Latest Odisha News

BREAKING NEWS

ଆଣ୍ଡାମାନ ସାଗରରେ ୨ ଲକ୍ଷ କୋଟି ଲିଟର ଅଶୋଧିତ ତୈଳ ଏବଂ ଗ୍ୟାସ ଭଣ୍ଡାର ଠାବ

ନୂଆଦିଲ୍ଲୀ: କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ହରଦୀପ ପୁରୀ ସୋମବାର କହିଛନ୍ତି ଯେ ଆଣ୍ଡାମାନ ସାଗରରେ ଏକ ବିଶାଳ ଅଶୋଧିତ ତୈଳ ଏବଂ ଗ୍ୟାସ ଭଣ୍ଡାର ମିଳିଛି। ଭାରତ ଆଣ୍ଡାମାନ ସାଗରରେ ପ୍ରାୟ ଦୁଇ ଲକ୍ଷ କୋଟି ଲିଟର ଅଶୋଧିତ ତୈଳ ଭଣ୍ଡାର ପାଇପାରିବ।

ସେ କହିଛନ୍ତି ଯେ ଯଦି ଏହି ଆକଳନ ସଠିକ୍ ହୁଏ, ତେବେ ଏହା ଭାରତର ଜିଦିପିକୁ ପ୍ରାୟ ପାଞ୍ଚ ଗୁଣ ବୃଦ୍ଧି କରିପାରିବ। ଏହି ପେଟ୍ରୋଲିୟମ ଭଣ୍ଡାର ସମ୍ପ୍ରତି ଗିଆନାରେ ମିଳିଥିବା ଅଶୋଧିତ ତୈଳ ଭଣ୍ଡାର (୧୧.୬ ବିଲିୟନ ବ୍ୟାରେଲ) ସହିତ ସମାନ ହୋଇପାରେ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ଭାରତ ସରକାର ଶକ୍ତି କ୍ଷେତ୍ରରେ ନିରନ୍ତର ଆତ୍ମନିର୍ଭରଶୀଳ ହେବାକୁ ଚେଷ୍ଟା କରୁଛନ୍ତି। ଆଣ୍ଡାମାନରେ ତୈଳ ଆବିଷ୍କାର ଏହି ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହେବ। ଯଦି ଏହି ପ୍ରୟାସ ସଫଳ ହୁଏ ତେବେ ଭାରତ ଶକ୍ତି କ୍ଷେତ୍ରରେ ଏକ ନୂତନ ପରିଚୟ ପାଇବ।

ଯାହା ଫଳରେ ଆମର ଶକ୍ତି ଆବଶ୍ୟକତା ଏକା ଥରକେ ପୂରଣ ହେବ ବୋଲି ବିଶ୍ୱାସ କରାଯାଉଛି। ଯଦି ଆଣ୍ଡାମାନରେ ସନ୍ଧାନ ସଫଳ ହୁଏ, ତେବେ ଭାରତ ତୈଳ ଆମଦାନୀକୁ ବହୁ ପରିମାଣରେ ହ୍ରାସ କରିପାରିବ ଏବଂ ଏହାର ଆର୍ଥିକ ସ୍ଥିତିକୁ ମଜବୁତ କରିପାରିବ।

 

Comments are closed.