Latest Odisha News

BREAKING NEWS

ମହାପ୍ରଭୁଙ୍କ ନୀତିରେ ପୁଣି ହେଲା କି ମହାବିଭ୍ରାଟ ? ଶ୍ରୀଜିଉଙ୍କୁ ଲାଗିହେଲା ମାରା ମୋଦକ

ପୁରୀ: ମହାପ୍ରଭୁଙ୍କ ପାଇଁ ଆସିଥିଲା ମୋଦକ। ହେଲେ ମଣିମାଙ୍କୁ ଲାଗି ହେବା ପୂର୍ବରୁ ହିଁ ତାହା ଚୋରି ହେଇଗଲା। ଆଉ ଶେଷରେ ମାରା ମୋଦକ ମହାପ୍ରଭୁଙ୍କୁ ଲାଗି ହେଲା। ଗାରଦ ଘରୁ ମହାପ୍ରଭୁଙ୍କ ମୋଦକ ଚୋରି ହୋଇଥିବା ଅଭିଯୋଗ ଆସିଛି। ଶ୍ରୀମନ୍ଦିର ଗାରଦ ଘରୁ ଚୋରି କରିନେଲେ ଅମୁଣିଆ ମୋଦକ।

ଅଣବସର ଦଶମୀରେ ରାଜବୈଦ୍ୟ ପ୍ରଦାନ କରିଥିବା ଦଶମୂଳ ମୋଦକ ଲାଗି ପୂର୍ବରୁ ଚୋରି କରାଯାଇଥିବା ଅଭିଯୋଗ ଆସିଛି। ଶ୍ରୀବିଗ୍ରହଙ୍କୁ ଲାଗି ପୂର୍ବରୁ ଚୋରି ହୋଇଥିବାରୁ ଏହା ମାରା ହୋଇଛି। ହେଲେ କିଭଳି ଏହି ମାରା ମୋଦକ ମହାପ୍ରଭୁଙ୍କ ଲାଗିହେଲା ସେ ନେଇ ପ୍ରଶ୍ନ ଉଠିଛି। ଏନେଇ ବଳଭଦ୍ରଙ୍କ ବାଡ଼ଗ୍ରାହୀ ହଳଧର ଦାସ ମହାପାତ୍ର ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସନକୁ ଚିଠି ଲେଖି ଅବଗତ କରାଇବା ସହ ମାରା ମୋଦକ ଚୋରି ନେଇ ଅଭିଯୋଗ ଆଣିଛନ୍ତି।

ମାରା ହୋଇଥିବା ମୋଦକକୁ କିଭଳି ମହାପ୍ରଭୁଙ୍କୁ ସମର୍ପିତ ହେଲା ତାହାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି ହଳଧର। ଅନବସର ଏକାଦଶୀ ଦିନ ମହାପ୍ରଭୁଙ୍କ ସର୍ବାଙ୍ଗ ପରେ ଦଶମୂଳ ମୋଦକ ସେବାରେ କବିରାଜ ସେବକ ଭକ୍ତମାନେ ମୋଦକ ଆଣି ଶ୍ରୀମନ୍ଦିର ଗାରଦ କାର୍ଯ୍ୟାଳୟରେ କମାଣ୍ଡରଙ୍କ ତତ୍ବାବଧାନରେ ଜମା ଦେଇ ଥାଆନ୍ତି। କିନ୍ତୁ ଦୁଃଖର ବିଷୟ ମହାପ୍ରଭୁଙ୍କ ଭୋଗ ନିମନ୍ତେ ମୋଦକ ମଣତି ନେଇ ନେବା ସମୟରେ ମୂର୍ତ୍ତି ୩୧୩ ଅମୁଣିଆ ମୋଦକରୁ ମୃତି ୭୦ କମ୍ ଥିଲା। ଏହି ମାରା ହୋଇଥିବା ମୋଦକ ମହାପ୍ରଭୁଙ୍କୁ ମୂର୍ତ୍ତି ମୂଳ କିପରି କରାଗଲା। ଏହି ଅପରାଧ ପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନିତ୍ୟାନ୍ତ ଆବଶ୍ୟକ ବୋଲି କହିଛନ୍ତି।

Comments are closed.