Latest Odisha News

BREAKING NEWS

ଫେସ୍ ପାଇଁ ବାଦମ ତେଲ କେତେ ଲାଭଦାୟକ..?

ଭୁବନେଶ୍ବର: ରାତିରେ ଶୋଇବା ପୂର୍ବରୁ କେବେ ମୁହଁରେ ବାଦାମ ତେଲ ଲଗାଇଛନ୍ତି କି? ଯଦି ନୁହେଁ, ତେବେ ଆଜିଠାରୁ ବାଦାମ ତେଲକୁ ଆପଣଙ୍କ ତ୍ୱଚା ଯତ୍ନର ଏକ ଅଂଶ କରନ୍ତୁ। ପ୍ରକୃତରେ, ଯଦି ଆପଣ ରାତିରେ ଶୋଇବା ପୂର୍ବରୁ ମୁହଁରେ ବାଦାମ ତେଲ ଲଗାନ୍ତି, ତେବେ ଏହା ତ୍ୱଚାକୁ କେବଳ ଗୋଟିଏ ନୁହେଁ ବରଂ ଅନେକ ଲାଭ ପ୍ରଦାନ କରେ।

ମୁହଁରୁ କଳା ଦାଗ କମାଇବା ଏବଂ ଚର୍ମରୁ ଟ୍ୟାନିଂ ଦୂର କରିବାରେ ବାଦାମ ତେଲ ଭଲ କାମ କରେ । ତେବେ ମୁହଁରେ ବାଦାମ ତେଲ ଲଗାଇବାର ସଠିକ୍ ଉପାୟ ଏବଂ ଏହା ଚର୍ମକୁ କ’ଣ ଲାଭ ପ୍ରଦାନ କରେ ତାହା ଆସନ୍ତୁ ଜାଣିବା..

ମୁହଁରେ ବାଦାମ ତେଲ ଲଗାଇବା ପୂର୍ବରୁ ମୁହଁକୁ ଧୋଇ ସଫା କରନ୍ତୁ। ଏବେ ହାତ ପାପୁଲିରେ କିଛି ବୁନ୍ଦା ବାଦାମ ତେଲ ପକାଇ ମୁହଁରେ ଘଷନ୍ତୁ। ଗୋଟିଏରୁ ଦୁଇ ମିନିଟ୍ ପର୍ଯ୍ୟନ୍ତ ମୁହଁରେ ମାଲିସ୍ କରନ୍ତୁ ଏବଂ ତେଲକୁ ମୁହଁରେ ସେହିପରି ଛାଡି ଦିଅନ୍ତୁ। ପରଦିନ ସକାଳେ ଉଠିବା ପରେ ମୁହଁ ଧୋଇପାରିବେ।

ସେହିପରି ବାଦାମ ତେଲକୁ ମୁଲତାନି ମାଟି, ଆଲୋଭେରା ଜେଲ୍ କିମ୍ବା ମହୁ ସହିତ ମିଶାଇ ଫେସ୍ ପ୍ୟାକ୍ ଭାବରେ ମଧ୍ୟ ବ୍ୟବହାର କରାଯାଇପାରିବ । ଏହା ତ୍ୱଚାକୁ ସତେଜ ରଖିଥାଏ

-ମୁହଁରେ ବାଦାମ ତେଲ ଲଗାଇବା ଦ୍ୱାରା ମୁହଁର ଟ୍ୟାନିଂ କମିଯାଏ ଏବଂ ଚର୍ମ ଉଜ୍ଜ୍ୱଳ ହୁଏ। ଏଥିରେ ଥିବା ଗୁଣ ଚର୍ମର ବାହ୍ୟ ପୃଷ୍ଠରୁ ମଇଳା ଦୂର କରିଥାଏ ।

-ଏହି ତେଲରେ ପ୍ରଚୁର ପରିମାଣର ଭିଟାମିନ୍ ଇ ମଧ୍ୟ ରହିଛି ଯାହା ଫାଇନ ଲାଇନ୍ସ ଦୂର କରିବାରେ ପ୍ରଭାବଶାଳୀ। ପ୍ରତିଦିନ ମୁହଁରେ ବାଦାମ ତେଲ ବ୍ୟବହାର କରିବା ଦ୍ୱାରା ଚର୍ମ କୁଞ୍ଚନ ହ୍ରାସ ପାଏ।

-ଏହି ତେଲ ତ୍ୱଚାକୁ ମଇଶ୍ଚରାଇଜ୍ କରେ, ଯାହା ଶୁଷ୍କ ତ୍ୱଚାର ସମସ୍ୟାକୁ ଦୂର କରେ।

-ମୁହଁର ଚର୍ମ ରୁକ୍ଷ ହୋଇଥିଲେ ବାଦାମ ତେଲ ଭଲ କାମ କରେ । ଏହା ଚର୍ମର ରୁକ୍ଷାପଣ ହ୍ରାସ କରେ ଏବଂ ଚର୍ମକୁ ନରମ କରିଥାଏ।

-ଏଥିରେ ଭିଟାମିନ୍ E ଥିବାରୁ ଆଖି ତଲେ ଥିବା କଳା ଦାଗ କମାଇଥାଏ । ରାତିରେ ଶୋଇବା ପୂର୍ବରୁ ହାତରେ ହାଲୁକାଭାବେ ମାଲିସ୍ କରିବା ତ୍ୱଚା ପାଇଁ ପ୍ରଭାବଶାଳୀ ହୋଇଥାଏ ।

-ବାଦାମ ତେଲରେ ଆଣ୍ଟିଅକ୍ସିଡାଣ୍ଟ ଏବଂ ଫ୍ୟାଟି ଏସିଡ୍ ଗୁଣ ଥିବା କାରଣରୁ ସୂର୍ଯ୍ୟର କିରଣରୁ ଏହା ରକ୍ଷା କରିଥାଏ । ଏହାକୁ ସନସ୍କ୍ରିନ୍ ସହିତ ମିଶାଇ ଲଗାଇବା ଦ୍ୱାରା ସ୍କିନ ପାଇଁ ଲାଭପ୍ରଦ ହୋଇଥାଏ ।

Comments are closed.