ନୂଆଦିଲ୍ଲୀ: ଜାରି ରହିଛି ମଧ୍ୟପ୍ରାଚ୍ୟ ସଂଘର୍ଷ । ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ ଯୁଦ୍ଧବିରତି ଦାବି ଭିତରେ ଏବେ ଇରାନ ପୁଣି ଥରେ ଇସ୍ରାଏଲ ଉପରେ ଆକ୍ରମଣ କରିଛି । ଯୁଦ୍ଧବିରତି ସମୟସୀମା ପୂର୍ବରୁ ପୁଣି ଥରେ ଇସ୍ରାଏଲ ଉପରେ ଆକ୍ରମଣ କରିଛି ଇରାନ । ଟ୍ରମ୍ପଙ୍କ ଘୋଷଣାର କେଇ ଘଣ୍ଟା ଭିତରେ ପୁଣି ଇରାନର ଆକ୍ରମଣର ଏକ ସିରିଜରେ ଘଣ୍ଟାଏ ଭିତରେ ୩ ଥର ମିସାଇଲ ମାଡ କରିଛି ଇରାନ । ଯେଉଁଥିରେ ଇସ୍ରାଏଲରେ ୭ ଜଣ ଲୋକ ପ୍ରାଣ ହରାଇଛନ୍ତି ଏବଂ ଅନ୍ୟ ଆଠ ଜଣ ଆହତ ହୋଇଥିବା ସୂଚନା ରହିଛି । ଆଉ ଏହାକୁ ନେଇ ଇରାନ କହିଛି, ଇସ୍ରାଏଲ ଉପରେ ଆକ୍ରମଣ କରିବା ପରେ ଯୁଦ୍ଧବିରତି କାର୍ଯ୍ୟକାରୀ ହେବ । ଆମେରିକା ସମୟ ମଙ୍ଗଳବାର ସକାଳ ୪ ଟା ପର୍ଯ୍ୟନ୍ତ “ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ଇସ୍ରାଏଲକୁ ଦଣ୍ଡ ଦେବା” ପାଇଁ ଇରାନର ବୈଦେଶିକ ମନ୍ତ୍ରୀ ସୈୟଦ ଆବାସ ଆରାଘଚି ତାଙ୍କ ସଶସ୍ତ୍ର ବାହିନୀକୁ ଧନ୍ୟବାଦ ଜଣାଇ ଯୁଦ୍ଧବିରତି ପାଇଁ ଇଙ୍ଗିତ କରିଛନ୍ତି । ଆଉ ଇସ୍ରାଏଲ ଉପରେ ତାର ଶେଷ ଆକ୍ରମଣକୁ କାର୍ଯ୍ୟକାରୀ କରିଛି ଇରାନ ।
ଇରାନରୁ ଇସ୍ରାଏଲ ଆଡ଼କୁ ନିକ୍ଷେପ କରାଯାଇଥିବା କ୍ଷେପଣାସ୍ତ୍ର ଚିହ୍ନଟ କରି ବିପଦକୁ ପ୍ରତିହତ କରିବା ପାଇଁ କାର୍ଯ୍ୟ କରୁଥିବା ଇସ୍ରାଏଲ ପ୍ରତିରକ୍ଷା ବାହିନୀ ପୁଣି ଥରେ ଲୋକମାନଙ୍କୁ ସୁରକ୍ଷିତ ସ୍ଥାନରେ ପ୍ରବେଶ କରିବାକୁ ଏବଂ ସ୍ପଷ୍ଟ ନିର୍ଦ୍ଦେଶ ପରେ ପ୍ରସ୍ଥାନ କରିବାକୁ କହିଛି। ଇସ୍ରାଏଲର ଦକ୍ଷିଣ ସହର ବେରଶେବା ଉପରେ ଇରାନ ଦ୍ୱାରା କରାଯାଇଥିବା କ୍ଷେପଣାସ୍ତ୍ର ଆକ୍ରମଣରେ ତିନି ଜଣ ଲୋକ ପ୍ରାଣ ହରାଇଛନ୍ତି, ଏନେଇ ଇସ୍ରାଏଲୀ ଗଣମାଧ୍ୟମ ରିପୋର୍ଟ କରିଛି । ତଥାପି ଇସ୍ରାଏଲ ଏହାର କୌଣସି ଜବାବ ଦେଇନାହିଁ ।
