Latest Odisha News

BMC ଅତିରିକ୍ତ କମିଶନରଙ୍କୁ ମାଡ଼ ଘଟଣାରେ ଆଉ ୨ ଗିରଫ

ଭୁବନେଶ୍ୱର: କମିଶନରେଟ୍ ପୋଲିସ ମଙ୍ଗଳବାର ଦିନ ଭୁବନେଶ୍ୱର ମ୍ୟୁନିସିପାଲ୍ କର୍ପୋରେସନ୍ (ବିଏମସି)ର ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ ଆକ୍ରମଣ ଘଟଣାରେ ଆଉ ଦୁଇ ଜଣଙ୍କୁ ଗିରଫ କରିଛି। ଏହାକୁ ମିଶାଇ ଗିରଫଙ୍କ ସଂଖ୍ୟା ୫କୁ ବୃଦ୍ଧି ପାଇଛି।

ସେମାନେ ହେଲେ ଝାରପଡ଼ାର ସଞ୍ଜୀବ ମିଶ୍ର ଏବଂ ଲକ୍ଷ୍ମୀସାଗରର ସଚିକାନ୍ତ ସ୍ୱାଇଁ। ତେବେ ଏମାନେ ପୂର୍ବରୁ ବିଜେପି ସହିତ ଜଡିତ ଥିଲେ ବୋଲି ଜଣାପଡିଛି।

ସୋମବାର ଦିନ ଏହି ଘଟଣାରେ କର୍ପୋରେଟର ଜୀବନ ରାଉତ, ରଶ୍ମି ମହାପାତ୍ର ଏବଂ ଦେବାଶିଷ ପ୍ରଧାନଙ୍କୁ ଗିରଫ କରାଯାଇଥିଲା। ସେମାନଙ୍କ ବିରୁଦ୍ଧରେ ଭାରତୀୟ ନ୍ୟାୟ ସଂହିତା (BNS)ର ବିଭିନ୍ନ ଧାରା ୩୩୩, ୧୩୨, ୧୨୧(୧), ୧୨୧(୨), ୧୦୯, ୩୫୧(୨), ୬୨, ୧୪୦(୨), ୩୦୪, ୫୪, ୬୧(୨), ୧୮୯(୨), ୧୯୦ ଏବଂ ୩(୫) ଅନୁଯାୟୀ ମାମଲା ରୁଜୁ କରାଯାଇଛି।

ଉଲ୍ଲେଖଯୋଗ୍ୟ, ଏହି ଘଟଣାରେ ୫ ଜଣଙ୍କୁ ଦଳରୁ ନିଲମ୍ବନ କରିଥିଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ବିଜେପିର ପ୍ରାଥମିକ ସଦସ୍ୟ ପଦରୁ ନିଲମ୍ବନ କରିଥିଲେ।ସେମାନେ ହେଲେ କର୍ପୋରେଟର ଅପରୂପ ରାଉତ, ରଶ୍ମିରଞ୍ଜନ ମହାପାତ୍ର ଓ ଦେବାଶିଷ,ଦେବାଶିଷ ପ୍ରଧାନ, ଶଚିକାନ୍ତ ସ୍ବାଇଁ ଓ ସଂଜୀବ ମିଶ୍ରଙ୍କୁ ନିଲମ୍ବନ କରାଯାଇଛି ।

ବିଏମସି ଅଫିସରେ ଅତିରିକ୍ତ କମିଶନର ରତ୍ନାକର ସାହୁ ନିଜ କାମରେ ବ୍ୟସ୍ତ ଥିବା ବେଳେ ତାଙ୍କୁ ୪ ରୁ ୬ ଜଣ ଯୁବକ ଆସି ଆକ୍ରମଣ କରିଥିଲେ । ସାର୍ଟ କଲର ଧରି ଘୋଷାଡି ଘୋଷାଡି ନେବା ସହ ଗୋଇଠା ମାଡ ମାରି ଗାଳି ଗୁଲଜ କରିଥିଲେ । ଘଟଣାର ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଥିଲା ।

 

Comments are closed.