Latest Odisha News

BREAKING NEWS

ପୁରୀ ଲାଗି ଜରୁରୀକାଳୀନ ପାଣ୍ଠିରୁ ଓଡିଶା ସରକାର ଉଠାଇଲେ ୩୦୦ କୋଟି

ଭୁବନେଶ୍ୱର: ପୁରୀ ଜଗନ୍ନାଥ ମନ୍ଦିରର ଆଖପାଖ ଅଞ୍ଚଳର ବିକାଶ ତଥା ଭୂମି ଅଧିଗ୍ରହଣ କରି ଆକର୍ଷଣୀୟ ଭାବେ ଏକ ଐତିହ୍ୟ ସୁରକ୍ଷାବଳୟ ତିଆରି କରିବା ଲାଗି ଓଡିଶା କଣ୍ଟିଜେନ୍ସି ପାଣ୍ଠି (ଓସିଏଫ) ତଥା ଜରୁରୀକାଳୀନ ପାଣ୍ଠିରୁ ରାଜ୍ୟ ସରକାର ୩୦୦ କୋଟି ଟଙ୍କା ଉଠାଇଛନ୍ତି ।

ଏହି ବିକାଶମୟ ପ୍ରକଳ୍ପଟି ୨୦୧୯-୨୦ ଆର୍ଥୀକ ବର୍ଷରେ ‘ଅବଢା’ ପ୍ରକଳ୍ପର ଅଂଶବିଶେଷ ଭାବେ ରହିବ ।

ଏହି ଧନରାଶି ଉଠାଇବା ସମ୍ପର୍କରେ ଅଧିକାରୀକ ସୁତ୍ରରୁ କୁହାଯାଇଛି ଯେ, ଏହି ଅର୍ଥ ଓସିଏଫରୁ ଉଠାଯାଇ ଜମି ଅଧିଗ୍ରହଣ କାର୍ଯ୍ୟ ପରେ ଐତିହ୍ୟ ସୁରକ୍ଷା ବଳୟର ଉନ୍ନତୀକରଣରେ ଖର୍ଚ୍ଚ କରାଯାଇଛି । ଏହାଛଡା ରାଜ୍ୟ ସରକାର ବିନା ଆର୍ଥୀକ ଯୋଜନାରେ ହଠାତ୍ ପୁରୀ ପାଇଁ ଉନ୍ନତୀକରଣ କାର୍ଯ୍ୟକୁ ହାତକୁ ନେଇଥିଲେ ।

ଯାହାଫଳରେ ଏହି ଓସିଏଫ୍ ପାଣ୍ଠିରୁ ଅର୍ଥ ଉଠାଇବାକୁ ପଡିଲା ଏବଂ ଏହା ୬ଟି ପର୍ଯ୍ୟାୟରେ ଉଠାଯାଇଥିବା ନେଇ ସୁତ୍ରରୁ ପ୍ରକାଶ ।

Leave A Reply

Your email address will not be published.