Latest Odisha News

BREAKING NEWS

ଶୃଙ୍ଖଳିତ ରଥଯାତ୍ରା ପରିଚାଳନା ପାଇଁ ମନ୍ତ୍ରିସ୍ତରୀୟ କମିଟି ଗଠନ

ଭୁବନେଶ୍ବର:ବିଶ୍ବ ପ୍ରସିଦ୍ଧ ରଥଯାତ୍ରାକୁ ଚଳିତ ବର୍ଷ ଶୃଙ୍ଖଳିତ ଭାବେ ପରିଚାଳନା କରିବା ପାଇଁ ଗଠନ ହେଲା ମନ୍ତ୍ରିସ୍ତରୀୟ କମିଟି । ଶୃଙ୍ଖଳିତ ରଥଯାତ୍ରା ପରିଚାଳନା ପାଇଁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଅଧ୍ୟକ୍ଷତାରେ ଗଠନ ହୋଇଛି କମିଟି । କମିଟିରେ ଅଛନ୍ତି ୪ ମନ୍ତ୍ରୀଙ୍କ ସହ ଆଇନ୍‌ ବିଭାଗର ପ୍ରମୁଖ ସଚିବ ।

ଆଇନ୍‌ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ, ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର, ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଏହି କମିଟିର ସଦସ୍ୟ ଅଛନ୍ତି । ଆଇନ୍‌ ବିଭାଗ ପ୍ରମୁଖ ସଚିବଙ୍କୁ କମିଟିର ଆବାହକ ଭାବେ ଦିଆଯାଇଛି ଦାୟିତ୍ବ ।

ଏନେଇ ଶୁକ୍ରବାର ରାଜ୍ୟ ସରକାରଙ୍କ ଆଇନ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି।

ଅନ୍ୟପଟେ କୋଭିଡ ଭଳି ଲକ୍ଷଣ ଥିଲେ ରଥଯାତ୍ରା ଦେଖିବାକୁ ଯିବାକୁ ବାରଣ କରିଛି ସ୍ୱାସ୍ଥ୍ୟ ବିଭାଗ। ଥଣ୍ଡା ଲକ୍ଷଣ ଥିବା ବ୍ୟକ୍ତି, ବୟସ୍କ ବ୍ୟକ୍ତି ଏବଂ ବହୁବିଧ ରୋଗରେ ଆକ୍ରାନ୍ତ ବ୍ୟକ୍ତି ରଥଯାତ୍ରାକୁ ଯିବାକୁ ବାରଣ କରିଛନ୍ତି ଓ ଘରେ ରହି ରଥଯାତ୍ରା ଦେଖିବାକୁ କହିଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ।

Comments are closed.