Latest Odisha News

BREAKING NEWS

ବାହାର ଠିକାଦାରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଟାର୍ଗେଟ, ଆଉଟସୋର୍ସିଂ ସଂସ୍ଥାକୁ ହଟାଇବାକୁ ଯୋଜନା

ଭୁବନେଶ୍ୱର: ବାହାର ଠିକାଦାରଙ୍କୁ ଠାବ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଟାର୍ଗେଟ। ଆଉଟସୋର୍ସିଂ ସଂସ୍ଥାକୁ ଠାବ କରିବାକୁ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ। ସରକାରଙ୍କ ନିଜସ୍ୱ ଇଞ୍ଜିନିୟରିଂ ବିଭାଗ ଏବଂ ଦକ୍ଷ ଇଞ୍ଜିନିୟର ଥାଉ ଥାଉ କାହିଁକି ଆଉଟ୍ ସୋର୍ସିଂ ସଂସ୍ଥାକୁ କାମ ଦିଆଯାଇଛି ବୋଲି ପ୍ରଶ୍ନ କରିଛନ୍ତି ମୁଖ୍ୟମନ୍ତ୍ରୀ। ଏନେଇ ମୁଖ୍ୟ ଶାସନ ସଚିବଙ୍କୁ ମାସେ ଭିତରେ ରିପୋର୍ଟ ଦେବାକୁ ମୁଖ୍ୟମନ୍ତ୍ରୀ ଚିଠି ଲେଖିଛନ୍ତି।

୧୦ ବର୍ଷର ଫାଇଲ୍ ଖୋଜି ଇଞ୍ଜିନିୟରିଂ କାମ କରୁଥିବା ଆଉଟସୋର୍ସିଂ ସଂସ୍ଥାକୁ ଠାବ କରିବାକୁ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖି ରିପୋର୍ଟ ମାଗିଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ଚିଠିରେ ସ୍ପଷ୍ଟ ଭାବେ ଲେଖିଛନ୍ତି ଯେ, ଆମର ଯାନ୍ତ୍ରିକ ବିଭାଗ ଗୁଡ଼ିକରେ ସର୍ଭେ, ଅନୁସନ୍ଧାନ, ଡିଜାଇନ, ଏଷ୍ଟିମେଟ୍ ଆଦି ପ୍ରାରମ୍ଭିକ କାର୍ଯ୍ୟଗୁଡ଼ିକ ପାଇଁ ସ୍ବତନ୍ତ୍ର ଉପବିଭାଗ ଅଛି। କିଛି ବର୍ଷ ପୂର୍ବରୁ ସରକାରୀ ଯନ୍ତ୍ରୀମାନେ ଏ ସମସ୍ତ କାମ ତୁଲାଉଥିଲେ।

ଏବେ କାହିଁକି ଆଉଟସୋର୍ସିଂ ମାଧ୍ୟମର ଅଭ୍ୟୂଦୟ ହେଲା ବୋଲି ପ୍ରଶ୍ନ କରିଛନ୍ତି ମୁଖ୍ୟମନ୍ତ୍ରୀ। ବିଗତ ୧୦ ବର୍ଷ ଭିତରେ କେଉଁ ବିଭାଗକୁ, କେଉଁ ବେସରକାରୀ ସଂସ୍ଥାଗୁଡ଼ିକୁ ଆଉଟସୋର୍ସିଂ ମାଧ୍ୟମରେ କେଉଁ ପ୍ରକାର କାମ ଦିଆଯାଇଛି, ତା’ର ତଥ୍ୟ ସଂଗ୍ରହ କରି ସମୀକ୍ଷା କରିବାକୁ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ।

Comments are closed.