ପୁରୀ:ମହାପ୍ରଭୁଙ୍କ ପାଇଁ ଆସିଥିଲା ମୋଦକ। ହେଲେ ମଣିମାଙ୍କୁ ଲାଗି ହେବା ପୂର୍ବରୁ ହିଁ ତାହା ଚୋରି ହେଇଗଲା। ଗାରଦ ଘରୁ ମହାପ୍ରଭୁଙ୍କ ମୋଦକ ଚୋରି ହୋଇଥିବା ଅଭିଯୋଗ ଆସିଛି। ତେବେ ମହାପ୍ରଭୁଙ୍କ ମୋଦକ ଚୋରି ପ୍ରସଙ୍ଗରେ ଆଇନ ମନ୍ତ୍ରୀ ରିପୋର୍ଟ ମାଗିଛନ୍ତି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ରିପୋର୍ଟ ମାଗିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ରିପୋର୍ଟ ଆସିଲେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ।
ଏପଟେ ମୋଦକ ଚୋରି ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ। ସେ କହିଛନ୍ତି ପ୍ରାରମ୍ଭିକ ତଦନ୍ତ ସତ୍ୟ ଆଧାରିତ ନୁହେଁ । ଆହୁରି ତଦନ୍ତ କରାଯିବ । ସିସିଟିଭି ମଧ୍ୟ ଯାଞ୍ଚ ହେବ । ଗୁପ୍ତନୀତି ସମ୍ପର୍କରେ ବାହାରେ ଆଲୋଚନା କରିବା ଠିକ୍ ନୁହେଁ ବୋଲି ଗଣମାଧ୍ୟମରେ କହିଛନ୍ତି ମୁଖ୍ୟ ପ୍ରଶାସକ।
ଦଇତାପତି ନିଯୋଗ ସମ୍ପାଦକ ୩୧୩ ଦଶ ମୂଳ ମୋଦକ ନେଇଛନ୍ତି । ଶ୍ରୀମନ୍ଦିର ପ୍ରଶାସନ କିମ୍ବା ଗାରଦର କୌଣସି କର୍ମଚାରୀ ଏହା ସ୍ପର୍ଶ କରନ୍ତି ନାହିଁ । ଯଦି କିଏ ଦୋଷୀ ସାବ୍ୟସ୍ତ ହେବ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ।
Comments are closed.