ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ୟୁଜଭେନ୍ଦ୍ର ଚହଲ ଓ ଆରଜେ ମହାବଶଙ୍କ ପ୍ରେମ ସମ୍ପର୍କ ଏବେ ବେଶ ଚର୍ଚ୍ଚାର କାରଣ ସାଜିଛି । ପ୍ରଥମେ ରାଜି ହେଉ ନ ଥିବା ବେଳେ ଉଭୟ ଧୀରେ ଧୀରେ ଏହାକୁ ପରୋକ୍ଷରେ ସ୍ୱୀକାର କରିବା ଆରମ୍ଭ କରିଛନ୍ତି । ଭଲ ଭାବେ ଘୋଷଣା ନ ହେବା ପର୍ଯ୍ୟନ୍ତ ଆମକୁ ଅପେକ୍ଷା କରିବାକୁ ପଡିବ । ଇତି ମଧ୍ୟରେ ଚହଲଙ୍କ ତଥାକଥିତ ବାନ୍ଧବୀ ତଥା ଲୋକପ୍ରିୟ ରେଡିଓ ଜକି ମହାବଶ ଏବେ ଏକ କ୍ରିକେଟ ଟିମ କିଣିଛନ୍ତି । ଚାମ୍ପିୟନ୍ସ ଲିଗ ଟି୧୦ର ଏକ ଟିମ କିଣିଛନ୍ତି ।
ଆନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇ ସାରିଥିବା କେତେକ ଖେଳାଳି ଏଥିରେ ଅଂଶଗ୍ରହଣ କରିବେ । ମହାବଶ ଅନ୍ୟମାନଙ୍କ ସହ ମିଶିକରି ଏହି ଟିମ କିଣିଛନ୍ତି । ସେ ରେଡିକ ଜକି ବ୍ୟତୀତ ମିଡିଆ ଇନଫ୍ଲୁଏନ୍ସର, ଫିଲ୍ମ ନିର୍ମାତା, କଂଟେଟ କ୍ରିଏଟର ଓ ଲେଖିକା ଭାବେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ବିବାହ ବିଚ୍ଛେଦ ପରେ ଚହଲଙ୍କୁ ଏବେ ମହାବାଶଙ୍କ ସହ ଅଧିକ ସମୟ ଦେଖିବାକୁ ମିଳୁଛି ।
Comments are closed.