Latest Odisha News

ଝଡବର୍ଷା ନେଇ ଏସବୁ ଜିଲ୍ଲାକୁ ଅରେଞ୍ଜ ସତର୍କତା

ଭୁବନେଶ୍ୱର: ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ସୋମବାର ଅପରାହ୍ନ ୪ଟା ୧୮ମି. ପର୍ଯ୍ୟନ୍ତ ଓଡ଼ିଶାର ତିନୋଟି ଜିଲ୍ଲା ପାଇଁ ଅରେଞ୍ଜ ସତର୍କତା ଜାରି କରିଛି।

ଏହି ସମୟ ମଧ୍ୟରେ ବାଲେଶ୍ୱର, ମୟୂରଭଞ୍ଜ ଏବଂ ନୟାଗଡ଼ର କିଛି ସ୍ଥାନରେ ମଧ୍ୟମ ଧରଣର ଝଡ଼ବର୍ଷା/ବଜ୍ରପାତ ହୋଇପାରେ। ଏହାବ୍ୟତୀତ ପବନର ବେଗ ୩୦-୪୦ କିଲୋମିଟର ପର୍ଯ୍ୟନ୍ତ ପହଞ୍ଚିପାରେ। ତେବେ ଲୋକଙ୍କୁ ପାଣିପାଗ ଉପରେ ନଜର ରଖିବାକୁ ଏବଂ ବଜ୍ରପାତରୁ ରକ୍ଷା ପାଇବା ପାଇଁ ସୁରକ୍ଷିତ ସ୍ଥାନକୁ ଯିବାକୁ ପରାମର୍ଶ ଦିଆଯାଇଛି।

ଅଧିକ ପଢନ୍ତୁ- ଆସନ୍ତା ୨ଦିନ ପ୍ରବଳ ବର୍ଷିବ

ଉଲ୍ଲେଖଯୋଗ୍ୟ, ଜୁନ୍ ୨୩-୨୭ ମଧ୍ୟରେ ଓଡ଼ିଶାର ଅଧିକାଂଶ ସ୍ଥାନରେ ୪୦-୫୦ କିଲୋମିଟର ବେଗରେ ପବନ ବହିବା ସହିତ ସାଧାରଣରୁ ମଧ୍ୟମ ଧରଣର ବର୍ଷା, ବଜ୍ରପାତ ନେଇ ପୂର୍ବାନୁମାନ କରିଛି ପାଣିପାଗ ସଂସ୍ଥା। ସେହିପରି ଜୁନ୍ ୨୪-୨୫ ତାରିଖରେ ରାଜ୍ୟରେ ପ୍ରବଳ ବର୍ଷା ମଧ୍ୟ ହୋଇପାରେ।

 

Comments are closed.