Latest Odisha News

BREAKING NEWS

ସୀମାନ୍ତରେ ଆନ୍ଧ୍ରର ଚାଲାକି ପଣ୍ଡ; ସ୍ବାସ୍ଥ୍ୟସେବା ବନ୍ଦକଲେ ପଟ୍ଟାଙ୍ଗୀ ତହସିଲଦାର

ପଟ୍ଟାଙ୍ଗି: କୋରାପୁଟ ଜିଲ୍ଲା ପଟ୍ଟାଙ୍ଗୀ ବ୍ଲକ୍‌ ସୀମାନ୍ତ କୋଟିଆ ପଞ୍ଚାୟତର ପନିକିଗ୍ରାମରେ ଆନ୍ଧ୍ରର ସ୍ବାସ୍ଥ୍ୟସେବା ବନ୍ଦକଲା ପଟ୍ଟାଙ୍ଗୀ ତହସିଲ । ସ୍ବାସ୍ଥ୍ୟ ଟିମ୍‌ ଆନ୍ଧ୍ର ସରପଞ୍ଚ ଦିବକର ଗେମେଲଙ୍କ ଉପସ୍ଥିତିରେ ଅନ୍ୟ ସୀମାନ୍ତ ପନିକିଗ୍ରାମ ଗ୍ରାମବାସୀଙ୍କୁ ଏକତ୍ରକରି ସ୍ବାସ୍ଥ୍ୟ ଶିବିର ଆୟୋଜନ କରିଥିଲେ। ସ୍ବାସ୍ଥ୍ୟ ପରୀକ୍ଷା ଜାରି ରଖିଥିବା ବେଳେ ଖବର ପାଇ ପଟ୍ଟାଙ୍ଗୀ ତହସିଲଦାର ଦେବେନ୍ଦ୍ର ବାହାଦୁର ସିଂ ଧାରୁଆ ଶୁକ୍ରବାର ବନ୍ଦ କରିଛନ୍ତି ।

ଏହା ସହ ସେ ଆନ୍ଧ୍ରର ସ୍ବାସ୍ଥ୍ୟ ଟିମ୍‌ କୁ ଫେରିଯିବାକୁ କହିବା ସହ ତାଙ୍କୁ ଚେତାଇ ଦେଇଛନ୍ତି । ସେ କହିଛନ୍ତି, ଏହା ଓଡ଼ିଶାର ସୀମାନ୍ତ ଗ୍ରାମ ହୋଇଥିବାବେଳେ, ଏହିପରି ବିନା ଅନୁମତିରେ ଅନୁପ୍ରବେଶ କରି ଆଇନକୁ ହାତକୁ ନେବା ଠିକ୍‌ ନୁହେଁ । ଏହାପରେ ଆନ୍ଧ୍ର ସ୍ବାସ୍ଥ୍ୟ ଟିମ୍‌ ସ୍ବାସ୍ଥ୍ୟ ପରୀକ୍ଷା ବନ୍ଦ କରି ଆନ୍ଧ୍ର ଫେରିଯାଇଥିଲେ ।

ତେବେ ରଥଯାତ୍ରା ସମୟରେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂଦେଓଙ୍କ ସହ ୪ ମନ୍ତ୍ରୀ କୋଟିଆ ପଞ୍ଚାୟତ ଗସ୍ତ କରି ଫେରିବା ପରଠାରୁ ଜିଲା ଓ ବ୍ଲକ୍‌ ପ୍ରଶାସନ ଆନ୍ଧ୍ରର ଅନୁପ୍ରବେଶ ଉପରେ କଡା ନଜର ରଖିଥିବା ଜଣାପଡ଼ିଛି ।

Comments are closed.