Latest Odisha News

BREAKING NEWS

ରଥଯାତ୍ରାରେ ୩ ଜଣ ଶ୍ରଦ୍ଧାଳୁଙ୍କର ମୃତ୍ୟୁ ଘଟଣା: ୨୫ ଲକ୍ଷ ଶ୍ରଦ୍ଧାଳୁଙ୍କ ସୁରକ୍ଷିତ ଦର୍ଶନ ପାଇଁ ହେବ ଯୋଜନା

ଭୁବନେଶ୍ୱର: ଚଳିତ ରଥଯାତ୍ରାରେ ୩ ଜଣ ଶ୍ରଦ୍ଧାଳୁଙ୍କର ମୃତ୍ୟୁ ଘଟଣାକୁ ନେଇ ରାଜ୍ୟ ତଥା ରାଜ୍ୟ ବାହାରେ ବେସ୍ ସମାଲୋଚନା ହୋଇଛି। ସରକାର ଏହାର କାରଣ ଭାବେ ଅତ୍ୟାଧିକ ଶ୍ରଦ୍ଧାଳୁଙ୍କ ସମାଗମକୁ ଦୋଷ ଦେଇଥିଲେ। ହେଲେ ଏପରି ଘଟଣା ପୁଣି ଥରେ ଯେପରି ନଘଟୁ ସେନେଇ ରାଜ୍ୟସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ହେବେ।

ଚଳିତ ଥର ଯେପରି ଘଟଣା ଘଟିଲା ପୁଣି ଥରେ ଏପରି ନଘଟିବା ପାଇଁ ରାଜ୍ୟସରକାର ଏବେଠାରୁ ଯୋଜନା କରୁଛନ୍ତି। ଆସନ୍ତା ବର୍ଷ କିଭଳି ଶ୍ରଦ୍ଧାଳୁମାନେ ଶୃଙ୍ଖଳିତ ଦର୍ଶନ କରିପାରିବେ, ଏଭଳି କି ୨୫ ଲକ୍ଷ ଶ୍ରଦ୍ଧାଳୁ ଆସିଲେ ବି ଯେଭଳି ଶୃଙ୍ଖଳିତ ଦର୍ଶନ ହୋଇପାରିବ ସେନେଇ ସରକାର ଯୋଜନା ପ୍ରସ୍ତୁତ କରୁଛନ୍ତି । ଏ ନେଇ ପୂର୍ତ୍ତ ତଥା ଆଇନ ମନ୍ତ୍ରୀ କହିଛନ୍ତି ଚଳିତ ବର୍ଷ ୧୫ ଲକ୍ଷ ଭକ୍ତଙ୍କ ସମାଗମ ହୋଇଥିଲା, କିନ୍ତୁ ସରକାର ଆକଳନ କରିଛନ୍ତି ଆସନ୍ତା ବର୍ଷ ମାନଙ୍କରେ ଏହି ସଂଖ୍ୟା ଆହୁରି ବଢିବ।

ଯାହାକୁ ଦୃଷ୍ଟିରେ ରଖି ୨୫ ଲକ୍ଷ ଭକ୍ତ ପୁରୀ ଆସି କେମିତି ଶୃଙ୍ଖଳିତ ଦର୍ଶନ କରି ଫେରିବେ ସେ ନେଇ ଯୋଜନା କରାଯାଉଛି । ଆସନ୍ତା ୨୦ ବର୍ଷକୁ ଆଖି ଆଗରେ ରଖି ଏହି ରୁପ ରେଖ ପ୍ରସ୍ତୁତ କରାଯାଉଛି। ଟ୍ରାଫିକ ପରିଚାଳନା, ଭିଡ଼ ନିୟନ୍ତ୍ରଣ, ପାର୍କିଂ, ରାସ୍ତା ପ୍ରସ୍ତତିକରଣ ସହ ନୂଆ ରାସ୍ତା ନିର୍ମାଣ ପାଇଁ ଯୋଜନା କରାଯାଇଛି।

Comments are closed.