନିକଟରେ ଦୁଇ ଦିନ ପୂର୍ବେ ଆତ୍ମଦାହ କରିଥିବା ଜଣେ ୨୧ ବର୍ଷୀୟା ଯୁବତୀଙ୍କର ଏମ୍ସ ଭୁବନେଶ୍ୱରରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି।

ମୃତକ ଜଣକ କଳ୍ପନା ସାମଲ ବୋଲି ଜଣାପଡିଛି। ଯିଏକି ଯାଜପୁର ଜିଲ୍ଲା ବଡ଼ଚଣା ଅଞ୍ଚଳର ବାସିନ୍ଦା ଥିଲେ।

ମଙ୍ଗଳବାର ରାତି ପ୍ରାୟ ସାଢ଼େ ୧୦ଟା ସମୟରେ କାଫେ ନିକଟରେ କଳ୍ପନା ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ, ଯାହା ଫଳରେ ସେ ପ୍ରାୟ ୯୦ ପ୍ରତିଶତ ପୋଡ଼ି ଯାଇଥିଲେ। ରିପୋର୍ଟ ଅନୁଯାୟୀ, କାଫେରେ ନିଜର ପୂର୍ବତନ ପ୍ରେମିକଙ୍କୁ ଅନ୍ୟ ଜଣେ ମହିଳାଙ୍କ ସହ ଦେଖିବା ପରେ ସେ ଏଭଳି ଚରମ ପଦକ୍ଷେପ ନେଇଥିଲେ।

ପୋଲିସର ପ୍ରାଥମିକ ତଦନ୍ତ ଏବଂ ସିସିଟିଭି ଫୁଟେଜରୁ ଜଣାପଡ଼ିଛି ଯେ, କଳ୍ପନା କାଫେକୁ ଆସିଥିଲେ ଏବଂ ସେଠାରୁ ଏକାକୀ ବାହାରି କିଛି ଦୂର ଯିବା ପରେ ନିଜ ଦେହରେ ନିଆଁ ଲଗାଇ ଦେଇଥିଲେ। ଘଟଣାର କିଛି ସମୟ ପୂର୍ବରୁ ସେ ନିଜର ଜଣେ ସମ୍ପର୍କୀୟା ଭଉଣୀଙ୍କୁ ଫୋନ୍ କରି ଆତ୍ମହତ୍ୟା କରିବାକୁ ଯାଉଥିବା କଥା କହିଥିଲେ।

ପ୍ରାଥମିକ ତଦନ୍ତ ପରେ ପୋଲିସ ଅନୁଗୋଳ ଜିଲ୍ଲାର ସୌମ୍ୟ ରଞ୍ଜନ ପ୍ରଧାନ (୨୫)ଙ୍କୁ ଗିରଫ କରିଛି। ଯିଏକି ପୂର୍ବରୁ ମୃତକଙ୍କ ପ୍ରେମିକ ଥିଲେ।

 

Leave A Reply

Your email address will not be published.