Latest Odisha News

ରାଜଧାନୀ ଏକ୍ସପ୍ରେସରେ ଉତ୍କଳୀୟ ସଂସ୍କୃତି ଓ କଳାର ଝଲକ

ଭୁବନେଶ୍ୱର: ଭୁବନେଶ୍ୱର-ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସରେ ଦେଖିବାକୁ ମିଳିଛି ଉତ୍କଳୀୟ ସଂସ୍କୃତି ଓ କଳାର ଝଲକ । ଗୁରୁବାର ଦିନ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ଟ୍ରେନକୁ ସବୁଜ ପତାକା ଦେଖାଇଥିଲେ ।

ଏହି ଅବସରରେ ଭୁବନେଶ୍ୱର ରେଳ ଷ୍ଟେସନରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗି ଓ ପ୍ରଖ୍ୟାତ କଳାକାର ରଘୁନାଥ ମହାପାତ୍ର ପ୍ରମୁଖ ଉପସ୍ଥିତ ରହିଥିଲେ ।

ଶ୍ରୀ ପ୍ରଧାନ ଓଡିଆ ଭାଷାରେ ଅଣସଂରକ୍ଷିତ ଟିକେଟର ମଧ୍ୟ ଶୁଭାରମ୍ଭ କରିଛନ୍ତି । ଏହା ରାଜ୍ୟର ପ୍ରାୟ ୩୧୭ଟି ଷ୍ଟେସନରେ ଉପଲବ୍ଧ ହେବ ।

Leave A Reply

Your email address will not be published.