Latest Odisha News

BREAKING NEWS

ପ୍ରେମିକା ସୋଲମୀଙ୍କ ମୃତ୍ୟୁ ପରେ ପ୍ରଥମ ଥର ମୁହଁ ଖୋଲିଲେ ୟୁଟ୍ୟୁବର ଲବ ହାଁସଦା, କହିଲେ…

ଭୁବନେଶ୍ୱର: ପ୍ରେମିକା ସୋଲମୀଙ୍କ ମୃତ୍ୟୁର ଦେଢ଼ ମାସ ପରେ ସାମ୍ନାକୁ ଆସିଲେ ଲବ ହାଁସଦା। ପ୍ରେମିକାଙ୍କ ମୃତ୍ୟୁ ପରେ ପ୍ରଥମ ଥର ମୁହଁ ଖୋଲିଲେ ୟୁଟ୍ୟୁବର ଲବ। ତେବେ ସୋଲମୀଙ୍କ ସହ କ’ଣ ଥିଲା ସମ୍ପର୍କ ସେନେଇ ସ୍ପଷ୍ଟ କଲେନି । ୟୁ ଟ୍ୟୁବରେ ଏକ ଭିଡିଓ ପୋଷ୍ଟ କରି ଲବ ନିଜର ପ୍ରତିକ୍ରିୟା ରଖିଛନ୍ତି। ଲବ କହିଛନ୍ତି, ମୁଁ ସୋଲମୀଙ୍କୁ କେବେ ନିର୍ଯାତନା ଦେଇନାହିଁ । ସେ ମୋ ବିଷୟରେ ସବୁ କଥା ଜାଣିଥିଲେ । ସବୁ ସତ ଧୀରେ ଧୀରେ ସାମନାକୁ ଆସିଯିବ ।

ଲବ କହିଛନ୍ତି, “ଏମିତି କିଛି ମୁଁ ଭୁଲ କରିନି ଯେ ଜଣକ ଜୀବନ ଚାଲିଯିବ। ସତ ଦିନେ ନା ଦିନେ ସାମ୍ନାକୁ ଆସିବ। ମୋ ଜୀବନରେ ଏମିତି ଦିନ ଆସିବ କି ଏପରି ଭିଡିଓ କରିବାକୁ ପଡ଼ିବ ବୋଲି ମୁଁ କେବେ ଭାବିନଥିଲି। ପୋଲିସକୁ ତଦନ୍ତରେ ସାହାଯ୍ୟ କରୁଛି। ମୁଁ ଏତେ ବି ଖରାପ ନୁହେଁ।”

ସୂଚନାଯୋଗ୍ୟ, ଲବଙ୍କ ବାନ୍ଧବୀ ସୋଲମୀ ମୁର୍ମୁ ଜଣେ ବାଇକ ରାଇଡର। ତାଙ୍କ ଘର ବିହାରରେ ହୋଇଥିବାବେଳେ ସେ ବେଙ୍ଗାଲୁରୁରେ ଚାକିରି କରୁଥିଲେ। ଉଭୟଙ୍କ ଭିତରେ ଅନେକ ଦିନର ସମ୍ପର୍କ ଥିଲା। ହେଲେ ଗତ ମେ ମାସରେ ଆତ୍ମହତ୍ୟା କରିଥିଲେ ସୋଲମୀ। ଯେଉଁଥିପାଇଁ ଲବଙ୍କୁ ଦାୟୀ କରି ଥାନାରେ ଅଭିଯୋଗ କରିଥିଲେ ପରିବାର ଲୋକେ। ଏହାପରେ ଲବ ପୂର୍ବରୁ ବିବାହିତ ଏବଂ ତାଙ୍କର ଗୋଟିଏ ଝିଅ ଥିବା କଥା ସାମ୍ନାକୁ ଆସିଥିଲା। ଏନେଇ ମାସେରୁ ଉର୍ଦ୍ଧ୍ୱ ସମୟ ଧରି ବିବାଦ ଲାଗି ରହିଥିବା ବେଳେ ପ୍ରଥମ ଥର ମୁହଁ ଖୋଲିଛନ୍ତି ଲବ।

Comments are closed.