ନୂଆଦିଲ୍ଲୀ: ଆଜି ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ସଂଘର୍ଷ ତାର ୧୨ତମ ଦିନରେ ପହଞ୍ଚିଛି। ଏହି ସମୟରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ଏବଂ ଇସ୍ରାଏଲ ମଧ୍ୟରେ “ସମ୍ପୂର୍ଣ୍ଣ ଏବଂ ବ୍ୟାପକ” ଯୁଦ୍ଧବିରତି ଘୋଷଣା କରିଛନ୍ତି କିନ୍ତୁ ତାଙ୍କ ଘୋଷଣାର କିଛି ଘଣ୍ଟା ପରେ, ତେହେରାନ ଏହାକୁ ପ୍ରତ୍ୟାଖ୍ୟାନ କରି କରିଛି। କହିଛି, କୌଣସି ଯୁଦ୍ଧବିରତି କିମ୍ବା ସାମରିକ ଅଭିଯାନ ବନ୍ଦ କରିବା ଉପରେ “କୌଣସି ଚୁକ୍ତିନାମା” ନାହିଁ। କିନ୍ତୁ ଏହାର କାଠ କରି ମିନିଟ୍ ପରେ ଇରାନର ବୈଦେଶିକ ମନ୍ତ୍ରୀ ଆବାସ ଆରଘଚି ଏକ ବଡ଼ ସଂକେତ ଦେଇଛନ୍ତି। କହିଛନ୍ତି ଯେ ଇସ୍ରାଏଲ ଏହାର ଆକ୍ରମଣ ବନ୍ଦ କଲେ ଏହି ଯୁଦ୍ଧ ଜାରି ରଖିବାରେ ସେମାନଙ୍କର କୌଣସି ଆଗ୍ରହ ନାହିଁ।
ଆରଘଚି କହିଛନ୍ତି ଯେ ଇରାନ ବାରମ୍ବାର ସ୍ପଷ୍ଟ କରିଛି ଯେ ଇସ୍ରାଏଲ ଇରାନ ଉପରେ ଯୁଦ୍ଧ ଆରମ୍ଭ କରିଛି ଏବଂ ଯଦି ଇସ୍ରାଏଲୀ ଶାସନ ତେହେରାନ ସମୟ ସକାଳ ୪ ଟା ପୂର୍ବରୁ ଇରାନ ଲୋକଙ୍କ ବିରୁଦ୍ଧରେ ଏହାର ଅବୈଧ ଆକ୍ରମଣ ବନ୍ଦ କରେ, ତେବେ ତା’ପରେ ଇରାନ ପ୍ରତିକ୍ରିୟା ଜାରି ରଖିବାକୁ କୌଣସି ଇଚ୍ଛା ରଖେ ନାହିଁ।
ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଯୁଦ୍ଧ ଏବେ ଏକ ନୂତନ ମୋଡ଼କୁ ଆସିଛି। ଟ୍ରମ୍ପ ଦୁଇ ଦେଶ ମଧ୍ୟରେ ଯୁଦ୍ଧବିରତି ଘୋଷଣା କରିଛନ୍ତି। ଇରାନ ଏହି ପ୍ରସ୍ତାବକୁ ସ୍ପଷ୍ଟ ଭାବରେ ପ୍ରତ୍ୟାଖ୍ୟାନ କରିଛି। ସେପଟେ ଟ୍ରମ୍ପ ୨୪ ଘଣ୍ଟାରେ ଇରାନ ଇସ୍ରାଏଲ ଯୁଦ୍ଧ ବନ୍ଦ ହେବା ବୋଲି ଦାବି କରିବା ପରେ ପରେ ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନେଇଙ୍କ ନିଜ ଏକ୍ସରେ ଲେଖିଥିଲେ, ‘ଯେଉଁମାନେ ଇରାନ ଲୋକଙ୍କୁ ଏବଂ ସେମାନଙ୍କ ଇତିହାସକୁ ଜାଣନ୍ତି ସେମାନେ ଜାଣନ୍ତି ଯେ ଇରାନ ଜାତି ଆତ୍ମସମର୍ପଣ କରିବା ଦେଶ ନୁହେଁ।’ ଏଥିସହିତ ଏହା ବି ସ୍ପଷ୍ଟ କରିଥିଲେ ଯେ ଇରାନ ଏବେ ଯୁଦ୍ଧବିରତି ମୁଡରେ ନାହିଁ। ସେ ଇସ୍ରାଏଲ ଉପରେ ଆକ୍ରମଣ ଜାରି ରଖିବେ।
ପୂର୍ବରୁ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିଥିଲେ ଯେ ମଧ୍ୟପ୍ରାଚ୍ୟରେ ୧୨ ଘଣ୍ଟା ପାଇଁ ଯୁଦ୍ଧବିରତି ଲାଗୁ କରାଯାଇଛି। ଏହା ପରେ, ଯୁଦ୍ଧ ସମାପ୍ତ ବୋଲି ବିବେଚନା କରାଯିବ। ଟ୍ରମ୍ପ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଏହି ଦାବି କରିଛନ୍ତି। ଟ୍ରମ୍ପ ଦାବି କରିଛନ୍ତି ଯେ ଇରାନ ଏବଂ ଇସ୍ରାଏଲ ଯୁଦ୍ଧବିରତି ଉପରେ ରାଜି ହୋଇଛନ୍ତି। ଟ୍ରମ୍ପଙ୍କ ପୋଷ୍ଟ ଅନୁସାରେ, ଇସ୍ରାଏଲ ଏବଂ ଇରାନ ଉଭୟ ୬ ଘଣ୍ଟା ମଧ୍ୟରେ ସେମାନଙ୍କର ମିଶନ ସମାପ୍ତ କରିବେ। ଏହା ପରେ ୧୨ ଘଣ୍ଟା ପାଇଁ ଯୁଦ୍ଧବିରତି ହେବ। ଟ୍ରମ୍ଫଙ୍କ ଅନୁସାରେ, ଇରାନ ପ୍ରଥମେ ଯୁଦ୍ଧବିରତି କରିବ। ଇସ୍ରାଏଲ ୧୨ ଘଣ୍ଟା ପରେ ଯୁଦ୍ଧବିରତି କରିବ ଏବଂ ୨୪ ଘଣ୍ଟା ପରେ, ୧୨ ଦିନିଆ ଯୁଦ୍ଧ ସମାପ୍ତ ବୋଲି ବିବେଚନା କରାଯିବ। ଟ୍ରମ୍ପ ଇସ୍ରାଏଲ ଏବଂ ଇରାନ ସହିତ ସମଗ୍ର ବିଶ୍ୱକୁ ଏହି ଯୁଦ୍ଧବିରତି ପାଇଁ ଅଭିନନ୍ଦନ ଜଣାଇଛନ୍ତି। ତାଙ୍କ ପୋଷ୍ଟରେ, ଆମେରିକା ରାଷ୍ଟ୍ରପତି ଲେଖିଛନ୍ତି ଯେ ଏହି ଯୁଦ୍ଧ ଅନେକ ବର୍ଷ ପର୍ଯ୍ୟନ୍ତ ଚାଲିପାରିଥାନ୍ତା, ଯେଉଁଥିରେ ମଧ୍ୟପ୍ରାଚ୍ୟ ବହୁତ କ୍ଷତି ସହିଥାନ୍ତା, କିନ୍ତୁ ଏହା ହୋଇନଥିଲା।
Comments are closed.