ନୂଆଦିଲ୍ଲୀ: ପରମାଣୁ କେନ୍ଦ୍ର ଉପରେ ଆମେରିକାର ଆକ୍ରମଣ ପରେ ଏବେ ରକ୍ତର ଚାଉଳ ଚୋବାଉଛନ୍ତି ଇରାନ ସର୍ବୋଚ୍ଚ ନେତା ଆୟୋତୁଲ୍ଲା ଖାମେନେଇ। ଆକ୍ରମଣ ପରେ ଖାମେନେଇ ଏବେ କ୍ରୋଧିତ ହୋଇ ଇସ୍ରାଏଲ ଉପରେ ରାଗ ସୂଜାଉଥିଲା ବେଳେ, ଆମେରିକାର ନାମ ନନେଇ ପୁଣି କଡ଼ା ଧମକ ଦେଇଛନ୍ତି। ଶତ୍ରୁକୁ ଦଣ୍ଡ ମିଳିବ ବୋଲି କହିଛନ୍ତି।
ଇରାନର ପରମାଣୁ ଘାଟି ଉପରେ ଆକ୍ରମଣ ପରେ ମଧ୍ୟପ୍ରାଚ୍ୟ ଜଳୁଛି। ଆମେରିକା ଉପରେ ପ୍ରତିଶୋଧ ପରାୟଣ ହୋଇ ଇରାନ ଏବେ ଇସ୍ରାଏଲ ଉପରେ ଅଧିକ ମାରାତ୍ମକ ଆକ୍ରମଣ ଆରମ୍ଭ କରିଛି। ତଥାପି, ଇରାନ ଏପର୍ଯ୍ୟନ୍ତ କୌଣସି ଆମେରିକୀୟ ଘାଟିକୁ ଟାର୍ଗେଟ କରିନାହିଁ। କିନ୍ତୁ ଇସ୍ରାଏଲ ଉପରେ ଇରାନର ଆକ୍ରମଣ ତୀବ୍ର ହୋଇଛି। ଏନେଇ ଇରାନର ସର୍ବୋଚ୍ଚ ନେତା ଖାମେନେଇ କହିଛନ୍ତି ଯେ ଜିୟୋନିଷ୍ଟ ଶତ୍ରୁ ଏକ ବଡ଼ ଭୁଲ କରିଛି। ଏକ ବଡ଼ ଅପରାଧ କରିଛି। ଶତ୍ରୁକୁ ଦଣ୍ଡ ଦିଆଯିବା ଉଚିତ। ଏହାକୁ ଦଣ୍ଡ ଦିଆଯାଉଛି ବୋଲି କହି ଇସ୍ରାଏଲକୁ ଧମକ ଦେଇଛନ୍ତି। ହେଲେ ଆମେରିକା ନାଁ ବି ନେ଼ଇ ନଥିଲେ ଖାମେନେଇ। ତଥାପି ଇରାନ ଆମେରିକା ବିରୁଦ୍ଧରେ ପ୍ରତିଶୋଧ ନେବାକୁ ପ୍ରସ୍ତୁତ ହେଉଥିବା ରିପୋର୍ଟ ମଧ୍ୟ ଅଛି। ଇରାନର ପରମାଣୁ ସ୍ଥଳ ଉପରେ ଆକ୍ରମଣ ପରେ, ଖାମେନେଇ ସିଧାସଳଖ ଇସ୍ରାଏଲକୁ ଚେତାବନୀ ଦେଇଛନ୍ତି।
ଇରାନ ଇସ୍ରାଏଲ ଉପରେ ଆକ୍ରମଣକୁ ତୀବ୍ର କରିଛି ଏବଂ ଏହାର ସବୁଠାରୁ ବଡ଼ କ୍ଷେପଣାସ୍ତ୍ର ସହିତ ଆକ୍ରମଣ କରିଛି। ଇରାନ ଇସ୍ରାଏଲୀ ସହର ଉପରେ ଖୋରମଶହର-୪ କ୍ଷେପଣାସ୍ତ୍ର ନିକ୍ଷେପ କରିଛି। ଖୋରମଶହର ହେଉଛି ଇରାନର ସବୁଠାରୁ ଘାତକ ଏବଂ ଦୂରଗାମୀ କ୍ଷେପଣାସ୍ତ୍ର। ଖୋରମଶହର-୪ ବିଶେଷ ଭାବରେ ଖୈବର କ୍ଷେପଣାସ୍ତ୍ର ଭାବରେ ମଧ୍ୟ ଜଣାଶୁଣା। ଏହାର ପରିସର ୨୦୦୦ କିଲୋମିଟର। ଏହା ୧୫୦୦ କିଲୋଗ୍ରାମର ଯୁଦ୍ଧାସ୍ତ୍ର ବହନ କରିପାରିବ। ଗତ ୨୪ ଘଣ୍ଟା ମଧ୍ୟରେ ଇରାନ ଇସ୍ରାଏଲ ଉପରେ ୪୦ ରୁ ଅଧିକ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ନିକ୍ଷେପ କରିଛି। ଇରାନର ଆକ୍ରମଣରେ ହାଇଫା, ତେଲ ଅଭିଭ ସମେତ ଇସ୍ରାଏଲର ଅନେକ ସହରରେ ବ୍ୟାପକ ଧ୍ୱଂସ ଘଟିଛି। ୮୬ ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଇରାନର କ୍ଷେପଣାସ୍ତ୍ର ଇସ୍ରାଏଲର ଅନେକ ସପିଂ ସେଣ୍ଟର, ଆବାସିକ ଅଞ୍ଚଳ ଏବଂ ସାମରିକ ଲକ୍ଷ୍ୟସ୍ଥଳ ଉପରେ ପଡ଼ିଛି।
ସେପଟେ ଇରାନର ସର୍ବୋଚ୍ଚ ନେତା ପରମାଣୁ ସ୍ଥାନ ଆକ୍ରମଣ ପାଇଁ ଆମେରିକା ଏବଂ ଇସ୍ରାଏଲକୁ ନିନ୍ଦା କରିଛନ୍ତି। ଆମେରିକା ତିନୋଟି ଇରାନୀ ପରମାଣୁ ପ୍ରତିଷ୍ଠାନ ଉପରେ ଭାରୀ ବୋମା ପକାଇଛନ୍ତି
ସଂଯୁକ୍ତ ରାଷ୍ଟ୍ର ମୁଖ୍ୟ ଇରାନ ପରମାଣୁ ଆଲୋଚନା ପୁନର୍ବାର ଆରମ୍ଭ କରିବା ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି
ଇରାନର ସର୍ବୋଚ୍ଚ ନେତା ଆୟାତୁଲ୍ଲା ଅଲି ଖାମେନି ଇରାନର ପରମାଣୁ ପ୍ରତିଷ୍ଠାନ ଉପରେ ଆମେରିକାର ଆକ୍ରମଣକୁ ତୀବ୍ର ନିନ୍ଦା କରିଛନ୍ତି, ଇସ୍ରାଏଲ ଏବଂ ଆମେରିକାକୁ କଠୋର ଏବଂ ନିର୍ଣ୍ଣାୟକ ଜବାବ ଦିଆଯିବ ବୋଲି ଚେତାବନୀ ଦେଇଛନ୍ତି। ସେ ପ୍ରତିଜ୍ଞା କରିଛନ୍ତି ଯେ ଶତ୍ରୁମାନେ ସେମାନଙ୍କର ବେପରୁଆ ଉତ୍ତେଜନା ପାଇଁ କଠୋର ଦଣ୍ଡ ପାଇବେବୋଲି କହିଛନ୍ତି।
Comments are closed.