Latest Odisha News

BREAKING NEWS

ଧରାବତରଣ କଲେ ପ୍ରଭୁ ଯୀଶୁ; ସାରା ବିଶ୍ୱ ଉତ୍ସବମୁଖର…

ଭୁବନେଶ୍ୱର: ମଙ୍ଗଳବାର ରାତି ବାରଟା ସମୟରେ ପ୍ରଭୁ ଯୀଶୁ ଧରାବତଣ କରିଛନ୍ତି । ସମଗ୍ର ବିଶ୍ୱ ହୋଇଛି ଉତ୍ସବମୁଖର । ଡିସେମ୍ବର ୨୫ ତାରିଖର ଏହି ବଡ଼ଦିନରେ ବିଶ୍ୱର ସମସ୍ତ ଖ୍ରୀଷ୍ଟଧର୍ମାବଲମ୍ବୀଙ୍କ ସମେତ ଅଧିକାଂଶ ଜନସାଧାରଣ ପ୍ରଭୁ ଯୀଶୁଙ୍କ ଏହି ଧରାବତରଣକୁ ଉତ୍ସବ ସହକାରେ ବଡ଼ ଧୁମଧାମରେ ପାଳନ କରିଛନ୍ତି । ଏହି ପବିତ୍ର ଦିନରେ ପରିବାରର ସମସ୍ତ ସଦସ୍ୟ ଏକାଠି ହୋଇ ପରସ୍ପର ମଧ୍ୟରେ ଆନନ୍ଦ ଓ ଖୁସି ବାଣ୍ଟିବା ସହିତ ଗୀର୍ଜାରେ ସମୂହ ପ୍ରାର୍ଥନାରେ ଯୋଗଦେଇଛନ୍ତି ।

ୟୁରୋପୀୟ ଦେଶ ଇଟାଲୀ, ଫ୍ରାନ୍ସ, ଇଂଲଣ୍ଡ, ସ୍ପେନ ତଥା ଯୁକ୍ତରାଷ୍ଟ୍ର ଆମେରିକାରେ ବଡ଼ଦିନ ଗତ ୧୫ ଦିନ ପୂର୍ବରୁ ପାଳନ ଆରମ୍ଭ ହୋଇଯାଇଛି । ଆଜିର ଦିନରେ ସମସ୍ତ ବଡ଼ ବଡ଼ ସହରଗୁଡ଼ିକରେ ରାସ୍ତାଘାଟ, ବାସଗୃହ ଏବଂ ଦୋକାନଗୁଡ଼ିକୁ ରଙ୍ଗୀନ ଆଲୋକମାଳାରେ ସଜ୍ଜିତ କରାଯାଇଛି ।

ଛୋଟଛୋଟ ପିଲାମାନେ ସାନ୍ତାକ୍ଲସ୍ ଠାରୁ ବିଭିନ୍ନ ଉପହାର ଗ୍ରହଣ କରିବାରେ ଲାଗିଛନ୍ତି । ଆଜି ବିଭିନ୍ନ ସ୍ଥାନରେ ଭୋଜି ଉତ୍ସବ ସହିତ ଜନସାଧାରଣ ସୁସ୍ୱାଦୁ କେକ୍ ବଣ୍ଟନ କରୁଛନ୍ତି । କ୍ରିସମାସ କେକ ଆଜି ସମସ୍ତ ହୋଟେଲ ଗୁଡ଼ିକରେ ଉପଲବ୍ଧ ହେବାରେ ଲାଗିଛି ।

ସେହିପରି ଭାଟିକାନ୍ ସିଟିରେ ପୋପ୍ ଫ୍ରାନସିସ୍ ଏହି ଅବସରରେ ସମସ୍ତ ଖ୍ରୀଷ୍ଟିଆନ ଭାଇ-ଭଉଣୀଙ୍କୁ ତାଙ୍କର ଶୁଭେଚ୍ଛା ବାର୍ତ୍ତା ଜଣାଇଛନ୍ତି । ସେ ତାଙ୍କ ବାର୍ତ୍ତାରେ କହିଛନ୍ତି ଯେ, ବେଥେଲହାମର ପବିତ୍ର ସ୍ଥାନ ସମଗ୍ର ବିଶ୍ୱକୁ ଶାନ୍ତିର ବାର୍ତ୍ତା ଶୁଣାଇଥାଏ । ଆଜି ଭଗବାନଙ୍କ ଆଶୀର୍ବାଦ ଏବଂ କୃପା ଆମ ସମସ୍ତଙ୍କ୍ୁ ଲାଭ ହୋଇଛି ।

ଆଜି ମଦର୍ ମେରୀଙ୍କ ଗର୍ଭରୁ ପ୍ରଭୁ ଯୀଶୁ ଜନ୍ମ ଗ୍ରହଣ କରିଥିଲେ । ଓଡ଼ିଶା ରାଜଧାନୀ ଭୁବନେଶ୍ୱରରେ ଥିବା ସମସ୍ତ ଚର୍ଚ୍ଚ ଗୁଡ଼ିକ ରଙ୍ଗୀନ ଆଲୋକମାଳାରେ ସଜ୍ଜିତ ହୋଇଛି । ୟୁନିଟ୍ ୪ ରେ ଥିବା ଖ୍ରୀଷ୍ଟୀୟ ଚର୍ଚ୍ଚ ଏବଂ ୟୁନିୟନ ଚର୍ଚ୍ଚରେ ବଡ଼ଦିନ ଆଜି ବେଶ୍ ଉତ୍ସାହ ଓ ଉଦ୍ଦିପନାରେ ପାଳିତ ହେଉଛି । ଏହି ଚର୍ଚ୍ଚଗୁଡ଼ିକରେ ଶ୍ରଦ୍ଧାଳୁମାନେ ମହମବତୀ ଜାଳିବା ସହିତ ସମୂହ ପ୍ରାର୍ଥନାରେ ଯୋଗଦେଇଥିଲେ । ଓଡ଼ିଶାର ବିଭିନ୍ନ ସ୍ଥାନରେ ଥିବା ଚର୍ଚ୍ଚଗୁଡ଼ିକରେ କ୍ରିସମାସ ବଡ଼ ଧୁମଧାମରେ ପାଳିତ ହେଉଛି ।

Leave A Reply

Your email address will not be published.