ସେପଟେ ଟ୍ରମ୍ପ ତାଙ୍କ ସୋସିଆଲ ମିଡିଆରେ ଇରାନର ଆକ୍ରମଣର କିଛି ସମୟ ପରେ ଯୁଦ୍ଧବିରତି ଆରମ୍ଭ ହେଲା ବୋଲି ଘୋଷଣା କରିଛନ୍ତି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପତାଙ୍କ ଏକ୍ସ ହ୍ୟାଣ୍ଡେଲରୁ ଟ୍ୱିଟ୍ କରି ଲେଖିଛନ୍ତି, “ଅସ୍ତ୍ରବିରତି ଏବେ କାର୍ଯ୍ୟକାରୀ ହୋଇଯାଇଛି। ଦୟାକରି ଏହାକୁ ଉଲ୍ଲଂଘନ କରନ୍ତୁ ନାହିଁ…”, ଯାହା କେତେ ଯାଏଁ କିଏ ମାନୁଛି ତାହା ଦେଖବାକୁ ବାକି ।
ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଯୁଦ୍ଧ ଏବେ ଏକ ନୂତନ ମୋଡ଼କୁ ଆସିଛି। ଟ୍ରମ୍ପ ଦୁଇ ଦେଶ ମଧ୍ୟରେ ଯୁଦ୍ଧବିରତି ଘୋଷଣା କରିଛନ୍ତି। ଇରାନ ଏହି ପ୍ରସ୍ତାବକୁ ସ୍ପଷ୍ଟ ଭାବରେ ପ୍ରତ୍ୟାଖ୍ୟାନ କରିଛି। ସେପଟେ ଟ୍ରମ୍ପ ୨୪ ଘଣ୍ଟାରେ ଇରାନ ଇସ୍ରାଏଲ ଯୁଦ୍ଧ ବନ୍ଦ ହେବା ବୋଲି ଦାବି କରିବା ପରେ ପରେ ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନେଇଙ୍କ ନିଜ ଏକ୍ସରେ ଲେଖିଥିଲେ, ‘ଯେଉଁମାନେ ଇରାନ ଲୋକଙ୍କୁ ଏବଂ ସେମାନଙ୍କ ଇତିହାସକୁ ଜାଣନ୍ତି ସେମାନେ ଜାଣନ୍ତି ଯେ ଇରାନ ଜାତି ଆତ୍ମସମର୍ପଣ କରିବା ଦେଶ ନୁହେଁ।’ ଏଥିସହିତ ଏହା ବି ସ୍ପଷ୍ଟ କରିଥିଲେ ଯେ ଇରାନ ଏବେ ଯୁଦ୍ଧବିରତି ମୁଡରେ ନାହିଁ। ସେ ଇସ୍ରାଏଲ ଉପରେ ଆକ୍ରମଣ ଜାରି ରଖିବେ। ଏହାପରେ ପୁଣି ଥରେ କିଛି ମିନିଟ୍ ପରେ ଇରାନର ବୈଦେଶିକ ମନ୍ତ୍ରୀ ଆବାସ ଆରଘଚି ଏକ ବଡ଼ ସଂକେତ ଦେଇଥିଲେ। କହିଥିଲେ ଯେ ଇସ୍ରାଏଲ ଏହାର ଆକ୍ରମଣ ବନ୍ଦ କଲେ ଏହି ଯୁଦ୍ଧ ଜାରି ରଖିବାରେ ସେମାନଙ୍କର କୌଣସି ଆଗ୍ରହ ନାହିଁ । ଯାହାକୁ ନେଇ ଏବେ ଯୁଦ୍ଧବିରତି ନେଇ ଆଶା ବଢିଥିବା ବେଳେ ଇରାନର ଏହି ଆକ୍ରମଣ ଶେଷ ଥର ପାଇଁ ଇସ୍ରାଏଲ ଉପରେ ତାର ରାଗ ସୁଜାଇଥିବା ପରି ମନେହେଉଛି ।
