ଭୁବନେଶ୍ବର: ଏବେ ଏଆଇ ସାହାଯ୍ୟରେ ନିଜ ଉପଭୋକ୍ତାଙ୍କୁ ଅନଲାଇନ ଠକେଇରେ ପଡିବାରୁ ରକ୍ଷା କରୁଛି ଏୟାରଟେଲ୍ । ଏୟାରଟେଲ୍ ଏଆଇ-ଚାଳିତ ଠକେଇ ଚିହ୍ନଟ ପ୍ରଣାଳୀ ସାହାର୍ଯ୍ୟରେ, ଏୟାରଟେଲ୍ ସିମ ନେଇ ହେଉଥିବା ସ୍ପାମ୍ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି । ଏହାରି ଭିତରେ ଭାରତୀ ଏୟାରଟେଲ୍ ବା ଏୟାରଟେଲ୍ ଓଡ଼ିଶାର ଗ୍ରାହକମାନଙ୍କୁ ବଢ଼ୁଥିବା ଅନଲାଇନ୍ ଠକେଇରୁ ସୁରକ୍ଷା ଦେବା ପାଇଁ ଏହାର ମିଶନରେ ଗୁରୁତ୍ୱପୂର୍ଣ୍ଣ ଅଗ୍ରଗତି ଘୋଷଣା କରିଛି। ଏହାର ଏଆଇ-ଚାଳିତ ଠକେଇ ଚିହ୍ନଟ ପ୍ରଣାଳୀର ଦେଶବ୍ୟାପୀ ପ୍ରସାରଣର ମାତ୍ର ୪୦ ଦିନ ମଧ୍ୟରେ, ଓଡିଶାରେ ପ୍ରାୟ ୩୧ ଲକ୍ଷରୁ ଅଧିକ ଉପଭୋକ୍ତାଙ୍କୁ ସଫଳତାର ସହ ସୁରକ୍ଷା ଦେଇଛି ।
ତେବେ ଏହାକୁ ନେଇ ଭାରତୀ ଏୟାରଟେଲର ଓଡିଶା ସିଓଓ ଆର.ବାଲାଜୀ ସିଂହ କହିଛନ୍ତି, ଏକ ଯୁଗରେ ଯେଉଁଠାରେ ଡିଜିଟାଲ୍ ବିପଦ ଅଧିକ ଉନ୍ନତ ଏବଂ ବ୍ୟାପକ ହେଉଛି, ଏକ ଦୃଢ଼ ଏବଂ ନିର୍ଭରଯୋଗ୍ୟ ସୁରକ୍ଷିତ ମୋବାଇଲ୍ ନେଟୱାର୍କର ଚାହିଦା ପୂର୍ବାପେକ୍ଷା ଅଧିକ ଜରୁରୀ। ଏକ ଏଆଇ-ଚାଳିତ ସମାଧାନ ବ୍ୟବହାର କରି, ଆମେ ଏୟାରଟେଲର ନେଟୱାର୍କ ଭିତ୍ତିଭୂମିରେ ସିଧାସଳଖ ଠକେଇ ସୁରକ୍ଷାକୁ ସଂଯୁକ୍ତ କରିବା ପାଇଁ ପ୍ରଥମ ଏବଂ ଏକମାତ୍ର ନେଟୱାର୍କ ହେବାରେ ଗର୍ବ କରୁଛୁ । ଏହି ସମାଧାନ ସାଇବର ବିପଦ ବିରୁଦ୍ଧରେ ଏକ ସମ୍ପୂର୍ଣ୍ଣ ପ୍ରତିରକ୍ଷା ପ୍ରଦାନ କରିବ, ଯାହା ଓଡ଼ିଶାରେ ଆମର ଗ୍ରାହକମାନଙ୍କୁ ଡିଜିଟାଲ୍ ପରିବେଶର ଜଟିଳତାକୁ ଆତ୍ମବିଶ୍ୱାସର ସହିତ ନେଭିଗେଟ୍ କରିବାକୁ ସକ୍ଷମ କରିବ ବୋଲି ସେ ମତ ରଖିଛନ୍ତି । ଏଥିସହିତ ଓଡିଶାରେ ସାଇବର ସୁରକ୍ଷା ବୃଦ୍ଧି ପାଇଁ ମିଳିତ ପ୍ରୟାସ ବିଷୟରେ ଆଲୋଚନା କରିବା ପାଇଁ ଓଡିଶାର ସିଓଓ, ସିଆଇଡି କ୍ରାଇମ ବ୍ରାଞ୍ଚର ଆଇଜି ଶେଫିନ ଅହମ୍ମଦ କେ, ଆଇପିଏସ, ଆଇଜି ଏବଂ ରାଜ୍ୟ ସାଇବର କ୍ରାଇମ ନୋଡାଲ ଅଫିସରଙ୍କୁ ଭେଟିଛନ୍ତି ।
