Latest Odisha News

BREAKING NEWS

ରତ୍ନଭଣ୍ଡାର ସମ୍ପୂର୍ଣ୍ଣ ସୁରକ୍ଷିତ,ଦିଶୁଛି ଅତି ସୁନ୍ଦର: ଗଜପତି ମହାରାଜା

ପୁରୀ:ଆଜି ଗଜପତି ମହାରାଜା ଦିବ୍ୟ ସିଂହଦେବ ରତ୍ନଭଣ୍ଡାର କାର୍ଯ୍ୟ ତଦାରଖ କରିଛନ୍ତି । ତଦାରଖ ପରେ ରତ୍ନଭଣ୍ଡାର ସମ୍ପୂର୍ଣ୍ଣ ସୁରକ୍ଷିତ ଓ ଅତି ସୁନ୍ଦର ଦିଶୁଛି ବୋଲି କହିଛନ୍ତି ଗଜପତି ମହାରାଜା । ଏଥିସହ ନୀଳାଦ୍ରି ବିଜେ ସୁଦ୍ଧା ମରାମତି ସମ୍ପୂର୍ଣ୍ଣ ହୋଇଯିବ ବୋଲି ଗଜପତି କହିଛନ୍ତି । ତେବେ ମନ୍ଦିର ନିର୍ମାଣ ଶୈଳୀରେ ସମସ୍ତ ମରାମତି କାମ ହୋଇଛି । ପ୍ରାୟ ୬ ଶହ ପଥର କଢ଼ା ଯାଇ ନୂଆ ପଥର ଲାଗିଛି ।

ସୂଚନା ଥାଉକି, ଶ୍ରୀମନ୍ଦିରରେ ଗଜପତି ମହାରାଜା ଆଜି ରତ୍ନଭଣ୍ଡାର ମରାମତି କାର୍ଯ୍ୟ ଅନୁଧ୍ୟାନ କରିଥିଲେ । ରତ୍ନଭଣ୍ଡାର କାର୍ଯ୍ୟ ପ୍ରାୟ ସମ୍ପୂର୍ଣ ହୋଇଛି । ୬ ଶହରୁ ଅଧିକ ପଥର ବଦଳା ଯାଇଛି । ଭିତର ଭଣ୍ଡାର ଘରରେ ଅନେକ ପଥର ବଦଳା ଯାଇଛି । ଏଥିସହ ସମସ୍ତ ବିମ୍ କୁ ଶକ୍ତ କରଯାଇଛି । ଭଣ୍ଡାରର ବାହାର ଓ ଭିତର ଅଂଶକୁ ରାସାୟନିକ ପ୍ରଲେପ ଦେଇ ସଂରକ୍ଷଣ କରାଯାଉଛି । ସମୁଦାୟ ୧୪ଟି ବିମ୍ ନିର୍ମାଣ କରାଯାଇଛି ।

ସେପଟେ ରତ୍ନଭଣ୍ଡାର ମରାମତି ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବି ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଗଜପତି ନିଜେ ତଦାରଖ କରି ବୈଷୟିକ କମିଟିକୁ ଧନ୍ୟବାଦ ଦେଇଛନ୍ତି । ଭିତର ରତ୍ନଭଣ୍ଡାର ମରାମତି କାମ ପ୍ରାୟତଃ ଶେଷ ହୋଇଛି । ବାହାର ରତ୍ନଭଣ୍ଡାର କାମ ଦିନେ ଦୁଇ ଦିନ ଭିତରେ ଶେଷ ହୋଇଯିବ । ଷ୍ଟୋନ୍ ଏଲିମେଣ୍ଟ ବଦଳା ସରିଛି , ମରାମତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ନୂଆ ଷ୍ଟେନଲେସ୍ ଷ୍ଟିଲ ଗେଟ୍ ଓ ବର୍ମାଟିକ୍ ଗେଟ୍‌ ଲାଗିବ ଏବଂ ରୂପା ଛାଉଣୀ ହେବ।

ସୂଚନାଥାଉକି, ମହାପ୍ରଭୁ ରତ୍ନ ସିଂହାସନକୁ ଆସିବା ପରେ ଗଣତି ହେବ। ଖୁବ୍ ଶୀଘ୍ର ରାଜ୍ୟ ସରକାରଙ୍କ ପରାମର୍ଶ କ୍ରମେ ଗଣତି କରାଯିବ ।

 

 

 

Comments are closed.