ଆରଘଚି କହିଥିଲେ, ଯେ ଇରାନ ବାରମ୍ବାର ସ୍ପଷ୍ଟ କରିଛି ଯେ ଇସ୍ରାଏଲ ଇରାନ ଉପରେ ଯୁଦ୍ଧ ଆରମ୍ଭ କରିଛି ଏବଂ ଯଦି ଇସ୍ରାଏଲୀ ଶାସନ ତେହେରାନ ସମୟ ସକାଳ ୪ ଟା ପୂର୍ବରୁ ଇରାନ ଲୋକଙ୍କ ବିରୁଦ୍ଧରେ ଏହାର ଅବୈଧ ଆକ୍ରମଣ ବନ୍ଦ କରେ, ତେବେ ତା’ପରେ ଇରାନ ପ୍ରତିକ୍ରିୟା ଜାରି ରଖିବାକୁ କୌଣସି ଇଚ୍ଛା ରଖେ ନାହିଁ।
ପୂର୍ବରୁ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିଥିଲେ ଯେ ମଧ୍ୟପ୍ରାଚ୍ୟରେ ୧୨ ଘଣ୍ଟା ପାଇଁ ଯୁଦ୍ଧବିରତି ଲାଗୁ କରାଯାଇଛି। ଏହା ପରେ, ଯୁଦ୍ଧ ସମାପ୍ତ ବୋଲି ବିବେଚନା କରାଯିବ। ଟ୍ରମ୍ପ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଏହି ଦାବି କରିଛନ୍ତି। ଟ୍ରମ୍ପ ଦାବି କରିଛନ୍ତି ଯେ ଇରାନ ଏବଂ ଇସ୍ରାଏଲ ଯୁଦ୍ଧବିରତି ଉପରେ ରାଜି ହୋଇଛନ୍ତି। ଟ୍ରମ୍ପଙ୍କ ପୋଷ୍ଟ ଅନୁସାରେ, ଇସ୍ରାଏଲ ଏବଂ ଇରାନ ଉଭୟ ୬ ଘଣ୍ଟା ମଧ୍ୟରେ ସେମାନଙ୍କର ମିଶନ ସମାପ୍ତ କରିବେ। ଏହା ପରେ ୧୨ ଘଣ୍ଟା ପାଇଁ ଯୁଦ୍ଧବିରତି ହେବ। ଟ୍ରମ୍ଫଙ୍କ ଅନୁସାରେ, ଇରାନ ପ୍ରଥମେ ଯୁଦ୍ଧବିରତି କରିବ। ଇସ୍ରାଏଲ ୧୨ ଘଣ୍ଟା ପରେ ଯୁଦ୍ଧବିରତି କରିବ ଏବଂ ୨୪ ଘଣ୍ଟା ପରେ, ୧୨ ଦିନିଆ ଯୁଦ୍ଧ ସମାପ୍ତ ବୋଲି ବିବେଚନା କରାଯିବ। ଟ୍ରମ୍ପ ଇସ୍ରାଏଲ ଏବଂ ଇରାନ ସହିତ ସମଗ୍ର ବିଶ୍ୱକୁ ଏହି ଯୁଦ୍ଧବିରତି ପାଇଁ ଅଭିନନ୍ଦନ ଜଣାଇଛନ୍ତି। ତାଙ୍କ ପୋଷ୍ଟରେ, ଆମେରିକା ରାଷ୍ଟ୍ରପତି ଲେଖିଛନ୍ତି ଯେ ଏହି ଯୁଦ୍ଧ ଅନେକ ବର୍ଷ ପର୍ଯ୍ୟନ୍ତ ଚାଲିପାରିଥାନ୍ତା, ଯେଉଁଥିରେ ମଧ୍ୟପ୍ରାଚ୍ୟ ବହୁତ କ୍ଷତି ସହିଥାନ୍ତା, କିନ୍ତୁ ଏହା ହୋଇନଥିଲା।
Comments are closed.