Latest Odisha News

BREAKING NEWS

ବେଆଇନ ଭାବେ ଭାରତ ଆସୁଥିଲା ପାକିସ୍ତାନ ମାଲ୍; ୩୯ କଣ୍ଟେନର ଜବତ

ନୂଆଦିଲ୍ଲୀ: ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ (ଡିଆରଆଇ) ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। “ଅପରେସନ୍ ଡିପ୍ ମାନିଫେଷ୍ଟ” ଅଧୀନରେ ପାକିସ୍ତାନରୁ ଚୋରା ଚାଲାଣ ହେଉଥିବା ସାମଗ୍ରୀର ଏକ କଣ୍ଟେନର ଜବତ କରିଛି।

ଏହି ସାମଗ୍ରୀଗୁଡ଼ିକ ତୃତୀୟ ଦେଶ ଅର୍ଥାତ୍ ଦୁବାଇ ଦେଇ ଭାରତକୁ ଅଣାଯାଉଥିଲା। ଡିଆରଆଇ ୧୧୧୫ ମେଟ୍ରିକ୍ ଟନ୍ ଅବୈଧ ସାମଗ୍ରୀ ଭର୍ତ୍ତି ୩୯ଟି କଣ୍ଟେନର ଜବତ କରିଛି, ଯାହାର ବଜାର ମୂଲ୍ୟ ପ୍ରାୟ ୯ କୋଟି ଟଙ୍କା ବୋଲି କୁହାଯାଉଛି। ଏହି ସାମଗ୍ରୀଗୁଡ଼ିକ ଭାରତ ସରକାରଙ୍କ ଆମଦାନୀ ନୀତିର ସ୍ପଷ୍ଟ ଉଲ୍ଲଂଘନ ଏବଂ ପାକିସ୍ତାନରୁ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଆମଦାନୀ/ପରିବହନ ଉପରେ ଲାଗୁ ହୋଇଥିବା କଟକଣା ବିରୋଧି ପ୍ରମାଣିତ ହୋଇଥିଲା। ଏହି ମାମଲାରେ ଗୁରୁବାର ଏକ ଆମଦାନୀକାରୀ ସଂସ୍ଥାର ଜଣେ ଅଂଶୀଦାରଙ୍କୁ ଗିରଫ କରାଯାଇଛି।

ତେବେ ପହଲଗାମ୍ ଆତଙ୍କବାଦୀ ଆକ୍ରମଣ ପରେ ସରକାର ୨ ମେ ୨୦୨୫ରୁ ପାକିସ୍ତାନରୁ ଯେକୌଣସି ପ୍ରକାରର ସାମଗ୍ରୀର ଆମଦାନୀ କିମ୍ବା ରପ୍ତାନି ଉପରେ ସମ୍ପୂର୍ଣ୍ଣ କଟକଣା ଲଗାଇଥିଲେ। ଅପରପକ୍ଷରେ ଯାଞ୍ଚରୁ ଜଣାପଡ଼ିଥିଲା ଯେ ସାମଗ୍ରୀଗୁଡ଼ିକ ପାକିସ୍ତାନର କରାଚୀ ବନ୍ଦରରୁ ଦୁବାଇର ଜେବେଲ୍ ଅଲି ବନ୍ଦର ଦେଇ ଭାରତକୁ ଅଣାଯାଇଥିଲା।

 

Comments are closed.