Latest Odisha News

BREAKING NEWS

ଦିଲ୍ଲୀ ଯୁବତୀଙ୍କୁ ଅସଦାଚରଣ ଘଟଣା; ଗିରଫ ଭୟରେ ବିଷ ପିଇଲା ଅଭିଯୁକ୍ତ

ଯାଜପୁର: ଯାଜପୁର ଜିଲ୍ଲା ଦଶରଥପୁର ଅଞ୍ଚଳରେ ଦିଲ୍ଲୀ ଯୁବତୀଙ୍କୁ ଅସଦାଚରଣ ଘଟଣା । ଆତ୍ମହତ୍ୟା ଉଦ୍ୟମ କଲା ଅଭିଯୁକ୍ତ ଅନିଲ ଜେନା । ଗିରଫ ଭୟରେ ସେ ମାନସିକ ଭାରସାମ୍ୟ ହରାଇ ବିଷପାନ କରିଥିବା ସୂଚନା ରହିଛି । ଅନିଲକୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

ପୋଲିସ ହେପାଜତରେ ଅଭିଯୁକ୍ତ ଅନିଲର ଚାଲିଛି ଚିକିତ୍ସା । ଗିରଫ ଭୟରେ ଗତ ରାତିରେ ଘରେ ଥିବା ଅବସ୍ଥାରେ ବିଷ ଖାଇଥିବା ସୂଚନା । ସେପଟେ ଅଭିଯୋଗକୁ ଖଣ୍ଡନ କରୁଛନ୍ତି ଅଭିଯୁକ୍ତ । ବିଷପାନ ଅବସ୍ଥାରେ ଅଭିଯୁକ୍ତଙ୍କୁ ଧରିଲା ଦଶରଥପୁର ପୋଲିସ । ଅନ୍ୟଜଣେ ଅଭିଯୁକ୍ତ ନୀତେଶ ଜେନା ଏବେବି ଫେରାର ଅଛନ୍ତି ।

ସୂଚନାଯୋଗ୍ୟ, ଯାଜପୁର ଜିଲ୍ଲା ଦଶରଥପୁର ଥାନା ତରାଙ୍ଗ ସାଗରପୁର ଗାଁର ତପସ୍ୱିନୀ ଦାଶ ତାଙ୍କ ବାପାଙ୍କ ଶ୍ରାଦ୍ଧ ପାଇଁ ଗାଁକୁ ଆସିଥିଲେ। ତପସ୍ୱନୀଙ୍କ ସହ ଦିଲ୍ଲୀରେ ରହୁଥିବା ତାଙ୍କ ବାନ୍ଧବୀ ମଧ୍ୟ ଓଡିଶା ଆସିଥିଲେ । ରବିବାର ସନ୍ଧ୍ୟାରେ ସେମାନେ ଯାଜପୁରର ଅଧିଷ୍ଟାତ୍ରୀ ଦେବୀ ମା ବିରଜାଙ୍କ ଦର୍ଶନ କରିଥିଲେ। ବିରଜାଙ୍କ ଦର୍ଶନ ପରେ ସେମାନେ ଘରକୁ ଫେରିବା ବେଳେ ୨ଜଣ ଯୁବକ ଅନିଲ ଜେନା ଓ ନିତେଶ ଜେନା ତାଙ୍କୁ ଅସଦାଚରଣ କରିଥିଲେ । ତପସ୍ୱନୀ ଓ ତାଙ୍କ ବାନ୍ଧବୀଙ୍କୁ ସେମାନେ ଅସଭ୍ୟ ଭାଷା କହିବା ସହ ପିନ୍ଧିଥିବା ବସ୍ତ୍ରକୁ ଟଣା ଓଟରା କରିଥିବା ଅଭିଯୋଗ ହୋଇଛି ।

ଅଭିଯୋଗ ପରେ ଦଶରଥପୁର ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ମାତ୍ର ବର୍ତ୍ତମାନ ଅନିଲ ଜେନା ପୋଲିସ ହେପାଜତରେ ରହିଥିବା ବେଳେ ଅନ୍ୟ ଜଣଙ୍କୁ ଦଶରଥପୁର ପୋଲିସ ଧରିବାରେ ଅସଫଳ ରହିଛି ।

Comments are closed.