ତେବେ ଲୟାରଟେଲ୍ ତାର ଏଆଇ-ଚାଳିତ ଠକେଇ ଚିହ୍ନଟ ପ୍ରଣାଳୀ ସମସ୍ତ ଏୟାରଟେଲ୍ ମୋବାଇଲ୍ ଏବଂ ବ୍ରଡବ୍ୟାଣ୍ଡ ଗ୍ରାହକଙ୍କ ପାଇଁ ସ୍ୱୟଂଚାଳିତ ଭାବରେ ସକ୍ଷମ । ଏହି ଉନ୍ନତ ସିଷ୍ଟମ୍ ଏସଏମଏସ, ହ୍ବାଟ୍ସଆପ୍, ଟେଲିଗ୍ରାମ, ଫେସବୁକ୍, ଇନଷ୍ଟାଗ୍ରମ, ଇ-ମେଲ୍ ଏବଂ ଅନ୍ୟାନ୍ୟ ବ୍ରାଉଜରରେ ଲିଙ୍କଗୁଡ଼ିକୁ ସ୍କାନ ଏବଂ ଫିଲ୍ଟର କରେ। ଯାହା ପ୍ରତିଦିନ ୧୦୦ କୋଟିରୁ ଅଧିକ ୟୁଆରଏଲ ଯାଞ୍ଚ କରିବା ପାଇଁ ରିଅଲ୍-ଟାଇମ୍ ବିପଦ ବୁଦ୍ଧିମତ୍ତା ବ୍ୟବହାର କରେ ଏବଂ ୧୦୦ ମିଲିସେକେଣ୍ଡରୁ କମ୍ ସମୟ ମଧ୍ୟରେ କ୍ଷତିକାରକ ସାଇଟଗୁଡ଼ିର ପ୍ରବେଶକୁ ଅବରୋଧ କରେ । ଯାହା ତାର ଗ୍ରାହକଙ୍କ ଏକ ଉନ୍ନତ ଧରଣର ସାଇବର କ୍ରାଇମ୍ ବିରୋଧରେ ସୁରକ୍ଷା ପ୍ରଦାନ କରେ ।
ଯେଉଁଥିରେ ଏୟାରଟେଲର ଉପଭୋକ୍ତା ଯେକୗଣସି ଅଜଣା ଲିଙ୍କରେ କ୍ଲିକ୍ କରିବା ମାତ୍ରେ, ଏୟାରଟେଲ୍ ସିଷ୍ଟମ୍ ବି ତୁରନ୍ତ ଗିଅରରେ କ୍ଲିକ୍ କରେ। ଏହା ତୁରନ୍ତ ଲିଙ୍କକୁ ସ୍କାନ କରେ ଏବଂ ଯଦି ସନ୍ଦେହଜନକ ଭାବରେ ଫ୍ଲାଗ୍ କରାଯାଏ, ତେବେ ଏହା ପ୍ରବେଶକୁ ଅବରୋଧ କରେ। ଏଥିସହିତ ଏନେଇ ବ୍ୟବହାରକାରୀଙ୍କୁ ଏକ ଚେତାବନୀ ବାର୍ତ୍ତା ବି ମେସେଜ୍ ଦ୍ବାରା ପଠାଏ ଏୟାରଟେଲ୍ । ଯେଉଁଥିରେ ଲେଖାଯାଇଥାଏ, ଏହାକୁ ବ୍ଲକ୍ କରାଯାଇଛି, ଏୟାରଟେଲ୍ ଏହି ସାଇଟ୍ କୁ ବିପଦପୂର୍ଣ୍ଣ ଭାବେ ପାଇଲା । ଯାହା ରିଅଲ୍-ଟାଇମ୍ ଇଣ୍ଟରସେପ୍ସନ୍ ବ୍ୟବହାରକାରୀମାନଙ୍କୁ ସମସ୍ତ ପ୍ରକାରର ଠକେଇର ଶିକାର ହେବାରୁ ରୋକିଥାଏ।
Comments are closed.